Cricket

ବିରାଟଙ୍କ ଇନଷ୍ଟାଗ୍ରାମ ଫଲୋଅର ୫୦ ନିୟୁତ

(ଓଡିଶା ସ୍ପୋର୍ଟସ ): ଭାରତୀୟ କିକ୍ରେଟ ଦଳର ଅଧିନାୟକ ସଦାବେଳେ ଚର୍ଚ୍ଚା ରହିଥାନ୍ତି । କେତେବେଳେ ଖେଳକୁ ନେଇ ତ କେତେ ବେଳେ ମଜାଦାର ଫୋଟ ପୋ୍େଟ କରି । ତେବେ ଏବେ ପୁଣି ଇନଷ୍ଟାଗ୍ରାମକୁ ନେଇ ଚର୍ଚ୍ଚାରେ । ଇନଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସ ମୋଦିଙ୍କଠାରୁ ମଧ୍ୟ ଅଧିକ ଅଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ବିରାଟଙ୍କର ୫୦ନିୟୁତ ଫଲୋଅର ଥିବା ବେଳେ ମୋଦିଙ୍କର ୩୪.୫ ନିୟୁତ ଫଲୋଅର ଅଛନ୍ତି।
ଏପର୍ୟ୍ୟନ୍ତ ବିରାଟ ଇନ୍ଷ୍ଟାଗ୍ରାମରେ ୯୩୦ଟି ପୋଷ୍ଟ କରିଥିବା ବେଳେ ସେ ୧୪୮ଜଣଙ୍କୁ ଫଲୋ କରୁଛନ୍ତି। ସେମିତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଇନ୍ଷ୍ଟାଗ୍ରାମରେ ୧୭.୫ ନିୟୁତ ଫଲୋଅର, ପର୍ତ୍ତୁଗାଲ ଫୁଟ୍ବଲ ଖେଳାଳି କ୍ରିଷ୍ଟିୟାନୋ ରୋନାଲ୍ଡଙ୍କର ୨୦୩ ନିୟୁତ, ଫୁଟବଲ୍ ଖେଳାଳି ଲିଓନାର୍ଡ ମେସିଙ୍କର ୧୪୩ ନିୟୁତ ଫଲୋଅର ରହିଛନ୍ତି।
ତେବେ ବିରାଟ କୋହଲି ହେଉଛନ୍ତି ପ୍ରଥମ ଭାରତୀୟ ଯାହାଙ୍କର ଫଲୋଅର ସଂଖ୍ୟା ଇନ୍ଷ୍ଟାଗ୍ରାମରେ ୫୦ ନିୟୁତରେ ପହଞ୍ଚିଛି। ବିରାଟଙ୍କ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ କ୍ରିକେଟ୍ ସମ୍ପର୍କିତ ଫଟୋ ଶେଆର କରାଯାଇଥିବା ସହ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ କିଛି ଫଟୋ ରହିଛି।
ତେବେ ଇନ୍ଷ୍ଟାଗ୍ରାମ ଫଲୋଅର ସଂଖ୍ୟା ଦୃଷ୍ଟିରୁ ବିରାଟଙ୍କ ପରେ ଦ୍ୱିତୀୟରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ତାଙ୍କର ଇନ୍ଷ୍ଟ୍ରାଗ୍ରାମ ଫଲୋଅରଙ୍କ ସଂଖ୍ୟା ୪୯.୯ ନିୟୁତ। ସେମିତି ତୃତୀୟ ସ୍ଥାନରେ ଅଛନ୍ତି ଦୀପିକା ପାଦୁକୋନ୍। ତାଙ୍କର ୪୪.୧ ନିୟୁତ ଫଲୋଅର ଅଛନ୍ତି।

Related posts

ପୂର୍ବତନ କ୍ରିକେଟର ଡିନ ଜୋନ୍ସଙ୍କ ମୃତ୍ୟୁ

Odisha Sports Bureau

ଆଇପିଏଲରେ ପ୍ରଥମ ୱିକେଟ ନେଲେ ରଘୁ ଶର୍ମା

ୱାନ୍ ଡେ ବିଶ୍ୱକପ୍ କାର୍ଯ୍ୟସୂଚୀ ରିଲିଜ୍ ତାରିଖ ପ୍ରକାଶ, ପିସିବିକୁ ଅଧିକ ସମୟ ଦେବନି ଆଇସିସି

Odisha Sports Bureau