Cricket

କୋହଲିଙ୍କ ପାଇଁ ଭାରତ ବିଶ୍ୱକପ୍ ଜିତୁ: ବିରେନ୍ଦ୍ର ସେହବାଗ

୧୨ ବର୍ଷ ପୂର୍ବେ ଭାରତ ୱାଙ୍ଖଡେରେ ଦିନିକିଆ ବିଶ୍ବକପ୍ ଜିତିଥିଲା। ସଚିନ ତେନ୍ଦୁଲକରଙ୍କ ପାଇଁ ଏହା ଶେଷ ବିଶ୍ବକପ୍ ହୋଇଥିବାରୁ ତାହାକୁ ଜିତିବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଦଳ ଉଦ୍ୟମ କରିଥିଲା ଓ ସଫଳ ହୋଇଥିଲା। ଏବେ ପୁଣି ଥରେ ବିଶ୍ବକପ୍ ଭାରତକୁ ଫେରିଥିବାରୁ ୨୦୧୧ ବ୍ୟାଚ୍ର ଅନ୍ୟତମ ଖେଳାଳି ବିରାଟ କୋହଲିଙ୍କ ପାଇଁ ଭାରତୀୟ ଖେଳାଳିମାନେ ବିଶ୍ବକପ୍ ଜିତନ୍ତୁ ବୋଲି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହବାଗ ଆଶାବ୍ୟକ୍ତ କରିଛନ୍ତି। ପ୍ରତ୍ୟେକ ମ୍ୟାଚ୍ରେ କୋହଲି ଶତ ପ୍ରତିଶତ ଦେଉଛନ୍ତି। କୋହଲି ତାଙ୍କ ପ୍ରଦର୍ଶନ ଜରିଆରେ ମହାନ କ୍ରିକେଟରଙ୍କ ମଧ୍ୟରେ ନିଜକୁ ସାମିଲ କରିସାରିଲେଣି। ଭରତୀୟ ଦଳକୁ ସେ ଯେଉଁ ସ୍ତରରେ ପହଞ୍ଚାଇଛନ୍ତି, ତାଙ୍କ ପାଇଁ ଏବେ ଘରୋଇ ବିଶ୍ବକପ୍ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ସେହବାଗ କହିଛନ୍ତି।

Related posts

ଭୁବନେଶ୍ୱରୁ ଭାରତ ଓ ଇଂଲଣ୍ଡ ଖେଳାଳି ନେଇଛନ୍ତି ବିଦାୟ: ଅହମ୍ମଦାବାଦ ଅଭିମୁଖେ କଲେ ଯାତ୍ରା

Odisha Sports Bureau

ରୋହିତଙ୍କ ପରିବର୍ତ୍ତେ ଏହି ଖେଳାଳୀଙ୍କୁ ମିଳିପାରେ ସୁଯୋଗ

Odisha Sports Bureau

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ