Cricket

ରହମାନଉଲ୍ଲାହଙ୍କୁ ଧୋନିଙ୍କ ଗିଫ୍ଟ

ଚଳିତ ଆଇପିଏଲ ୫ଥର ପାଇଁ ଟାଇଟଲ ଜିତିଛି ଚେନ୍ନାଇ ।ଜିତିବା ପରଠୁ ଧୋନିଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏହା ଧୋନିଙ୍କର ଶେଷ ଆଇପିଏଲ ହେବା ନେଇ ଫ୍ୟାନ୍ସ ଆକଳନ କରୁଥିଲେ । ଏହି କାରଣ ଯୋଗୁଁ ଅନେକ ଖେଳାଳି ମ୍ୟାଚ ସରିବା ପରେ ଧୋନିଙ୍କ ଅଟୋଗ୍ରାଫ ନେବା ସହିତ ସେଲଫି ମଧ୍ୟ ନେଉଥିଲେ ।ଆଉ ଏହା ମଧ୍ୟରେ ଆଫଗାନିସ୍ତାନର ୱିକେଟକିପର ବ୍ୟାଟର ରହମାନୁଲ୍ଲାହ ଗୁରବାଜଙ୍କୁ ଧୋନିଙ୍କ ତରଫରୁ ଏକ ଖାସ୍ ଉପହାର ମିଳିଛି ।

ଆଇପିଏଲରେ ଚଳିତବର୍ଷ କେକେଆର ତରଫରୁ ଡେବ୍ୟୁ କରିଥିଲେ ଗୁରବାଜ । ଗୁରବାଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଚେନ୍ନାଇ ସୁପରକିଙ୍ଗସର ଜର୍ସି ଧରିଥିବାର ନଜର ଆସିଛନ୍ତି । ଏଥିରେ ଧୋନିଙ୍କ ଅଟୋଗ୍ରାଫ ଦେଖିବାକୁ ମିଳିଛି । ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ଧୋନି ଅନେକ ଖେଳାଳିଙ୍କୁ ଏଭଳି ଗିଫ୍ଟ ଦେଇସାରିଛନ୍ତି ।ଏହାଛଡା ଗୁରବାଜ ସୋସିଆଲ ମିଡିଆରେ ଚେନ୍ନାଇ ଟିମର ଜର୍ସି ସହିତ ଏକ ଫଟୋ ଟ୍ବିଟ୍ କରି ଲେଖିଛନ୍ତି, ଏକ ସୁନ୍ଦର ଉପହାର ପଠାଇବା ପାଇଁ ଧନ୍ୟବାଦ ମାହି ସାର୍ ।

 

Related posts

ଏସୀୟ କ୍ରୀଡା କ୍ରିକେଟରେ ଇତିହାସ ରଚିଲା ନବାଗତ ନେପାଳ

Odisha Sports Bureau

ଆଜି ମୋହାଲିରେ ମୁହାଁମୁହିଁ ହେବେ ପଞ୍ଜାବ- ବାଙ୍ଗାଲୋର

Odisha Sports Bureau

ଧୋନି ଦେଲେ ବଡ଼ ଚେତାବନୀ : କ୍ୟାପ୍ଟେନ୍ସି ଛାଡ଼ିଦେବି

Odisha Sports Bureau