Tennis

ବହୁ ଦିନର ବ୍ୟବଧାନ ପରେ ଓପନ ଟେନିସରେ ଖେଳିବେ ସାନିଆ

(ଓଡ଼ିଶା ସ୍ପୋର୍ଟସ ) : ଆସନ୍ତାକାଲି ଦୁବାଇ ଓପନ ଟେନିସ ପ୍ରତିଯୋଗିତାରେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ଖେଳ ଦେଖିବାକୁ ମିଳିବ। ପେଣ୍ଡା ଇଞ୍ଜୁରିରୁ ଏବେ ସେ ମୁକ୍ତି ପାଇଛନ୍ତି। ଯେଉଁ କାରଣରୁ ଜାନୁୟାରୀରେ ଅଷ୍ଟ୍ରେଲିଆନ ଓପନରେ ସେ ତାଙ୍କ ଅଭିଯାନକୁ କାଣ୍ଟଛାଣ୍ଟ କରିଥିଲେ। ମହିଳା ଡବଲ୍ସ ଇଭେଣ୍ଟର ଓପନିଂ ରାଉଣ୍ଡରେ ଏହି ୩୩ ବର୍ଷୀୟା ଭାରତୀୟ ଖେଳାଳି ଓ ତାଙ୍କ ଫ୍ରେଞ୍ଚ୍‌ ପାର୍ଟନର କାରୋଲିନ୍‌ ଗାର୍ସିଆ ରୁଷିଆର ଆଲା କୁଦ୍ର଼୍ୟାତ୍‌ସେଭା ଓ ସ୍ଲୋଭେନିଆର କାଟାରିନା ଶ୍ରେବଟ୍‌ନିକ୍‌ ଯୋଡ଼ିଙ୍କୁ ଭେଟିବେ। ସାନିଆ କହିଛନ୍ତି ଇଞ୍ଜୁରୀ କାରଣରୁ ଏକ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରୁ ଓହରିଯିବା ଏକ ଦୁଃଖଦାୟକ ଅନଭୁତି। ବିଶେଷ କରି ବହୁ ଦିନ ବ୍ୟବଧାନରେ ଖେଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ। କିନ୍ତୁ ମୁଁ ମୋ ଫିଜିଓ ଡାକ୍ତର ଫୈଜଲ ହାୟତ ଖାନ୍‌ଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। କାରଣ ସ୍ବଳ୍ପ ଦିନ ମଧ୍ୟରେ ସେ ମୋତେ ଏହି ଟୁର୍ନାମେଣ୍ଟ ପାଇଁ ଫିଟ୍‌ କରିଦେଲେ। ମାତୃତ୍ୱ ଲାଭ ପାଇଁ ସାନିଆ ଦୁଇ ବର୍ଷ ପାଖାପାଖି ଖେଳରୁ ଦୁରେଇ ରହିଥିଲେ। ଗତ ଅଷ୍ଟ୍ରେଲିଆନ ଓପନରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ହେଲେ ସେ ତାଙ୍କ ଡାହାଣ ପେଣ୍ଡାରେ ଯନ୍ତ୍ରଣା ଅନୁଭବ କରିବାରୁ ମହିଳା ଡବଲ୍ସ ପ୍ରଥମ ରାଉଣ୍ଡ ଅଧାରୁ ଓହରିଯାଇଥିଲେ।

Related posts

ଗ୍ରାଣ୍ଡସ୍ଲାମ ଶତାବ୍ଦୀ ଉପରେ ଲିଆଣ୍ଡର ପେସ୍ ଆଖି

ବେକରଙ୍କ ଟ୍ରଫି ନିଲାମରୁ ୫.୮୫ କୋଟି

ପ୍ରାଗ୍ ଓପନରେ ଭାରତୀୟ ଚ୍ୟାଲେଞ୍ଜ ଶେଷ

Odisha Sports Bureau