Cricket

ବିରାଟ କୋହଲିଙ୍କ ଉପରେ ମମତା ଦେଖାଇଲେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ମାଆ

ପୋର୍ଟ ଅଫ୍ ସ୍ପେନରେ ଖେଳାଯାଇଛି ଦ୍ୱିତୀୟ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ଭାରତ ପ୍ରଥମ ଇଂନିସରେ ୪୩୮ ରନ କରି ଆଉଟ ହୋଇଛି । ପରେ ୱେଷ୍ଟଇଣ୍ଡିଜ ଗୋଟିଏ ୱିକେଟ ହରାଇ ୮୭ ରନ କରିଛନ୍ତି । ଦ୍ୱିତୀୟ ଦିନରେ ଖେଳ ଶେଷ ହେବା ପରେ ଖେଳାଳିମାନେ ବସ୍ ଯୋଗେ ନିଜ ହୋଟେଲକୁ ଫେରୁଥିବାବେଳେ କ୍ୟାମରାରେ କଏଦ ହୋଇଛି ଏକ ଭାବପ୍ରବଣ ମୂହୂର୍ତ୍ତ ।

ସେହି ଭିଡିଓରେ ଦେଖିବାକୁ ମିଳୁଛି ଇଣ୍ଡିଜ୍ ୱିକେଟ୍ କିପର ଜୋଶୂଆ ଡି ସିଲଭାଙ୍କ ମାଆ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ଗେଲ କରିବା ସହ ମମତା ଦେଖାଇଛନ୍ତି । ଯୋଶୂଆଙ୍କ ବିରାଟଙ୍କୁ ଦେଖିବା ପରେ ଅଟକି ଯାଇଥିଲେ । ଖାଲି ଅଟକି ନଥିଲେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରି ସ୍ନେହରେ ଗାଲକୁ ଚୁମ୍ବନ ଦେଇଥିଲେ । ଏହାସହ ବିରାଟଙ୍କ ସହ ଅନେକ ସମୟ କଥାବାର୍ତ୍ତା ମଧ୍ୟ କରିଥିଲେ ।

ଉଲ୍ଲେଖଥାଉ କି, ମ୍ୟାଚର ପ୍ରଥମ ଦିନରେ ବିରାଟ କୋହଲିଙ୍କ ସହ ୱିକେଟ୍ କିପର ଜୋଶୂଆ ଡା ସିଲଭାଙ୍କ ଭିଡିଓ ଚର୍ଚ୍ଚା ହୋଇଥିଲା । ପ୍ରକୃତରେ, ଜୋଶୁଆ ଡା ସିଲଭା ବିରାଟଙ୍କୁ କହିଥିଲେ ଯେ ତାଙ୍କ ମା କୁଇନ୍ସ ପାର୍କ ଓଭାଲ (ସ୍ପେନ ବନ୍ଦର) କୁ ଆସିବେ ଓ ତାଙ୍କୁ ଭେଟିବେ । ବିରାଟ ଏବଂ ଜୋଶୂଙ୍କ ମଧ୍ୟରେ କଥାବାର୍ତ୍ତାକୁ ଷ୍ଟମ୍ପ ମାଇକରେ ରେକର୍ଡ କରିଥିଲେ। ଏହା ଶୁଣି ବିରାଟ କୋହଲି ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ।

ମ୍ୟାଚ୍ ସମୟରେ ଜୋଶୂଆ ଯାହା କହିଥିଲେ ତାହା ସତ୍ୟ ବୋଲି ପ୍ରମାଣିତ ହୋଇଥିଲା । ଜୋଶୂଆଙ୍କ ମା ବିରାଟ କୋହଲିଙ୍କୁ ଭେଟିବାକୁ ଆସିଥିଲେ । ତେବେ ଆଶ୍ଚର୍ୟ୍ୟର କଥା ମା ଯେପରି ବିରାଟଙ୍କୁ ଭେଟିଥିଲେ । ସେଥିରୁ ନଜର ଆସେ ବିରାଟ ଲୋକପ୍ରିୟତା କେତେ । ବିଦେଶରେ ବି କୋହଲିଙ୍କ ଲୋକପ୍ରିୟତା କାରିବିଆନ୍ ଦେଶମାନଙ୍କରେ ବି ଅଧିକା ।

Related posts

ଶ୍ରୀଲଙ୍କା ସହ ଚ୍ୟାରିଟି ମ୍ୟାଚ ଖେଳିବାକୁ ମନା କଲା ବିସିସିଆଇ

Odisha Sports Bureau

ପ୍ରଥମ ଥର ପାଇଁ ଜୁନ ମାସରେ ଖେଳାଯିବ ବାରବାଟୀ ମ୍ୟାଚ

Odisha Sports Bureau

ଲକ୍ଷ୍ନୌ ମ୍ୟାଚ ବାତିଲ ପରେ ଶିଖିଲା ବିସିସିଆଇ

Odisha Sports Bureau