ଭାରତୀୟ ଖେଳାଳିଙ୍କର ଅହଂକାର ବଢିଯାଇଥିବା ନେଇ କପିଳ ଦେବ ଦେଇଥିବା ଟିପ୍ପଣୀ ଉପରେ ଜବାବ ରଖିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଏଭଳି ସମାଲୋଚନାକୁ ସେ ଖଣ୍ଡନ କରିବା ସହିତ ଭାରତର ସାମୟିକ ପରାଜୟ ଯୋଗୁଁ ଏଭଳି ପ୍ରତିକ୍ରିୟା ଆସୁଥିବା ସେ କହିଛନ୍ତି । ତୃତୀୟ ଦିନିକିଆ ଆରମ୍ଭ ହୋବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେଉଥିବା ବେଳେ ଜାଡେଜା କହିଛନ୍ତି ଯେ , ଦଳର ଏକ ମାତ୍ର ଲକ୍ଷ୍ୟ ହେଉଛି ଭାରତକୁ ଜିତାଇବା । ଏଥିରେ କାହାର ବ୍ୟକ୍ତିଗତ ଏଜେଣ୍ଡା ନାହିଁ । ବିଜୟ ପାଇବା ଏବଂ ଦେଶ ପାଇଁ ଗୌରବ ଆଣିବା ଦିଗରେ ଖେଳାଳିମାନେ ସମର୍ପିତ ଏବଂ ଦୃଢ ସଂକଳ୍ପବଦ୍ଧ । ପ୍ରତି ବ୍ୟକ୍ତିଙ୍କର ମତାମତ ଦେବା ଅଧିକାର ରହିଛି । ପୂର୍ବତନ ଖେଳାଳିମାନେ ସେମାପଙ୍କ ଭାବନାକୁ ବାଣ୍ଟିପାରିବେ । କିନ୍ତୁ ଖେଳାଳିଙ୍କ ଭିତରେ କୌଣସି ଅହଂକାର ଭାବନା ନଥିବା ଜାଡେଜା କହିଛନ୍ତି । ପ୍ରତ୍ୟେକ ଖେଳାଳି କ୍ରେିକେଟକୁ ଉପଭୋଗ କରୁଛନ୍ତି ଏବଂ ସମସ୍ତେ କଠିନ ପରିଶ୍ରମୀ । ମ୍ୟାଚରେ ସମସ୍ତେ ନିଜର ଶତପ୍ରତିଶତ ଚେଷ୍ଟା କରୁଛନ୍ତି । ହେଲେ ଯେତେବେଳେ ଭାରତ କୌଣସି ମ୍ୟାଚ ହାରିଯାଏ , ସେତେବେଳେ ଏଭଳି ସମାଲୋଚନା ଶୁଣିବାକୁ ମିଳିଥାଏ ବୋଲି ଜାଡେଜା କହିଛନ୍ତି । ଦିନିକିଆ ଶୃଙ୍ଖଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯିବା ପଛରେ ମହତ ଉଦ୍ଦେଶ୍ୟ ରହିଛି । ଏସିଆ କପ ଓ ବିଶ୍ୱକପରେ ଦଳର ଗଠନ କିପରି ହେବ ତାହାକୁ ଦୃଷ୍ଟିରେ ରଖି ଏଭଳି ପରୀକ୍ଷରନିରୀକ୍ଷର କରାଯାଉଛି । କିଏ କେଉଁସ୍ଥାନରେ ଖେଳତବାକୁ ଫିଟ ହେଉଛି , ତାହା ଏହିଠାରୁ ଜଣାପଡିବ । ଅଧିନାୟକ ଓ ଦଳୀୟ ପରିଚାଳନା ମଣ୍ଡଳି ଚୂଡାନ୍ତ ଏକାଦଶ ସଂପର୍କରେ ଭଲଭାବେ ଜାଣିଛନ୍ତି । ତେଣୁ ଏଥିରେ ଦ୍ୱନ୍ଦ୍ୱ ରହିବା ଆବଶ୍ୟକତା ନାହିଁ । ଏପରିକି ଏସିଆ କପରେ କିଏ କେଉଁଠାରେ ଖେଳିବ ତାହା ମଧ୍ୟ ନିର୍ଦ୍ଧାରୀତ ହୋଇ ସାରିଛି । ତଥାପି କିଛି ନିଦ୍ଧିଷ୍ଟ ଖେଳାଳିଙ୍କୁ କେଉଁ ସ୍ଥାନରେ ଖେଳିବା ଉପଯୁକ୍ତ ହେବ ତାହା ଏଠାରେ ଦେଖାଯାଉଥିବା ସେ ସୂଚନା ଦେଇଛନ୍ତି । ତଥାପି ଦ୍ୱୀତୀୟ ମ୍ୟାଚରେ ପରାଜୟ ଯୋଗୁଁ ଦଳ ଚିନ୍ତିତ ନାହିଁ । କାରଣ ପରୀକ୍ଷା କରାଯିବା ଯୋଗୁଁ ଦଳ ହାରିଛି ଭାବିବା ପରିବର୍ତ୍ତେ କିଛି ବାହ୍ୟ କାରଣ ଯୋଗୁଁ ଏପରି ହୋଇଛି । ଯୁବ ଖେଳାଳି ମାନଙ୍କୁ ଆନ୍ତର୍ଜାତିକଅଭିଜ୍ଞତା ପାଇବା ଆବଶ୍ୟକତା ରହିଛି ।
previous post