Cricket

ବଦଳିବ ଭାରତ-ପାକିସ୍ତାନ ମ୍ୟାଚ ତାରିଖ,୧୫ ବଦଳରେ ୧୪ରେ ହେବ ମ୍ୟାଚ

ଆଉ ଦିନ କେଇଟା ପରେ ଆରମ୍ଭ ହେବ ଦିନିକିଆ କ୍ରିକେଟ ବିଶ୍ୱକପ । ଭାରତରେ ଆସନ୍ତା ଅକ୍ଟେବର ମାସରେ ହେବା କ୍ରିକେଟ ବିଶ୍ୱକପ ୨୦୨୩ । ଅକ୍ଟେବର ୫ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ । ତେବେ ସମସକ୍ତଙ୍କ ନଜର ରହିଛି ଭାରତ ପାକିସ୍ତାନ ମ୍ୟାଚ ଉପରେ । ଭାରତ ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ରେ ଅନୁଷ୍ଠିତ ହେବ । କିନ୍ତୁ ଏହି ମ୍ୟାଚକୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସୁଛି ।

ଜାତୀୟ ଗଣମାଧ୍ୟମର ଏକ ରିପେର୍ଟ ଅନୁସାରେ, ଅକ୍ଟୋବର ୧୫ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚର ତାରିଖ ପରିବର୍ତ୍ତନ ହୋଇପାରେ । ଏହା ପରିବର୍ତ୍ତନ ହୋଇ ୧୫ ବଦଳରେ ୧୪ ହୋଇପାରେ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସୁରକ୍ଷା ଦୃଷ୍ଟିରେ ଭାରତ-ପାକ୍ ମ୍ୟାଚ୍ ତାରିଖର ପରିବର୍ତ୍ତନ ହୋଇପାରେ ।ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଏକ ହାଇପ୍ରୋଫାଇଲ୍ ଗେମ୍। ଯେଉଁଥିରେ ଲକ୍ଷାଧିକ ଦର୍ଶକ ଷ୍ଟାଡିୟମରେ ସାମିଲ ହେବେ । ଆଉ ଏଥିପାଇଁ ବି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ପଡିବ ।

ଭାରତ ପାକ ମୁକାବିଲା ପାଇଁ ଅଧିକ ପରିମାଣରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବାକୁ ପଡିବ । କିନ୍ତୁ ୧୫ ତାରିଖରୁ ନବରାତ୍ରି ଆରମ୍ଭ ହେଉଛି । ତେଣୁ ଏତେ ପରିମାଣରେ ସୁରକ୍ଷାକର୍ମୀ କିମ୍ବା ପୋଲିସ ମୁତୟନ କରାଯାଇପାରିବ ନାହିଁ । କାରଣ ଗୁଜୁରାଟରେ ନବରାତ୍ର ପୂଜା ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ସେଥିପାଇଁ ହୁଏତ ତ ଆଗାମୀ ଦିନରେ ଅହମ୍ମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲାର ତାରିଖ ବଦଳିପାରେ । କିନ୍ତୁ ଏନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ।

Related posts

ସଚିନଙ୍କ ଗୁରୁ ରମାକାନ୍ତ ଆର୍ଚେକରଙ୍କ ବିୟୋଗ

Odisha Sports Bureau

ଟି-୧୦ ଲିଗ୍‌ ଆରମ୍ଭ କରିବ ବିସିସିଆଇ, ଜୁନିଅର ସ୍ତରରେ ଖେଳାଳିଙ୍କୁ ମିଳିବ ସୁଯୋଗ

Odisha Sports Bureau

ଆଇସିସି ଜାରି କଲା ଖେଳାଳୀମାନଙ୍କ ମାନ୍ୟତା

Odisha Sports Bureau

Leave a Comment