chess

୧୭ ବର୍ଷୟ ଡି. ଗୁକେଶ ହେଲେ ଚେସର ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ : ୧୭ ବର୍ଷିୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଶ୍ରେଷ୍ଠ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଚେସ୍ ବିଶ୍ବକପ୍ ମ୍ୟାଚ ଦ୍ବିତୀୟ ପର୍ୟ୍ୟାୟରେ ଆଜର୍ବୈଜାନ୍ର ମିସ୍ରାତ୍ଦିନ୍

ଇସ୍କାନଦାରୋଭଙ୍କ ଉପରେ ବିଜୟ ହାସଲ୍ କରିଛନ୍ତି। ଏହି ମ୍ୟାଚକୁ ଜିତିବା ପରେ ସେ ଦୀର୍ଘ ୩୭ ବର୍ଷହେବ ଭାରତୀୟ ଶ୍ରେଷ୍ଠ ଖେଳାଳି ବିଶ୍ବନାଥନ୍ ଆନନ୍ଦଙ୍କୁ ଟପିଯାଇଛନ୍ତି । ଗୁକେଶ ବିଶ୍ୱନାଥନ ଆନନ୍ଦଙ୍କୁ ନିଜ ଆଦର୍ଶ ବୋଲି ମାନନ୍ତି ।

ଚେସ୍ ମ୍ୟାଚର ୪୪ଟି ‘ମୁଭ୍’ରେଇସ୍କାନଦାରୋଭଙ୍କ ହଟାଇ ଗୁକେଶ ନିଜର ପାରଦର୍ଶିତା ଦେଖାଇଥିଲେ। ଆନନ୍ଦଙ୍କ ରେଟିଙ୍ଗ୍ ୨୭୫୪.୦ ଥିବା ବେଳେ ସଦ୍ୟତମ ମ୍ୟାଚ୍ରେ ୨.୫ ରେଟିଙ୍ଗ୍ ହାସଲ କରିବାରୁ ଗୁକେଶଙ୍କ ଲାଇଭ୍ ରେଟିଙ୍ଗ୍ ୨୭୫୫.୯କୁ ବୃଦ୍ଧି ପାଇଛି। ତେଣୁ, ସେ ଆନନ୍ଦଙ୍କୁ ଟପି ଶ୍ରେଷ୍ଠ ଚେସ୍ ଖେଳାଳି ମାନ୍ୟତା ପାଇଛନ୍ତି। ଏହି ମ୍ୟାଚ୍ରେ ବିଜୟ ହାସଲ କରିବା ପରେ ଗୁକେଶ ବିଶ୍ବସ୍ତରୀୟ ରାଙ୍କିଙ୍ଗ ୯ମ ସ୍ଥାନରେ ପହଞ୍ଚିଛନ୍ତି । ଗୁକେଶଙ୍କ ସଫଳତାରେ ମୁଗ୍ଧ ହୋଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ‘ଅଭିନନ୍ଦନ ଗ୍ରାଣ୍ଡମାଷ୍ଟର ’ କହି ତାଙ୍କର ଭୂୟସୀ ପ୍ରଶଂସା କରି କରିଛନ୍ତି।

Related posts

ଭାରତୀୟ ବାଳକ, ଏୟାରଥିଙ୍ଗସ୍ ମାଷ୍ଟର୍ସରେ ଘଟାଇଲେ ବିପର୍ଯ୍ୟୟ

Odisha Sports Bureau

ଚେସ୍ ବିଶ୍ୱକପରୁ ବାଦ ପଡିଲେ ଅର୍ଜୁନ୍

Odisha Sports Bureau

ଚେସର ବିକାଶ ପାଇଁ ସହଯୋଗ ଓ ଓଡ଼ିଶାରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

Odisha Sports Bureau