Cricket

ପ୍ରଥମ ଡେବ୍ୟୁ ଟେଷ୍ଟରେ ଶତକ ହାସଲ କଲେ ଯଶସ୍ବୀ ଜୟସ୍ବାଲ୍

ଭୁୁବନେଶ୍ୱର: କୁହାଯାଏ ଯେ ଯଦି ଜଣେ ବ୍ୟକ୍ତିର ପ୍ରତିଭା ଥାଏ, ତେବେ ସଫଳତା ସ୍ୱୟଂଚାଳିତ ଭାବରେ ତାଙ୍କ ପାଦକୁ ଚୁମ୍ବନ କରେ । ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୟସ୍ବାଲ୍ ଏହି କଥାକୁ ପ୍ରମାଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ଭୂମିରେ ଯଶସ୍ବୀ ଡେବ୍ୟୁ ମ୍ୟାଚରେ ଏକ ଶତକ ହାସଲ କରିଛନ୍ତି । ଯାହା ସୁନୀଲ ଗାଭାସ୍କର ଆଜି ପର୍ୟ୍ୟନ୍ତ କରିପାରିନଥିଲେ, ବିରେନ୍ଦର ସେହୱାଗ ତାହା କରିପାରିନଥିଲେ । କିନ୍ତ ୨୧ ବର୍ଷ ବୟସ୍କା ଯଶସ୍ୱୀ ଜୟସ୍ବାଲ କରି ଦେଖେଇଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ଆରମ୍ଭରୁ ଭାରତୀୟ ଖେଳାଳି ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପ୍ରଥମ ଦିବସରେ ଘରୋଇ ଦଳ ମାତ୍ର ୧୫୦ ରନରେ ସମସ୍ତ ୱିକେଟ୍ ହରାଇଥିଲା। ଜବାବରେ ଦ୍ବିତୀୟ ଦିନରେ ଭାରତ ଚା’ପାନ ବିରତୀ ବେଳକୁ ରୋହିତ ଶର୍ମା ଏବଂ ପଦାର୍ପଣକାରୀ ଯଶସ୍ବୀ ଜୟସ୍ବାଲ୍ ଦ୍ବିଶତକ ଭାଗୀଦାରି ବଳରେ ୨୪୫/୨ କରିଛି। ୨୨୯ ରନ୍ର ଏହି ଓପନିଂ ଭାଗୀଦାରି ଇଣ୍ଡିଜ୍ ବିପକ୍ଷରେ ଭାରତର ଶ୍ରେଷ୍ଠ। ଜୟସ୍ବାଲ୍ (୧୧୬) ଶତକ ଅର୍ଜନ କରିଥିବା ବେବେଳ ବିରାଟ କୋହଲି (୪) ବ୍ୟାଟିଂ କରୁଥିଲେ। ପ୍ରଥମ ଦିନର ଅସମାପ୍ତ ପାଳି ୮୦/୦ରୁ ଖେଳିବା ଆରମ୍ଭ କରିଥିବା ଭାରତ ଦ୍ବିତୀୟ ଦିନରେ ରୋହିତ (୧୦୩) ଓ ଶୁବମନ ଗିଲ୍ (୬) ଙ୍କୁ ହରାଇଛି।
ଏହି ଶତକ ସହ ଜୟସ୍ବାଲ ଅନେକ ମାଇଲଖୁଣ୍ଟରେ ସାମିଲ ହୋଇଛନ୍ତି। ଟେଷ୍ଟ ପଦାର୍ପଣରେ ଓପନର୍ ଭାବେ ଶତକ ଅର୍ଜନ କରିବାରେ ସେ ତୃତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ବୀରେନ୍ଦ୍ର ସେହବାଗ (୨୦୧୩, ମୋହାଲି, ଅଷ୍ଟ୍ରେଲିଆ ବିପକ୍ଷ), ପୃଥ୍ବୀ ସ’ (୨୦୧୮, ରଜାକୋଟ, ଇଣ୍ଡିଜ ବିପକ୍ଷ) ଏହି ସଫଳତା ପାଇଥିଲେ। ପଦାର୍ପଣରେ ଶତକ କରିବାରେ ସେ ମଧ୍ୟ ୧୭ତମ ଭାରତୀୟ। ଇଣ୍ଡିଜ୍ ବିପକ୍ଷରେ ରୋହିତ ଶର୍ମା (୨୦୧୩, କୋଲ୍କାତା) ଓ ପୃଥ୍ବୀ ସ’ (୨୦୧୮, ରାଜକୋଟ)ଙ୍କ ପରେ ପଦାର୍ପଣରେ ଶତକ ଅର୍ଜନ କରିବାରେ ସେ ତୃତୀୟ ଭାରତୀୟ। ଯୁବ ଭାରତୀୟ ଭାବେ ପଦାର୍ପଣରେ ଶତକ ମାରିବାରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଜୟସ୍ବାଲ। ସେ ୨୧ ବର୍ଷ ୨୧୯ ଦିନ ବୟସରେ ଏହି ସଫଳତା ପାଇଛନ୍ତି।

Related posts

ଜୁନ ୧ ତାରିଖରେ ୱାର୍ମଅପ ମ୍ୟାଚ ଖେଳିବ ଭାରତ

Odisha Sports Bureau

ଅଧିନାୟକ ରୋହିତ ଶର୍ମା କ୍ରିକେଟର ଶୁଭମନ ଗିଲଙ୍କୁ ପାଗଳ ବୋଲି କହିଛନ୍ତି

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ୨୪୫ ସ୍କୋରରେ  ହରାଇଲା ନେଦରଲାଣ୍ଡ

Odisha Sports Bureau