Cricket

କ୍ରିକେଟର ଯୁବରାଜ ସିଂହଙ୍କ ମାଆଙ୍କୁ ଧମକ ଦେଇ ଟଙ୍କା ନେବା ଉଦ୍ୟମରେ ମହିଳା ଗିରଫ

ଗୁରୁଗ୍ରାମ:  କ୍ରିକେଟ୍ ଖେଳାଳି ଯୁବରାଜ ସିଂହଙ୍କ ମାଆ ଶବନମ୍ ସିଂହଙ୍କୁ ଧମକ ଦେଇ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ପୂର୍ବାଞ୍ଚଳ ଡିସିପି ନୀତୀଶ ଅଗ୍ରୱାଲ୍ କହିଛନ୍ତି, ଗତବର୍ଷ ଅଭିଯୁକ୍ତାଙ୍କୁ ଯୁବରାଜ ସିଂହଙ୍କ ସାନଭାଇଙ୍କ ତତ୍ତ୍ବାବଧାରିକା ଭାବେ ରଖାଯାଇଥିଲା। କିନ୍ତୁ, କାର୍ୟ୍ୟ ସନ୍ତୋଷଜନକ ମନେ ନହେବାରୁ ତାଙ୍କୁ ବାହାର କରିଦିଆଯାଇଥିଲା। ମାତ୍ର ବର୍ଷେ ପରେ ଅଭିଯୁକ୍ତା ଯୁବତୀ ଫୋନ୍ କରି ଶବନମ୍ ସିଂହଙ୍କୁ ଧମକ ଦେଲେ ଯେ, ୪୦ ଲକ୍ଷ ଟଙ୍କା ନ ଦେଲେ ମିଥ୍ୟା ମାମଲା ରୁଜୁ କରି ସେ ତାଙ୍କ ପରିବାରକୁ ବଦନାମ କରିଦେବେ।

ଡିଏଲଏଫ୍ ଫେଜ୍-୧ ଥାନାରେ ଶବନମ୍ ସିଂହ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ପୁଅର ଦେଖାଶୁଣା କରିବା ପାଇଁ ମୁଁ ଜଣେ ତତ୍ତ୍ବାବଧାରିକା ରଖିଥିଲି। ତା’ର କାର୍ୟ୍ୟ ଓ ବ୍ୟବହାର ଅସନ୍ତୋଷଜନକ ହେବାରୁ ତାକୁ ବାହାର କରିଦେଇଥିଲି। ଅଭିଯୋଗ ଆଧାରରେ ପୁଲିସ ସୋମବାର ଦିନ ଥାନାରେ ଏଫଆଇଆର ପଞ୍ଜୀକୃତ କରି ଅଭିଯୁକ୍ତାଙ୍କୁ ଗିରଫ କରିବାକୁ ଯୋଜନା କରିଥିଲା। ସେହି ଅନୁସାରେ ଶବନମ୍ ସିଂହ ୫ ଲକ୍ଷ ଟଙ୍କା ନେଇ ଅଭିଯୁକ୍ତାଙ୍କୁ ଦେବା ପାଇଁ ଗୁରୁଗ୍ରାମସ୍ଥିତ ଏକ ମଲ୍ ଯାଇଥିଲେ। ତାଙ୍କଠାରୁ ଅଭିଯୁକ୍ତା ଟଙ୍କା ଗ୍ରହଣ କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ି ଗିରଫ ହୋଇଥିଲେ । ଏ ସଂକ୍ରାନ୍ତରେ ପୁଲିସ ଅଧିକ ତଦନ୍ତ ଚଳାଇଛି ।

Related posts

ନର୍ଭସ ନାଇଣ୍ଟିଜରେ ଶୁଭମନ ଗିଲଙ୍କ ଏଣ୍ଟ୍ରି; ପ୍ରଥମ ଥର ପୁରା କରିପାରିଲେନି ଶତକ

Odisha Sports Bureau

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଜିତିଲା ଭାରତ

Odisha Sports Bureau

ଧୋନିଙ୍କୁ ମିଳିପାରେ ବଡ଼ ଦାୟିତ୍ବ !

Odisha Sports Bureau