Football

ରଣବୀରଙ୍କ ସ୍ୱପ୍ନରେ ଆସନ୍ତି ମେସି

ଫୁଟବଲକୁ ନେଇ ଦୁର୍ବଳତା ରହି ଆସିଛି ରଣବୀର କପୁରଙ୍କ । ସେ ସିନେମା ସୁଟିଂରୁ ଟିକେ ବି ସମୟ ମିଳିବା ମାତ୍ରେ ରଣବୀର ମୁମ୍ବାଇର ସ୍ଥାନୀୟ ଫୁଟବଲ ପଡ଼ିଆରେ ମୁଭି ଦୁନିଆର ବଂଧୁମାନଙ୍କ ସହ ଖେଳିବାକୁ ପସନ୍ଦ କରିଥାନ୍ତି ଏବଂ ନିୟମିତ ଭାବେ ମଧ୍ୟ ଏହା କରିଥାନ୍ତି।

ନିକଟରେ ରଣବୀର କିନ୍ତୁ ନିଜ ସ୍ବପ୍ନର କାହାଣୀ କହିଛନ୍ତି। ‘‘ପ୍ରତି ରାତିରେ ମୁଁ ଶୋଇବାକୁ ଯିବା ପୂର୍ବରୁ ନିଜକୁ ଫୁଟବଲ ପଡ଼ିଆରେ ଥିବାର ପରିକଳ୍ପନା କରିଥାଏ। ମୁଁ ନିଜକୁ ମୁଭି ସେଟରେ ବି ଅଭିନେତା କି ତାରକା ବୋଲି ଭାବି ନଥାଏ। ନିଜକୁ କେବଳ ଏତିକି ଭାବିଥାଏ ଫୁଟ୍ବଲ୍ ପଡ଼ିଆରେ ୮ ନମ୍ବର ଜର୍ସି ପରିଧାନ କରି ଖେଳୁଛି। ଏପରିକି ମେସି କିମ୍ବା ଇନିସ୍ତାଙ୍କୁ ଫୁଟବଲ ପାସ୍ ଦେଉଥିବାର ସ୍ବପ୍ନ ଦେଖିଥାଏ। ବେଳେବେଳେ ମଧ୍ୟ ମୁଁ ମୁମ୍ବାଇ ସିଟି ଏଫ୍ସି ପାଇଁ ଏବଂ ଅଲ୍ ଷ୍ଟାର କ୍ଲବ୍ ପାଇଁ ଖେଳିବାକୁ ସ୍ବପ୍ନ ଦେଖେ।’ ତେବେ ମୁମ୍ବାଇରେ ମୁମ୍ବାଇ ସିଟି ଏଫସିର ୨୦୨୩-୨୪ ଜର୍ସି ଉନ୍ମୋଚନ ଉତ୍ସବରେ ରଣବୀର ଏଭଳି ମତ ରଖିଥିଲେ।

Related posts

ଖେଳ ପଡ଼ିଆକୁ ପଶିଲେ ବିକ୍ଷୋଭକାରୀ

Odisha Sports Bureau

ଫିଫା ଅଧକ୍ଷ ଜିଆନି ଇନଫାଣ୍ଟିନୋଙ୍କୁ କରୋନା

Odisha Sports Bureau

ମାର୍କସ ଥୁରମଙ୍କୁ ଜୋରିମନା

Odisha Sports Bureau