Cricket

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଜିତିଲା ଭାରତ

ମୁମ୍ବାଇ: ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆର ଶୃଙ୍ଖାଳ ବିଜୟ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଜିତିଲା ଭାରତ । ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୮ ରନରେ ହରାଇବା ସହ ସିରିଜକୁ ୨-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ଏଥିସହ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ୫ ବର୍ଷ ପରେ ଏକ ଦିନିକିଆ ଶୃଙ୍ଖଳା ବିଜୟର ସଫଳତା ପାଇଛି।

ସଞ୍ଜୁ ସାମସନଙ୍କ ଶତକୀୟ ଇନିଂସ ଓ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂରେ ତୃତୀୟ ଦିନିକିଆରେ ବିଜୟୀ ହୋଇଛି ଭାରତ । ସଞ୍ଜୁ ସାମସନ୍ ୧୦୮ ରନ୍ କରିଥିବା ବେଳେ ତିଲକ ବର୍ମା ୫୨, ରିଙ୍କୁ ଶର୍ମା କରିଥିଲେ ୩୮ ରନ୍ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୨୯୭ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା ଟିମ୍ ଇଣ୍ଡିଆ ।

ଏହି ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୧୮ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଗତ ମ୍ୟାଚରେ ଶତକ ହାସଲ କରିଥିବା ଟୋନି ଡି ଜୋର୍ଜି ୮୧ ରନ୍ କରିଥିଲେ । ହେଲେ ଅନ୍ୟ ବ୍ୟାଟର ସବୁ ଭାରତୀୟ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିଲେ । ସଂଜୁ ସାମ୍‌ସନ୍ ଓ ଅର୍ଶଦୀପ ସିଂହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ଏହାପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବ।

Related posts

ହାର୍ଦ୍ଦିକଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିଭିନ୍ନ ସ୍ତରରୁ ଦାବି

Odisha Sports Bureau

ଆଇପିଏଲ୍ ୨୦୨୬ରେ ଚେନ୍ନାଇର ବିଶାଳ ବିଜୟ

ଶ୍ରେୟସ ଆୟର ଅଧିନାୟକ: ପଡିଆକୁ ଫେରିବା ମାତ୍ରେ ଦଳର କମାଣ୍ଡ ପାଇଲେ

Odisha Sports Bureau