Cricket

ଧୋନିଙ୍କ ଗ୍ୟାରେଜ ଦେଖି ମୁଣ୍ଡ ଘୂରେଇଯିବ

କ୍ୟାପଟେନ କୁଲ ତଥା ମହେନ୍ଦ୍ର ସିଂ ଧୋନୀ ତାଙ୍କ କ୍ୟାରିୟରରେ ବହୁ କିର୍ତ୍ତିମାନ ସ୍ଥାପନ କରିଛନ୍ତି । ଧୋନି ସବୁବେଳେ ତାଙ୍କ ଲାଇଫ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଧୋନି କାର ଓ ବାଇକକୁ ଭଲ ପାଇବା କଥା ଆମେ ସବୁବେଳେ ଶୁଣି ଆସୁଛୁ । ତେବେ ଅନେକ ସମୟରେ ଧୋନିଙ୍କର ବାଇକ ପ୍ରତି ଥିବା ଦୁର୍ବଳତା ସାମ୍ନାକୁ ଆସିଥାଏ । ଏହା ତାଙ୍କ କଲେକ୍ସନରୁ ସ୍ପଷ୍ଟ ବାରି ହୁଏ । ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ରାଞ୍ଚିରେ ଥିବା ଘର ହେଉଛି ‘କୈଳାସପତି’ । ସେଠାରେ ରହିଛି ଏକ ବଡ ଗ୍ୟାରେଜ, ଯାହାର ଫଟୋ ଅନେକ ସମୟରେ ଭାଇରାଲ ହୋଇଥାଏ । ନିକଟରେ ପୂର୍ବ ଭାରତୀୟ ବୋଲର ଭେଙ୍କଟେସ ପ୍ରସାଦ ତାଙ୍କ ବନ୍ଧୁ ପୂର୍ବତନ ସ୍ପିନର ସୁନିଲ ଯୋଶୀଙ୍କ ସହ ଧୋନିଙ୍କ ଘରକୁ ଯାଇଥିଲେ ।

ତେବେ ଭେଙ୍କଟେସ ପ୍ରସାଦ ଏହି ଗ୍ୟାରେଜ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ସେ ଧୋନିଙ୍କର ଏହି ବାଇକ କଲେକ୍ସନ ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ ।ଏହି ଭିଡିଓ ଧୋନିଙ୍କ ପତ୍ନୀ ରେକର୍ଡ କରିଥିଲେ । ଭିଡିଓରେ ସାକ୍ଷୀ ଧୋନିଙ୍କୁ ପଚାରିଛନ୍ତ ‘ମାହି କାହିଁକି’ । ତେବେ ଧୋନି ସାଧାରଣ ସ୍ୱାମୀଙ୍କ ପରି ଏକ ସୁନ୍ଦର ଉତ୍ତର ରଖିଥିଲେ । ‘ଘର ଭିତରେ ଥିବା ପ୍ରତ୍ୟେକ ସ୍ଥାନକୁ ତୁମେ ନେଇ ଯାଇଛ, ମୁଁ ମୋର ନିଜର କିଛି ଚାହୁଁଥିଲି ଏବଂ କେବଳ ଏହି ଜିନିଷ ପାଇଁ ହିଁ ତୁମେ ଅନୁମତି ଦେଇଛ । ବ୍ୟାଡମିଣ୍ଟନ କୋର୍ଟ ପରେ ଏହା ରହୁ ତୁମେ ଚାହୁଁଥିଲ କିନ୍ତୁ ଏହା ବ୍ୟାଡମିଣ୍ଟନ କୋର୍ଟ ପୂର୍ବରୁ ହେବ ମୁଁ ଚାହିଁଥିଲି ।’ ଧୋନିଙ୍କ ଉତ୍ତରରେ ସାକ୍ଷୀ ହସିବାକୁ ଲାଗିଥିଲେ । ପ୍ରସାଦ ଏବଂ ଯୋଶୀ ଆଶ୍ଚର୍ୟ୍ୟ ହୋଇ ଚାରିଆଡ଼େ ଦେଖିବାକୁ ଲାଗିଥିଲେ ଏବଂ କହିଥିଲେ ଯେ, ଏଭଳି କିଛି କରିବା ପାଇଁ ମନରେ ଉତ୍କଣ୍ଠା ଥିବା ଆବଶ୍ୟକ, ଯେତେବେଳେ ପର୍ୟ୍ୟନ୍ତ ଜଣେ ପାଗଳ ନ ହୋଇଛି, ସେତେ ପର୍ୟ୍ୟନ୍ତ ଏଭଳି ହୋଇପାରିବ ନାହିଁ ।। ଏହା ଏକ ବାଇକ କଲେକ୍ସନ ନୁହେଁ ସୋରୁମ ହୋଇ ପାରିବ ବୋଲି ପ୍ରସାଦ କହିଥିଲେ ।

Related posts

ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାଫ୍ ଡ଼ୁ ପ୍ଲେସିସ କ୍ରିକେଟରୁ ସନ୍ୟାସ ନେଇପାରନ୍ତି

Odisha Sports Bureau

ଆଇପିଏଲରେ ଆପଲ୍ ସିଇଓ

Odisha Sports Bureau

ଗୋଟିଏ ଓଭରରେ ୭ ଛକା, ୪୩ ରନ୍; ରେକର୍ଡ କଲେ ଋତୁରାଜ

Odisha Sports Bureau