Cricket

ଚୌକା ମାରି ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲି

ଡୋମିନିକା:  ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଏବେ ଦୃଢ ସ୍ଥିତିରେ ରହିଛି । ୱେଷ୍ଟଇଣ୍ଡିଜ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିବା ବେଳେ ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ଏବେ ବିଶାଳ ସ୍କୋର ଅଭିମୁଖେ ଆଗକୁ ବଢୁଛି । ଭାରତ ୨ ୱିକେଟ ବିନିମୟରେ ୩୧୨ ରନ୍ କରିବା ସହ ୧୬୨ ରନରେ ଆଗୁଆ ରହିଛି । ଏବେ କ୍ରିଜରେ ଜୟସ୍ୱାଲ ଓ କୋହଲି ବ୍ୟାଟିଂ କରୁଛନ୍ତି । ଜୟସ୍ୱାଲ ୧୪୩ ରନରେ ବ୍ୟାଟିଂ କରୁଥିବା ବେଳେ କୋହଲି ୩୬ ରନରେ ବ୍ୟାଟିଂ କରୁଛନ୍ତି । ତେବେ କୋହଲି ଏହି ୩୬ ରନର ଇନିଂସରେ ମାତ୍ର ଗୋଟିଏ ଚୌକା ମାରିଛନ୍ତି । ଆଉ ତାହା ବି ପୁଣି ୮୦ଟି ବଲ ଖେଳିବା ପରେ । ସାଧାରଣତଃ କ୍ରିକେଟପ୍ରେମୀ ମାନେ କୋହଲିଙ୍କ ବ୍ୟାଟରୁ ଚୌକା ଦେଖିବାକୁ ଚାହିଁ ରହିଥାନ୍ତି । କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷରେ କୋହଲିଙ୍କ ଧୀମା ବ୍ୟାଟିଂ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କୋହଲି ୮୦ଟି ବଲ ପରେ ଚୌକା ମାରିବା ସହ ପଡିଆରେ ସେଲିବ୍ରେସନ କରିଥିଲେ । ଲାଗୁଥିଲା ସତେ ଯେପରି କୋହଲି ଆଉ ଏକ ଶତକ ହାସଲ କରିଛନ୍ତି । କୋହଲି ମଧ୍ୟ ଏହି କଭର ଡ୍ରାଇଭ ଖେଳି ନିଜର ଆତ୍ମବିଶ୍ୱାସ ବୃଦ୍ଧି କରିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଜି ଟେଷ୍ଟ ମ୍ୟାଚର ତୃତୀୟ ଦିନ ହୋଇଥିବା ବେଳେ ବିରାଟଙ୍କ ବ୍ୟାଟରୁ ଏକ ବଡ ଇନିଂସ ଦେଖିବାକୁ ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ।

Related posts

ବିଶ୍ବକପରେ ଭାରତର ପ୍ରଦର୍ଶନ କ’ଣ ରହିବ ? ନିଜ ଭୂମିକାକୁ ନେଇ ଏମିତି କହିଲେ ରାହୁଲ ଦ୍ରାବିଡ

Odisha Sports Bureau

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ : ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ

Odisha Sports Bureau

ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର : ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau