Cricket

ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍

ଡ୍ରିମ୍ ୧୧ ପରେ ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍ । ଏଣିକି ଟିମ୍ ଇଣ୍ଡିଆର ଜର୍ସିରେ ଆପୋଲୋ ଟାୟାର୍ସ ଲେଖାଥିବା ଦେଖିବାକୁ ମିଳିବ । ତେବେ ଡ୍ରିମ୍ ୧୧ ପରେ ଭାରତୀୟ କ୍ରିକେଟ୍ ଦଳର ଜର୍ସି ସ୍ପନସର କିଏ ହେବ ସେ ନେଇ ସସପେନ୍ସ ଲାଗି ରହିଥିଲା । ଆଉ ଶେଷରେ ଆପୋଲୋ ଟାୟାର୍ସ ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍ ଦଳର ନୂତନ ଜର୍ସି ସ୍ପନସର ହୋଇଛି ।

 

View this post on Instagram

 

A post shared by SportsTiger (@sportstiger_official)

ଖବର ମୁତାବକ, ଟିମ୍ ଇଣ୍ଡିଆ ଜର୍ସି ସ୍ପନସର ପାଇଁ ଆଜି ନିଲାମୀ ପ୍ରକ୍ରିୟା ହୋଇଥିଲା । ନିଲାମୀ ଦୌଡରେ କେନୱା ଏବଂ ଜେକେ ଟାୟାର ମଧ୍ୟ ରହିଥିଲା । କିନ୍ତୁ ଆପୋଲୋ ଟାୟର ଏମାନଙ୍କୁ ପଛରେ ପକାଇ ବାଜି ମାରିନେଇଥିଲା । ଆପୋଲୋ ଟାୟର୍ସ ପ୍ରତ୍ୟେକ ମ୍ୟାଚ୍ ପାଇଁ ବିସିସିଆଇକୁ ୪.୫ କୋଟି ଟଙ୍କା ଦେବ, ଯାହା ପୂର୍ବ ପ୍ରାୟୋଜକ ଡ୍ରିମ ୧୧ ଦ୍ୱାରା ଦିଆଯାଉଥିବା ୪ କୋଟି ଟଙ୍କାଠାରୁ ଅଧିକ । ଏହି ନୂଆ ଡିଲ୍ ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ସୀମା ମଧ୍ୟରେ ଭାରତ ପାଖାପାଖି ୧୩୦ଟି ମ୍ୟାଚ୍ ଖେଳିବ ।

Related posts

ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

ବାଂଲାଦେଶ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଝଟକା

Odisha Sports Bureau

ଟି ୨୦ ବିଶ୍ୱକପର ସେମିଫାଇନାଲରେ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଦିନ ରଖାଯାଇ ନାହିଁ