Cricket

ଅନ୍ୟର ଭୁଲ ପାଇଁ ଶେଷ ହୋଇ ଗଲା ତାଙ୍କ କ୍ୟାରିୟର

ଦର୍ଶକ ବନ୍ଧୁ ଭାରତରେ କ୍ରିକେଟର ଉତ୍ସାହ କାହାକୁ ବି ଅଛପା ନାହିଁ । ଛୋଟଠୁ ନେଇ ବଡ଼ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟର ଦିୱାନା । ତେବେ ଆମେ ଆଜି ସେହି କ୍ରିକେଟର ବାଦସାହଙ୍କ କଥା କହିବୁ , ଯାହାଙ୍କ ବିଷୟରେ ଏଭଳି ତଥ୍ୟ କେବେ ଜାଣିନଥିବେ । ତେବେ ଅନ୍ୟର ଭୁଲ ପାଇଁ ତାଙ୍କ କ୍ୟାରିୟର ଆଜି ଶେଷ ହୋଇଯାଇଛି । ତାଙ୍କ ବିଷୟରେ କହିବା ପୂର୍ବରୁ ଆମେ କ୍ରିକେଟ ସମ୍ବନ୍ଧରେ କିଛି ତଥ୍ୟ ଦେବୁ ।
ତେବେ କ୍ରିକେଟର ମୂଳଦୁଆ ନିଶ୍ଚିତ ଭାବେ ଇଂରେଜମାନେ ରଖିଥିଲେ । କିନ୍ତୁ ଏହି ମୂଳଦୁଆକୁ ସ୍ତର ରୁ ସ୍ତର ମଜବୁତ ଏବଂ ଆକାର ଦେଇଥିବାର ଶ୍ରେୟ ସୁନିଲ ଭାଗାସ୍କର, ଲାଲା ଅମରନାଥ, ସଚିନ ତେନ୍ଦୁଲକର ଏବଂ କପିଲ ଦେବଙ୍କ ଭଳି ଆମ ଭାରତୀୟ କ୍ରିକେଟରଙ୍କୁ ଯାଉଛି । ଯିଏ ଆଜିକା ସମୟରେ ସଭିଁଙ୍କ ପ୍ରିୟ ପାଲଟିଥିବା କ୍ରିକେଟର ମୂଳଦୁଆ ପକାଇଥିଲେ । ଆଜି ଭାରତରେ ସବୁଠାରୁ ଅଧିକ ଖେଳା ଯାଉଥିବା ଏବଂ ଦେଖାଯାଉଥିବା ଖେଳ ହେଉଛି କ୍ରିକେଟ । କ’ଣ ଆପଣ ଜାଣିଛନ୍ତି ଭାରତରେ ଏହି ଖେଳ କେମିତି ଆସିଲା ଏବଂ କାହା ପାଇଁ ଆସିଛି । ଭାରତର ପ୍ରତ୍ୟେକ ଗଳିଗଳିରେ ଖେଳାଯାଇଥିବା ଏହି ଖେଳକୁ ଏକ ଅନୁଭବ ଏବଂ ଧର୍ମରେ ପରିବର୍ତ୍ତନ କରିବାର ଆରମ୍ଭ କରିଥିବା ସେହି ବ୍ୟକ୍ତି ହେଉଛନ୍ତି ଭାରତୀୟ କ୍ରିକେଟର ଜଣାଶୁଣା ବ୍ୟାଟସମ୍ୟାନ ଅଜୟ ଜାଡେଜାଙ୍କ ଅଣ ଅଜା ରଣଜୀତ ସିନହଜୀ ବିଭାଜି ଜାଡେଜା ଥିଲେ । ଯାହାଙ୍କୁ ଭାରତୀୟ କ୍ରିକେଟର ପିତା ବୋଲି ମଧ୍ୟ କୁହାଯାଏ ।

ଭିଓ”- ତେବେ ଆଜି ଆମେ କଥା ହେବା ଭାରତୀୟ କ୍ରିକେଟରର ସାନଦାର ବ୍ୟାଟ୍ସମ୍ୟାନ ଅଜୟ ଜାଡେଜାଙ୍କ କଥା । ଯାହାଙ୍କ ରକ୍ତରେ ଥିଲା କ୍ରିକେଟ । ଯିଏ ହେବାକୁ ଚାହୁଁଥିଲେ ମହାନ କ୍ରିକେଟର । ମୈଦାନରେ ଚିତା ଭଳି ଫୂର୍ତ୍ତି ଏବଂ ବିସ୍ଫୋଟକ ବ୍ୟାଟିଙ୍ଗିରେ ଥିଲେ ମାହିର । ଖେଳାଳି ଯିଏ ପାକିସ୍ତାନର ହୋସ ଉଡାଇଥିଲା । ଏବଂ ଅନ୍ୟର ଭୁଲ ପାଇଁ ଶେଷ ହୋଇଗଲା କ୍ୟାରିୟର । ଭାରତରେ ଅଧିକ ପସନ୍ଦ କରାଯାଉଥିବା ଖେଳ ହେଉଛି କ୍ରିକେଟ । ସ୍ୱାଧିନତା ପୂର୍ବରୁ କ୍ରିକେଟକୁ କେବଳ ଇଂରେଜମାନେ ଖେଳୁଥିଲେ ଏବଂ ଭାରତର ଲୋକେ ଏହାକୁ ଇଂରେଜଙ୍କ ଖେଳ ବୋଲି କହୁଥିଲେ । କିନ୍ତୁ ଗୁଜୁରାଟର ନୱା ନଗରର ରାଜା ଶ୍ରୀ ରଞ୍ଜିତ ସିନଜୀ ଜାଡେଜା ପ୍ରଥମ ଭାରତୀୟ ଥିଲେ ଯିଏ ଇଂଲଣ୍ଡରେ କ୍ରିକେଟ ଖେଳିଥିଲେ । ତାଙ୍କରି ନାମରେ ଭାରତରେ ପ୍ରତିଷ୍ଠିତ ରଣଜି ଟ୍ରୋଫିର ଆରମ୍ଭ ହୋଇଥିଲା । ଯାହା ଆଜି ମଧ୍ୟ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଖେଳାଳି ଭାରତୀୟ ଟିମ୍ରେ ସ୍ଥାନ ଅଧିକାର କରିଥିଲେ । ତାଙ୍କରି ପରିବାରୁ ଆସିଥିଲେ କୁମାର ଶ୍ରୀ ଦଲୀପ ସିଂ ଜାଡେଜା ଯାହାଙ୍କ ନାମରେ ଭାରତରେ ଦଲିପ ଟ୍ରଫି ଖେଳାଯାଇଥାଏ । ଆଉ ଏହି ରାଜ ପରିବାରରେ ୧ ଫେବୃୟାରୀ ୧୯୭୧ରେ ଜନ୍ମ ଗ୍ରହଣ କରିଥିଲେ ଅଜୟ ଜାଡେଜା । ଅଜୟଙ୍କ ପୁରା ନାମ ହେଉଛି ଅଜୟ ସିଂ ଦୌଲତ ସିଂଜୀ ଜାଡେଜା । ଆମେ ଆଜି ସେହି ଖେଳାଳି ଅଜୟ ଜାଡେଜାଙ୍କ ଜୀବନର କିଛି ରୋଚକ ତଥ୍ୟ କହିବୁ…. ତେବେ ଜାଣିବା ପାଇଁ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ
ଯାହାଙ୍କ ପରିବାର ଥିଲେ କ୍ରିକେଟର ଅବା ସେ କେମିତି କ୍ରିକେଟଠାରୁ ଦୁରେଇ ରହିଥାନ୍ତେ । ଅଜୟ ମଧ୍ୟ ପିଲା ବେଳେ ଏକ ମହାନ କ୍ରିକେଟର ହେବାକୁ ଇଚ୍ଛା ରଖିଥିଲେ । ତେବେ ଖୁବ ଶିଘ୍ର ସେ ହରିୟାଣାର ରଣଜି ଟିମରେ ନିଜର ସ୍ଥାନ ହାସଲ କରିଥିଲେ । ଏହା ପରେ ୧୯୯୨ରେ ଅଜୟଙ୍କ ସିଧା ପ୍ରବେଶ ହୋଇଥିଲା ୱାଲ୍ଡ କପରେ । ୧୯୯୨ ୱାଲ୍ଡ କପରେ ଶ୍ରୀଲଙ୍କା ବିପକ୍ଷରେ ଅଜୟ ଜାଡେଜା ଇଣ୍ଟନାସନାଲ ଡେବ୍ୟୁ କରିଥିଲେ । କିନ୍ତୁ ବର୍ଷା ପାଇଁ ଏହି ମ୍ୟାଚକୁ ରଦ୍ଦ କରିବାକୁ ପଡିଥିଲା । ପରବର୍ତ୍ତୀ ମ୍ୟାଚ ଥିଲା ଅଷ୍ଟ୍ରେଲିଆ ବିପକ୍ଷରେ ଯେଉଁଥିରେ ଭାରତୀୟ ଦଳକୁ ହାରର ସାମନା କରିବାକୁ ପଡିଥିଲା । କିନ୍ତୁ ପାକିସ୍ତାନ ବିପକ୍ଷରେ ପରବର୍ତ୍ତୀ ମ୍ୟାଚରେ ଅଜୟ ଖେଳ ଆରମ୍ଭ କରି ୪୬ ରନ କରି ନିଜର ଦକ୍ଷତାର ଝଲକ ଦେଖାଇଥିଲେ ।କିନ୍ତୁ ୧୯୯୬ ର ୱାଲ୍ଡ କପ୍ ଅଜୟ ଜାଡେଜାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା । ପାକିସ୍ତାନ ବିପକ୍ଷରେ କ୍ୱାଟର ଫାଇନାଲ ମ୍ୟାଚରେ ଅଜୟ ଜାଡେଜା ୨୫ ବଲରେ ୪୫ ରନ କରି ଇତୀହାସ ରଚିଥିଲେ । ଅଜୟଙ୍କ ଏହି ପାରିକୁ ଲୋକ ଆଜି ମଧ୍ୟ ଲୋକ ମନ ପକାନ୍ତି । ସେହି ମ୍ୟାଚରେ ଭାରତ ନିଜ ପାରିର ଶେଷ ୪ ଓଭରରେ ୫୧ ରନ କରିଥିଲେ । ଅଜୟ ପାକିସ୍ତାନର ଭେଟରାନ ବୋଲର ବକାଜ ୟୁନିସ୍କଙ୍କ ଓଭରରେ ୨୨ ରନ କରିଥିଲେ । ଅଜୟ ଜାଡେଜାଙ୍କ ଏହି ଧୂଆଁଧାର ବ୍ୟାଟିଙ୍ଗର ବଳରେ ଭାରତ ସେହି ମ୍ୟାଚରେ ୮ ଟି ୱିକେଟରେ ୨୮୭ ରନ କରିଥିଲେ ଏବଂ ଭାରତ ସେହି ମୁକାବିଲା ଜିତିଥିଲା । ତେବେ ଅଜୟ ଜାଡେଜାଙ୍କ ବାବଦରେ ଏମିତି ଏକ କଥା ଅଛି ଯାହା ଆପଣମାନେ ଜାଣିନଥିବେ । ଅଜୟ ଜାଡେଜା ମୈଦାନରେ ମାଡ଼ ମଧ୍ୟ ଖାଇଥିଲେ । ଯେବେ ଜେଦପୁରରେ ୧୯୯୧ ଦଲିପ ଟ୍ରଫି ଫାଇନାଲ ଖେଳାଯାଉଥିଲା ଏହି ମ୍ୟାଚ୍ ଥିଲା ନର୍ଥ ଜୋନ ଏବଂ ୱେଷ୍ଟ ଜୋନ ମଧ୍ୟରେ । ନର୍ଥ ଜୋନ ତରଫରୁ ଅଜୟ ଜାଡେଜାଙ୍କ ସହିତ ରମଣ ଲାମ୍ବା ବ୍ୟାଟିଂ କରୁଥିଲେ । ୱେଷ୍ଟ ଜୋନର ଦ୍ରୁତ ବୋଲର ରାସିଦ ପଟେଲ ନିଜର ବାଉନ୍ସର ବୋଲିଂ ଦ୍ୱାରା ରମଣଙ୍କୁ ଖୁବ ହରାଇରାଣ କରିଥିଲେ । ଠିକ ସେହି ସମୟରେ ମ୍ୟାଚର ୧୦ମ ଓଭରରେ ରାସିଦ ଏକ କଡା ବାଉନ୍ସର ଫୋପାଡିଥିଲେ ଯାହା ରମଣଙ୍କ ମୁଣ୍ଡ ପାଖରୁ କ୍ରସ କରିଥିଲା । ଏହା ଉପରେ ରମଣ ରାସିଦଙ୍କୁ କିଛି କହିଥିଲେ ଯେଉଁଥିପାଇଁ ରାସିଦ ରାଗି ଯାଇ ଷ୍ଟମ୍ପ ନେଇ ରମଣଙ୍କ ପାଖକୁ ଯାଇଥିଲେ । ମଝିରେ ମଧ୍ୟସ୍ଥି କରିବାକୁ ଯାଇଥିବା ଅଜୟଙ୍କୁ ରାସିଦ ଷ୍ଟମ୍ପରେ ଆକ୍ରମଣ କରିଥିଲେ । ଏହା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକ ପଥର ଫୋପାଡିଥିଲେ ଏବଂ ମ୍ୟାଚ୍କୁ ସେହିଠାରେ ହିଁ ରଦ୍ଦ କରିବାକୁ ପଡିଥିଲା । ଅଜୟ ଜାଡେଜା ଥରେ ତାଙ୍କ ବୋଲିଂରେ ମଧ୍ୟ ଭାରତୀୟ ଦଳକୁ ବିଜୟ କରିଥିଲେ । ଅଜୟ ଜାଡେଜା ସାହଜାଁରେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଓଭରରେ ୩ ରନ ଦେଇ ୩ଟି ୱିକେଟ୍ ନେଇଥିଲେ । ଏବଂ ଭାରତ ସେହି ମ୍ୟାଚକୁ ଅଜୟ ଜାଡେଜାଙ୍କ ପାଇଁ ଜିତିପାରିଥିଲା । ଅଜୟ ୧୩ ଟି ୱାନଡେ ମ୍ୟାଚରେ ଭାରତ ପାଇଁ ଅଧିନାୟକତ୍ୱ କରିଥିଲେ। ଅଜୟ ଜାଡେଜାଙ୍କ ପ୍ରେମ କାହାଣୀ ମଧ୍ୟ ଖୁବ ଚର୍ଚ୍ଚାରେ ଥିଲା କିନ୍ତୁ ପ୍ରେମ କାହାଣୀ ଅଧାରେ ରହିଯାଇଥିଲା । ଅଜୟଙ୍କ ନାଁ ସେତେବେଳର ସବୁଠୁ ସୁନ୍ଦର ଅଭିନେତ୍ରୀ ତଥା ଧକଧକ ଗର୍ଲ ମାଧୁରୀ ଦିକ୍ଷିତଙ୍କ ସହ ଯୋଡି ହୋଇଥିଲା । ତେବେ ତାଙ୍କର ସାକ୍ଷାତ ମାଧୁରୀଙ୍କ ସହିତ ଏକ ମାଗାଜିନ ପାଇଁ ଫଟୋ ସୁଟ ସମୟରେ ହୋଇଥିଲା । ଏହା ପରେ ମିଡିଆରେ ଦୁଇ ଜଣଙ୍କ ଲଭ ଷ୍ଟୋରୀ କଥା ଆସିଥିଲା ଏବଂ ମାଧୁରୀ ଦିକ୍ଷିତଙ୍କ ସହ ନାଁ ଯୋଡି ହେବା ପରେ ଲୋକେ ଜାଡେଜା ମୁଭିରେ କାମ କରିବାନେଇ ଗୁଜବ ଉଠାଇଥିଲେ । କେବଳ ଏତିକି ନୁହେଁ କିଛି ମିଡିଆ ରିପୋର୍ଟରେ ଏହା ମଧ୍ୟ କହୁଯାଇଥିଲା ଯେ, ମାଧୁରୀ ମାଧୁରୀ ଏକ ନିର୍ମାତାଙ୍କୁ ଜାଡେଜାଙ୍କୁ ସୁପାରିଶ କରିବାକୁ କହିଥିଲେ । ଅଜୟଙ୍କ ଲଭ ଅଫେୟାରରେ ତାଙ୍କ ପରିବାର ଖୁସି ନଥିଲେ କାରଣ ଅଜୟ ଜଣେ ରାଜା ପରିବାରର ଏବଂ ମାଧୁରୀ ବଲିଉଡରେ ମାତ୍ର ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏବଂ ମାଧୁରୀଙ୍କ ସହିତ ଲଭ ଅଫେୟାର ପାଇଁ ତାଙ୍କ ଖେଳ ଉପରେ ବହୁତ ଖରାପ ପ୍ରଭାବ ପଡୁଥିଲା । ତାଙ୍କ ପ୍ରଦର୍ଶନରେ କ୍ରମାଗତ ଅବନତି ହେଉଥିଲା ଯେଉଁଥିପାଇଁ ତାଙ୍କ ପରିବାର ତାଙ୍କୁ ଖେଳ ପ୍ରତି ଧ୍ୟନ ଦେବାକୁ ପରାମର୍ଶ ଦେଉଥିଲେ । ଏହା ପରେ ଅଜୟଙ୍କ ନାଁ ମହମ୍ମଦ ଅଜରୁଦ୍ଦିନଙ୍କ ସହିତ ମ୍ୟାଚ୍ ଫିକ୍ସିଂ ମାମଲାରେ ଜଡିତ ହୋଇଥିଲା ଯେଉଁଥିରେ ତାଙ୍କ କ୍ୟାରିୟରରେ ସବୁଦିନ ପାଇଁ ପୁର୍ଣ୍ଣଚ୍ଛେଦ ପଡିଯାଇଥିଲା । ବାସ୍ତବରେ ଦିଲ୍ଲୀ ପୁଲିସ ଦକ୍ଷିଣ ଆଫ୍ରିକାର ଅଧିନାୟକ ହ୍ୟାନ୍ସି କ୍ରୋନ୍ଜି ଏବଂ ବିଜନେସ ମ୍ୟାନ ସଞ୍ଜୟ ଚାବଲାଙ୍କ ଏକ କଲ ରେର୍କଡିଂ ସୁଣିଥିଲେ ଯେଉଁଥିରେ ଅଜରୁଦ୍ଦିନଙ୍କ ବ୍ୟତିତ ଅଜୟ ଜାଡେଜାଙ୍କ ନାଁ ମଧ୍ୟ ଆସିଥିଲା । କ୍ରୋନ୍ଜି ଦକ୍ଷିଣ ଆଫ୍ରିକାର ଏକ କୋର୍ଟରେ କହିଥିଲେ ଯେ ୧୯୯୬ରେ କାନପୁର ଟେଷ୍ଟ ହାରିବା ପାଇଁ ସେ ଏକ ବୁଗିଠାରୁ ପଇସା ନେଇଥିଲେ । ଫିକ୍ସିଙ୍ଗ ମାମଲାରେ ଅଜରୁଦ୍ଦିନଙ୍କ ବ୍ୟତିତ ଅଜୟ ଜାଡେଜା , ନିଖଲ ଚୋପ୍ରା ଓ ନୈନ ମୁଙ୍ଗିଆଙ୍କ ମଧ୍ୟ ନାମ ଆସିଥିଲା । ଅଜହରଙ୍କ ଉପରେ ଆଜୀବନ ପ୍ରତିବନ୍ଧ ଲାଗିଥିଲା ଏବଂ ଅନ୍ୟମାନଙ୍କୁ ୫ ବର୍ଷ ପାଇଁ ବ୍ୟାନ କରାଯାଇଥିଲା । ଏହାରି ଭିତରେ ଅଜୟ ଜାଡେଜା ଅଦିତି ଜେଟଲିଙ୍କୁ ବିବାହ କରିଥିଲେ । ଅଦିତି ଜେଟଲି ବଡ଼ ଲୋକ ଘରର ଝିଅ ଥିଲେ । ତାଙ୍କ ମାଆ ଜୟା ଜେଟଲି ରାଜନୈତିକ ଦଳ ସମତା’ର ଅଧ୍ୟକ୍ଷ ଥିଲେ । ଏହା ପରେ ୨୦୦୩ ମସିହାରେ କୋର୍ଟ ଅଜୟଙ୍କୁ ନିର୍ଦ୍ଦୋଶରେ ଛାଡିଦେଇଥିଲେ । ତାଙ୍କ ଉପରେ ଲାଗିଥିବା ଫିକ୍ସିଙ୍ଗ ଅଭିଯୋଗ ଭିତ୍ତିହୀନ ପ୍ରମାଣିତ ହୋଇଥିଲା । ଯଦି ଜାଡେଜାଙ୍କ ୱାନଡେ କ୍ୟାରିୟକୁ ଦେଖିବା ତେବେ ଟେଷ୍ଟ କ୍ୟାରିୟର ତା ଆଗରେ କିଛି ଭି ନୁହେଁ । ଅଜୟ ଜାଡେଜା ସନ୍ୟାସ ପରେ ବଲିଉଡ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ସେ ଖେଲ ମୁଭିରୁ ବଲିଉଡରେ ପ୍ରବେଶ କରିଥିଲେ । ଯେଉଁ ମୁଭିରେ ବଡ଼ ବଡ଼ ତାରକା ଅଭିନୟ କରିଥିଲେ ଯେମିତିକି ସୁନିଲ ସେଠୀ, ସନି ଦେଓଲ, ସେଲିନା ଜେଟଲି ମୁଖ୍ୟ ଭୁମିକାରେ ଥିଲେ । ଏହା ପରେ ୨୦୦୯ରେ ପଲ ପଲ ଦିଲ କେ ସାଥ ଏବଂ କାଇପୋଛେରେ କାମ କରିଥିଲେ । ୨୦୧୫ରେ ତାଙ୍କୁ ଦିଲ୍ଲୀର କୋଚ ଭାବେ ନିଯୁକ୍ତି ଦିଆଯାଇଥିଲା କିନ୍ତୁ ସେ ସେଥିରୁ ଇସ୍ତଫା ଦେଇଥିଲେ । ଏବେ ଅଜୟ ଜାଡେଜା କ୍ରିକେଟ କମେଣ୍ଟ୍ରି ଅର୍ଥାତ ଜଣେ ବିଶେଷଜ୍ଞ ଭାବେ କାମ କରୁଛନ୍ତି ଏହାର ଅର୍ଥ ସେ ଏବେ ମଧ୍ୟ କ୍ରିକେଟ ଜଗତ ସହିତ ଜଡିତ ଅଛନ୍ତି ।

ତେବେ ଏହିଭଳି ଅଜୟ ଜାଡେଜାଙ୍କୁ ଅନ୍ୟର ଭୁଲ ପାଇଁ ପରିଣାମ ଭୋଗିବାକୁ ପଡିଥିଲା । ତେବେ କ’ଣ ଆପଣଙ୍କୁ ବି ଏହା ଲାଗୁଛି ତେବେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related posts

ଅଷ୍ଟମ ଥର ପାଇଁ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଚମ୍ପିଆନ୍ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ

Odisha Sports Bureau

ମିନି ନିଲାମ ପାଇଁ ଅଣ୍ଟା ଭିଡିଲେଣି ସବୁ ଫ୍ରାଞ୍ଚାଇଜ୍

Odisha Sports Bureau

ମଉଳିଲା ନେଦରଲାଣ୍ଡର ସେମିଫାଇନାଲ୍ ଆଶା

Odisha Sports Bureau