Cricket

ଆଇସିସି ପ୍ରମୋରେ ନଜର ଆସିଲେ ଓଡ଼ିଆ ପୁଅ ପିଣ୍ଟୁ

ଭୁବନେଶ୍ବର:  ଆଇସିସି ପୁରୁଷ ବିଶ୍ବକପ୍-୨୦୨୩ ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଗୁଜରାଟର ଅହମଦାବାଦରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଏହି କ୍ରିକେଟ୍ ମହାକୁମ୍ଭ ନଭେମ୍ବର ୧୯ରେ ଶେଷ ହେବ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ବାରା ପରିଚାଳିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଏବେ ଠାରୁ ମାହୋଲ ସରଗରମ ଆରମ୍ଭ ହୋଇଯାଇଛି। କ୍ରିକେଟ୍ ବିଶ୍ବକପ୍ ଆରମ୍ଭ ହେବାକୁ ଆହୁରି ଅଢ଼େଇ ମାସ ବାକିଥିବା ବେଳେ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖାଯାଇଛି। ଆଇସିସି ଏହାରି ଭିତରେ ଓଡ଼ିଆ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ଆଣି ଦେଇଛି। ବିଶ୍ବକପ୍ କ୍ରିକେଟ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇରେ ଆଇସିସି ପ୍ରମୋ ସୁଟିଂ ହେବା ସହିତ ରିଲିଜ୍ ହୋଇଛି। ଏଥିରେ ନଜର ଆସିଛନ୍ତି ବିରାଟ୍ କୋହଲିଙ୍କ ଫ୍ୟାନ୍ ପିଣ୍ଟୁ ବେହେରା। ବ୍ରହ୍ମପୁର ସହର ଉପକଣ୍ଠ କୁକୁଡ଼ାଖଣ୍ଡି ନିବାସୀ ପିଣ୍ଟୁ କହିଛନ୍ତି ମୋର ବିଶ୍ୱାସ ହେଉନି ବିଶ୍ୱକପ୍ କ୍ରିକେଟ୍ ଆଇସିସି ପ୍ରମୋରେ ମୁଁ ଆସିଛି।

ପିଣ୍ଟୁ ଗଣମାଧ୍ୟମକୁ କହିଛନ୍ତି ଯେ, ବିରାଟ କୋହଲିଙ୍କ ଫ୍ୟାନ୍ ହେବାର ଯେଉଁ ସ୍ବପ୍ନ ଥିଲା, ତାହା ପୂରା ହୋଇଛି । ବିଶ୍ବରେ ଲୋକେ ମତେ ଚିହ୍ନିପାରିଛନ୍ତି। ମାଗଣାରେ କ୍ରିକେଟ୍ ଦେଖିପାରୁଛି। ଆଇସିସି ପକ୍ଷରୁ ବିଗତ ଦିନରେ ଫୋନ୍ କଲ ଆସିଥିଲା। ସୁଧୀର ଓ ମୋତେ ଆଇସିସି ବିଶ୍ବକପ୍ ପ୍ରମୋ ପାଇଁ ସୁଯୋଗ ମିଳିଥିଲା। ୨୦୧୨ ଠାରୁ ମୁଁ ବିରାଟ କୋହଲିଙ୍କ ଫ୍ୟାନ୍। ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ ସୁଧୀର ଗୌତମଙ୍କ ପରି ହେବାକୁ ଚାହୁଁଥିଲି। ତେଣୁ ଦେହରେ ବିରାଟଙ୍କ ପାଇଁ ଟାଟୁ ଆଙ୍କିବାକୁ ଚାହିଁଥିଲି। ପରେ ବିରାଟ କୋହଲିଙ୍କୁ ଭେଟିଥିଲି। ଆଇସିସି ଦ୍ବାରା ନିର୍ମିତ ପ୍ରମୋ ପାଇଁ ୧୫ ଦିନ ପାଇଁ ମୁମ୍ବାଇ ଯାଇଥିଲି। ସେଠାରେ ରହିବା-ଖାଇବା, ଯିବା-ଆସିବା ଆଦି ଆଇସିସି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ମୁମ୍ବାଇରେ ଜେପି ଡୁମିନ, ଡିକେ ଆଦି ଖେଳାଳିଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ଆରମ୍ଭରୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ଗୋଟିଏ ମ୍ୟାଚ୍ ଦେଖିବା ପାଇଁ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ମ୍ୟାଚ୍ ଦେଖିବା ପାଇଁ ଯେହେତୁ ବାଧ୍ୟ ଟଙ୍କା ଉପାର୍ଜନ କରିବାକୁ ପଡ଼ିବ, ସେଥିପାଇଁ ସବୁ କଷ୍ଟ ମୁଁ ଭୁଲିଯାଉଥିଲି। ମନ ଲଗାଇ କଣ୍ଟ୍ରାକ୍ଟର କାମ କରୁଥିଲି। ଆଗାମୀ କ୍ରିକେଟ୍ ବିଶ୍ବକପ୍ ଭାରତରେ ଆୟୋଜନ ହେଉଥିବାରୁ ପୂରା ଟୁର୍ଣ୍ଣାମେଣ୍ଟରେ ମୁଁ ରହିବି। ଭାରତକୁ ଜିତାଇବା ପାଇଁ ସମର୍ଥନ ଦେବି।

Related posts

ମଡେଲଙ୍କ ପାଇଁ ସାନିଆଙ୍କୁ ଛାଡିଲେ ସୋଏବ

Odisha Sports Bureau

ଘରୋଇ ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

Odisha Sports Bureau

ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ବାବର ଆଜମଙ୍କ ଚେତାବନୀ

Odisha Sports Bureau