Cricket

ସାମସନଙ୍କ ଫ୍ୟାନ୍ସଙ୍କୁ ଖୁସି କରାଇବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନୂଆଁ ପ୍ରୟାସ

ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବାରବାଡୋସରେ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ବିଜୟଲାଭ କରିଛି ଟସ ଜିତି ଫିଲ୍ଡିଂ ପାଇଁ ନିଷ୍ପତି ନେଇଥିଲା ଭାରତ । ଫିଲ୍ଡିଂ କରିବାକୁ ଆସିବା ସମୟରେ ସଞ୍ଜୁ ସାମସନଙ୍କ ଜର୍ସି ଦେଖି ଫ୍ୟାନ୍ସ ଖୁସିରେ ନାଚି ଉଠିଥିଲେ । ସଞ୍ଜୁ ସାମସନଙ୍କୁ ଦିନିକିଆ ମ୍ୟାଚ ପାଇଁ ଚୟନ କରାଯାଇଥଲା କିନ୍ତୁ ରୋହିତ ଶର୍ମା ଇଶାନ କିଶାନଙ୍କ ଉପରେ ଅଧିକ ଭରସା ଥିଲା ।

ସଞ୍ଜୁ ସାମସନଙ୍କ ଖେଳିବାରୁ ଫ୍ୟାନ୍ସ ନିରାଶ ହୋଇପଡିଥିଲେ ସାମସନ ଫ୍ୟାନ୍ସଙ୍କୁ ଖୁସି କରାଇବାଲାଗି ସୂର୍ଯ୍ୟକୁମାର ଯାଦବ ସାମସନଙ୍କ ଜର୍ସିରେ ପଡିଆକୁ ଓହ୍ଲାଇଥିଲେ । ଏହା ଦେଖି ସାମସନଙ୍କ ଫ୍ୟାନ୍ସ ଖୁସିରେ ନାଚିଉଠି ଥିଲେ । ପ୍ଲେଇଂ ଏକାଦଶରେ ସ୍ଥାନ ନ ପାଇ ମଧ୍ୟ ସଞ୍ଜୁ ଖେଳର ଏକ ଅଂଶ ରହିଥିଲେ । ସୂର୍ୟ୍ୟକୁମାରଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେ ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି ।

Related posts

ଚେନ୍ନାଇ ସୁପର କିଙ୍ଗସକୁ ପୁଣି ଆଉ ଏକ ଝଟକା

Odisha Sports Bureau

ଏହି ମାସରେ ବିବାହ ବନ୍ଧନରେ ବାନ୍ଧିହେବେ ସଚିନ ତେନ୍ଦୁଲକରଙ୍କ ପୁଅ

Odisha Sports Bureau

ଆଇସିସି ଜାରି କଲା ଖେଳାଳୀମାନଙ୍କ ମାନ୍ୟତା

Odisha Sports Bureau