Tennis

୨୦୨୪ରେ ଅବସର ନେବେ ରାଫେଲ ନାଦାଲ

ନୂଆଦିଲ୍ଲୀ: ସ୍ପେନ୍ ଟେନିସ୍ ତାରକା ରାଫେଲ୍ ନାଦାଲ ୨୦୨୪ରେ ଟେନିସ୍ ଦୁନିଆକୁ ଅଲବିଦା କହିବେ ବୋଲି ସ୍ପଷ୍ଟ କରିଛନ୍ତି । ବାରମ୍ବାର ଆହତ ସମସ୍ୟା ଦେଇ ଗତି କରୁଥିବାରୁ ଆସନ୍ତା ବର୍ଷ ସେ ଅବସର ନେବାକୁ ଯାଉଛନ୍ତି । ଗୁରୁବାର ସ୍ପେନ୍ର ମଲୋର୍କାସ୍ଥିତ ତାଙ୍କର ଏକାଡେମିରେ ଏକ ସାମ୍ବାଦିକ ସମ୍ମିଳନୀ କରି ନାଦାଲ ତାଙ୍କ ଭବିଷ୍ୟତ ଉପରେ ଉକ୍ତ ସୂଚନା ଦେଇଛନ୍ତି। ଚଳିତ ବର୍ଷର ଫ୍ରେଞ୍ଚ ଓପନ୍ରୁ ନାଦାଲ ଓହରି ଯାଇଛନ୍ତି। ଆହତ ଯୋଗୁଁ ସେ ଆଗକୁ ବଢିପାରୁନଥିବା ସ୍ବୀକାର କରିଛନ୍ତି। ଯେଉଁଥିପାଇଁ ରୋଲାଁ-ଗାରୋସ୍ରେ ସେ ଖେଳିବା ଅସମ୍ଭବ ବୋଲି କହିଛନ୍ତି। କେବଳ ରୋଲାଁ-ଗାରୋସ୍ ନୁହେଁ, ପରବର୍ତ୍ତୀ ମାସଗୁଡ଼ିକରେ ସେ ଖେଳିବାକୁ ପ୍ରସ୍ତୁତ ନଥିବା କହିଛନ୍ତି। ତାଙ୍କ ଶରୀରର ଅବସ୍ଥା ପାଇଁ ଖେଳଜୀବନରେ ପୁନଃଛେଦ ପକାଇବାକୁ ସେ ଚିନ୍ତା କରିଛନ୍ତି। ତେବେ କେଉଁ ପ୍ରତିଯୋଗିତାରେ ତାଙ୍କର ଶେଷ ମ୍ୟାଚ୍ ଖେଳିବେ ତାହା କହିନାହାନ୍ତି।

Related posts

ଦ୍ୱିତୀୟଥର ପାଇଁ ଅଷ୍ଟ୍ରେଲିଆ ଓପନର ଟାଇଟଲ୍ ଜିତିଲେ କ୍ରିଷ୍ଟିନା-ଟିମିୟାଙ୍କ ଯୋଡି

Odisha Sports Bureau

ନାଡାଲଙ୍କ ନୂଆ ରେକର୍ଡ

Odisha Sports Bureau

ରାଷ୍ଟ୍ରିୟ ସ୍କୁଲ ଗେମ୍ସ୍ ଟିଟି ଚମ୍ପିଆନସପର ୟୁ-୧୭ ବର୍ଗର ଟାଇଟଲ୍ ଜିତିଲେ ପାୟସ

Odisha Sports Bureau