Cricket

କୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ:  ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ତ୍ରିନିଦାଦରେ ଖେଳାଯାଉଛି। ବିରାଟ କୋହଲିଙ୍କ ଏହା ହେଉଛି ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ଏହି ମ୍ୟାଚରେ ଶତକ ହାସଲ କରି କୋହଲି ବଡ଼ ସଫଳତା ହାସଲ କରିସାରିଥିବା ଚର୍ଚ୍ଚା ହେଉଛି। କୋହଲି ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ନାମିତ ହୋଇଛନ୍ତି। କୋହଲି ଭାରତ ପାଇଁ ପ୍ରଥମ ଇନିଂସରେ ୧୨୧ ରନ ଖେଳିଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆ ମଝିରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଏହି ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିରାଟ କୋହଲି ଜଣେ କୁଲ ବ୍ୟକ୍ତିତ୍ବ ବୋଲି କୁହାଯାଏ। ସେ ଖେଳ ଚାଲିଥିବା ସମୟରେ ପଡ଼ିଆ ମଝିରେ ମଜାଳିଆ ପ୍ରତିକ୍ରିୟା ଦେଖାଇଥାଆନ୍ତି। ଯାହାକୁ ତାଙ୍କ ଫ୍ୟାନ୍ସମାନେ ବି ବେଶ ପସନ୍ଦ କରନ୍ତି। ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ବିରାଟଙ୍କୁ କେକ ଖାଇବା ସହିତ ପଡ଼ିଆ ମଝିରେ ମଜାଳିଆ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଘଟଣା ପ୍ରଥମ ନୁହେଁ , ଏହା ପୂର୍ବରୁ ବିରାଟ କୋହଲିଙ୍କୁ ଖୁସିରେ ପଡ଼ିଆ ମଝିରେ ମଜାଳିଆ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।

Related posts

ଏସିଆ କପ୍ ବାହାନାରେ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ଭାରତ; ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’

Odisha Sports Bureau

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଭାରତ ଆଗୁଆ

Odisha Sports Bureau

ଧୋନୀଙ୍କ ନିଆରା ଅନ୍ଦାଜରେ ଟସ୍ ପକାଇବାକୁ ନେଇ ଚର୍ଚ୍ଚା