Cricket

ଏତିକି ମ୍ୟାଚ୍‌ରୁ ନିଲମ୍ଵିତ ହୋଇପାରନ୍ତି ହରମନପ୍ରୀତ କୌର

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମର  ବାଂଲାଦେଶ ଗସ୍ତ ସମାପ୍ତ ହୋଇଛି। ଏହି ଗସ୍ତରେ ଟିମ କ୍ୟାପଟେନ   ହରମନପ୍ରୀତ କୌରକୁ ନେଇ  ଚର୍ଚ୍ଚା ହେଉଛି । ହରମନପ୍ରୀତ ଜୁଲାଇ ୨୨ରେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଯେମିତି ବ୍ୟବହାର କରିଛନ୍ତି, ତାକୁ ନେଇ ହରମନପ୍ରୀତ କୌରକୁଙ୍କୁ  ଖୁବ୍ ସମାଲୋଚନା କରାଯାଉଛି। ହରମନପ୍ରୀତ ଆଉଟ୍ ହେବା ପରେ କେବଳ ଷ୍ଟମ୍ପକୁ ବ୍ୟାଟରେ ମାରି ନ ଥିଲେ ତା ସହ ପାଭିଲିୟନ ଫେରିବା ବେଳେ ଅମ୍ପାୟରଙ୍କୁ କିଛି କହୁଥିବା ଦେଖିବାକୁ ମିଳିଥିଲା। ସେ ଦର୍ଶକ ଆଡ଼କୁ ମଧ୍ୟ କିଛି ଇସାରା କରିଥିଲେ। ସେ ପୁରସ୍କାର ସମାରୋହରେ ମଧ୍ୟ ଅମ୍ପାୟରଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଛନ୍ତି, ପରବର୍ତ୍ତୀ ବାଂଲାଦେଶ ଗସ୍ତରେ ଆମକୁ ଖରାପ ଅମ୍ପାୟରିଂ ପାଇଁ ପ୍ରସ୍ତୁତ ହୋଇ ଆସିବାକୁ ପଡ଼ିବ।

ହରମନପ୍ରୀତଙ୍କ ଏମିତି ବ୍ୟବହାର ପାଇଁ ତାଙ୍କୁ କଡ଼ା ଦଣ୍ଡ ମିଳିପାରେ। ତାଙ୍କ ଉପରେ ୨ଟି ମ୍ୟାଚ୍ର ବାସନ୍ଦ ଲାଗିପାରେ। ଏକ ରିପୋର୍ଟ ଅନୁଯାୟୀ, ଆଇସିସି ଆଚାର ସଂହିତାର ସ୍ତର ୨ ନିୟମର ଉଲ୍ଲଂଘନ କରିବାରେ ହରମନପ୍ରୀତ କୌର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହା ସହିତ ତାଙ୍କ ଖାତାରେ ୪ ଡିମେରିଟ୍ ପଏଣ୍ଟ ଯୋଡ଼ି ହୋଇ ଯାଇଛି। ମ୍ୟାଚ୍ ରେଫରୀ ଷ୍ଟମ୍ପକୁ ବ୍ୟାଟ୍ ମାରିବା ଅପରାଧରେ ୩ ଡିମେରିଟ୍ ଏବଂ ସାର୍ବଜନୀନ ଭାବେ ମ୍ୟାଚ୍ ଅଧିକାରୀଙ୍କ ସମାଲୋଚନା ପାଇଁ ଗୋଟିଏ ଡିମେରିଟ୍  ଯୋଡ଼ା ଯିବାକୁ ସୁପାରିସ କରାଯାଇଛି। ହେଲେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଏ ପର୍ଯ୍ୟନ୍ତ ଏହି ସଂପର୍କରେ   କୌଣସି ଆନୁଷ୍ଠାନିକ ଘୋଷଣା କରି  ନାହିଁ।

ଆଇସିସି ନିୟମ ଅନୁଯାୟୀ, ଯେବେ କୌଣସି ଖେଳାଳିଙ୍କୁ ୨୪ ମାସ ଭିତରେ ଚାରି କିମ୍ବା ଅଧିକ ନକରାତ୍ମକ ଅଙ୍କ ମିଳେ ତେବେ ତାଙ୍କୁ ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ କିମ୍ବା ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍ରୁ ନିଲମ୍ବନ କରାଯାଇପାରେ। ଭାରତୀୟ ମହିଳା ଦଳ ସେପ୍ଟେମ୍ବର-ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା

Related posts

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପିସିବିର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ; କୋଚ୍ରୁ ଅଧିନାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ବଦଳାଇଲା

Odisha Sports Bureau

ଭାରତ ପାଇଁ ୨୫୭ ଟାର୍ଗେଟ ଦେଲା ବାଂଲାଦେଶ

Odisha Sports Bureau

ଶାରା-ଶୁଭବନ ବିବାହକୁ ନେଇ ଚର୍ଚ୍ଚା , ଭାଇରାଲ ହେଉଛି ଭିଡିଓ

Odisha Sports Bureau