Cricket

ନୂଆ ଜର୍ସିରେ ନଜର ଆସିବେ LSG

ଲକ୍ଷ୍ନୌ: ଚଳିତ ଆଇପିଏଲ୍ରେ ଶନିବାର କୋଲ୍କାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚ୍ ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ଦଳକୁ ନୂଆ ଜର୍ସିରେ ଦେଖିବାକୁ ମିଳିବ। ଏହି ମ୍ୟାଚ୍ରେ ଆଇପିଏଲ୍ ଦଳ ଏଲ୍ଏସ୍ଜିର ଖେଳାଳିମାନେ ଆଇଏସ୍ଏଲ୍ ଦଳ ମୋହନ ବାଗାନ ଏଫ୍ସିର ସବୁଜ ଓ ଖଇରିଆ ରଙ୍ଗର ଜର୍ସି ପିନ୍ଧିବେ। ଉଭୟ ଏଲ୍ଏସ୍ଜି ଓ ମୋହନ ବାଗାନର ମାଲିକ ହେଉଛନ୍ତି କୋଲ୍କାତା ଭିତ୍ତିକ ଆର୍ପି ସଂଜୀବ ଗୋଏଙ୍କା ଗ୍ରୁପ୍ (ଆର୍ପିଏସ୍ଜି)। ଆଇପିଏଲ୍ ୧୦ ଦଳକୁ ବିସ୍ତାର ହେଲା ପରେ ଲକ୍ଷ୍ନୌ ଦଳକୁ ୨୦୨୨ରେ ଆର୍ପିଏସ୍ଜି କିଣିଥିଲା। ‘‘ମୋହନ ବାଗାନ ଏକ ସଂସ୍ଥା ନୁହେଁ, ଏହା ଆମ ଭାବପ୍ରବଣତା ସହ ଜଡ଼ିତ। ଏହି ଦଳ କୋଲ୍କାତା ସହରରୁ ପ୍ରତିନିଧିତ୍ବ କରୁଛି। ଏହାକୁ ନଜରରେ ରଖି ଆମେ ନିଷ୍ପତ୍ତି ନେଇଛୁ ଯେ ଏଲ୍ଏସ୍ଜି ଶନିବାର ମ୍ୟାଚ୍ରେ ସବୁଜ ଓ ଖଇରିଆ ରଙ୍ଗର ଜର୍ସି ପିନ୍ଧିବ। ଏହା ମୋହନ ବାଗାନ ଦଳ ପ୍ରତି ସମ୍ମାନ’’ ବୋଲି ଏଲ୍ଏସ୍ଜି ମାଲିକ ଶାଶ୍ବତ ଗୋଏଙ୍କା କହିଛନ୍ତି।

Related posts

ଆସେଜକୁ ବହିଷ୍କାର କରିବେ ଇଂଲିସ ଖେଳାଳୀ

Odisha Sports Bureau

ନିଷ୍ପତ୍ତି ବଦଳାଇଲେ ତମିମ୍, ନେବେ ନାହିଁ ଅବସର

ଦୁଲୁକିବ ବାରବାଟୀ: ସିଲଭର ସିଟିରେ ଜମିବ ଟି-୨୦ କ୍ରେଜ୍

Odisha Sports Bureau