chess

ଜାତୀୟ ଚେସ୍ ବକ୍ସିଙ୍ଗ ସିନିୟର ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିଲେ ବିଷମକଟକ ଝିଅ ବି.ଭିନୀଲା

ବିଷମକଟକ/ ରବୀନ୍ଦ୍ର କୁମାର ସାହୁ: ପଶ୍ଚିମବଙ୍ଗରେ ଜିତି ନାଁ କଲେ ଓଡ଼ିଆ ଝିଅ ବି.ବୀନିଲା | ପଶ୍ଚିମବଙ୍ଗର ଡ଼ାର୍ଜିଲିଙ୍ଗ ସହର ଠାରେ ଆୟୋଜିତ ଏକାଦଶ ତମ ଜାତୀୟ ସିନିୟର୍ ଚେସ୍ ବକ୍ସିଙ୍ଗ ପ୍ରତିଯୋଗିତାର ୪୮ କିଲୋ ମହିଳା ବର୍ଗରେ ଅଂଶ ଗ୍ରହଣ କରି ସ୍ୱର୍ଣ୍ଣ ପଦକ ଜିତି ନିଜ ରାଜ୍ୟ, ଜିଲ୍ଲା ଓ ଗ୍ରାମ ପାଇଁ ଗୌରବ ଆଣିଛନ୍ତି ବିଷମକଟକର ଝିଅ ବି.ବୀନିଲା | ସେ ବିଷମକଟକ ବାସିନ୍ଦା ପିତା ବି.ବିଶେଶ୍ୱର ରାଓ ଓ ମା ବି .ରମାଦେବୀଙ୍କ ଝିଅ । ସେ ନିଜର ସ୍କୁଲ କ୍ୟାରିୟର ବିଷମକଟକ ନିୟୁ ଲାଇଫ ଇଂଲିଶ ମିଡ଼ିଅମ ସ୍କୁଲରେ ଅଧ୍ୟୟନ ପରେ ଯୁକ୍ତ ଦୁଇ ବିଶାଖାପାଟଣା ସଂସ୍କୃତି ଗ୍ଲୋବାଲ୍ ବିଦ୍ୟାଳୟରେ ଅଧ୍ୟୟନ କରି ସେଠାରୁ ଚେଶ୍ ବକ୍ସିଂ ପାଇଁ କୋଚିଙ୍ଗ ନେଇଥିଲେ । ସୂଚନା ଥାଉ କି, ସେ 2022 ମସିହାର ତୁର୍କୀ ଦେଶର ଆଣ୍ଟଲ୍ୟ। ସହରରେ ଆୟୋଜିତ ଚତୁର୍ଥ ୱାର୍ଲଡସ ଚେସ ବକ୍ସିଙ୍ଗ ଟୁର୍ଣ୍ଣମେଣ୍ଟରେ ଜୁନିୟର 45 କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିଥିଲେ । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Related posts

ହୃଦୟ ଜିତିଲେ ବିରାଟ

ଗ୍ରାଣ୍ଡମାଷ୍ଟର ଚେସ ତାଲିମ ଶିବିର ଉଦଯାପିତ

Odisha Sports Bureau

ଚେସର ବିକାଶ ପାଇଁ ସହଯୋଗ ଓ ଓଡ଼ିଶାରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

Odisha Sports Bureau