More Sports

ବ୍ରୋଞ୍ଜ ପଦକ ହାସଲ କଲେ ବନିତା ଲାକ୍ରା

ଭୁବନେଶ୍ବର:ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଠାରେ ଖେଳା ଯାଇଥିବା 62nd National Interstate Senior Athlete Championship ରେ କମିଶନରେଟ ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ବନିତା ଲାକ୍ରା 4×100 ମିଟର ରିଲେ ଦୌଡରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିବା ସହିତ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି । ଆଜି ତାଙ୍କୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଡିସିପି ଶ୍ରୀ ପ୍ରତୀକ ସିଂ, ତାଙ୍କର କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଥିଲେ । ବନିତା ୨୦୧୫ ମସିହାରେ  କମିଶନରେଟ ପୁଲିସ ବିଭାଗରେ ଜଣେ କନଷ୍ଟେବଳ ଭାବେ ଯୋଗ ଦେବା ସହିତ ନିରବଚ୍ଛିନ୍ନ ଭାବେ ନିଜ କର୍ତ୍ତବ୍ୟ ତୁଲାଇ ଆସୁଛନ୍ତି ।

ଗତ ୨୦୧୬ ମସିହାରେ କଳିଙ୍ଗ ଷ୍ଟାଡିୟମ ଠାରେ ଖେଳାଯାଇଥିବା ଏସିଆନ ଗେମରେ ମଧ୍ୟ ୧୦୦ମିଟର ଏବଂ ୨୦୦ମିଟର ରିଲେ ଦୌଡରେ ସେ ରୌପ୍ୟ ପଦକ ବିଜେତା ହୋଇଥିଲେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାମ କମାଇବାର ଲକ୍ଷ୍ୟ ରଖି ସେ ନିୟମିତ ଭାବେ ଦୁଇରୁ ତିନି ଘଣ୍ଟା ଏକାଗ୍ରଚିତ୍ତରେ ଅକ୍ଲାନ୍ତ ପରିଶ୍ରମ କରିବା ସହିତ ରୁଟିନ ଖାଦ୍ୟପେୟ ଗ୍ରହଣ ତାଙ୍କୁ ଏହି ମାଇଲ ଖୁଣ୍ଟ ପାର କରିବାରେ ସହାୟ ହୋଇଥିଲା ।

 

ସିପି, ଡିସିପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ସଫଳତା ପାଇଁ ବନିତା ଲାକ୍ରାଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବନିତା ପୋଲିସ ବିଭାଗ ପାଇଁ ଆଗରୁ ମଧ୍ୟ ଅନେକ ସମ୍ମାନ ଓ ପ୍ରଶଂସା ଲାଭ କରିଛନ୍ତି ।

Related posts

ଯୌନ ନିର୍ଯାତନା ଅଭିଯୋଗରେ ସୁଟିଂ ପ୍ରଶିକ୍ଷକ ଅଙ୍କୁଶ ଭରଦ୍ୱାଜ ନିଲମ୍ବିତ

Odisha Sports Bureau

ରାଜ୍ୟଗୋଷ୍ଠୀ ହକି ଦଳରେ ସ୍ଥାନ ପାଇଲେ ଏକମାତ୍ର ଓଡ଼ିଆ ଅମିତ

ଭେଲେନ୍ସିୟାକୁ ପରାସ୍ତ କରି ୧୬ତମ ଥର ସୁପର କପ୍ ଫାଇନାଲରେ ରିୟଲ ମେଡ୍ରୀଡ୍

Odisha Sports Bureau