Cricket

ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି  

ୱେଷ୍ଟଇଣ୍ଡିଜରେ  ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର  ପ୍ରଥମ ଦୁଇଟି ମ୍ୟାଚରେ  ହାରିଯିବା ପରେ ଭାରତୀୟ କ୍ରିକେଟ ଦଳ ଚାପରେ। ଏହି ସିରିଜର  ତୃତୀୟ ମୁକାବିଲା ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ  ଆଜି ଖେଳାଯିବ। ଏହି ମ୍ୟାଚ ହାରିଗଲେ ଭାରତ ଆଉ ଦୁଇଟି ମ୍ୟାଚ୍ ବାକିଥାଇ ସିରିଜ୍ ହାରିଯିବ।

ସେଥିପାଇଁ ଆଜି ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ମ୍ୟାଚ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟ୍ବି-ଟ୍ବେଣ୍ଟି ମ୍ୟାଚ୍ ଖେଳିବ ଭାରତ । ଟି-ଟ୍ବେଣ୍ଟି  ପରାଜୟ ଏଡ଼ାଇବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳକୁ ଆଜି କିଛି ଚମତ୍କାର କରିବାକୁ ପଡ଼ିବ । ନହେଲେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜକୁ ୩-୦ରେ ଜିତିନେବ ଇଣ୍ଡିଜ୍ ଦଳ । ଆଜିର ମ୍ୟାଚ୍ ଭାରତର ଷ୍ଟାର ଓପନର ଯଶଶ୍ବୀ ଜଏଶ୍ବାଲଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ ।

ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍ ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାଜିତ ହୋଇଥିଲା। ଏବେ ଭାରତ ୦-୨ରେ ପଛରେ ରହିଛି। ଏହି ସୀମିତ ଓଭର ଫର୍ମାଟରେ ବ୍ୟାଟରକୁଂ ଆରମ୍ଭରୁ ଅଧିକ ଶକ୍ତ ହୋଇ ଖେଳବାକୁ ପଡ଼ିବ। ହେଲେ ଈଶାନ କିଶନ, ଶୁବମନ ଗିଲ୍ ଓ ସୂର୍ୟ୍ୟକୁମାର ଯାଦବ ସେଭଳି କୌଣସି ମଜବୁତ ଖେଳାଳି   ଖେଳିପାରିନାହାନ୍ତି । ଶୀର୍ଷ କ୍ରମର ବିଫଳତା ମଧ୍ୟଭାଗ ଉପରେ ଅଧିକ ଚାପ ପକାଉଛି। ଯେଉଁଥିପାଇଁ ସଂଜୁ ସାମସନ୍ ଓ ତିଲକ ବର୍ମା ହାତଖୋଲା ସଟ୍ ଖେଳିପାରୁନାହାନ୍ତି। ତେଣୁ ଦିନିକିଆ ବିଶ୍ବକପ୍ କୁ ନଜରରେ ରଖି ଗିଲ୍ , କିଶନ୍ ଓ ସୂର୍ୟ୍ୟକୁମାର ସେମାନଙ୍କ ଲୟକୁ ଫେରିବା ଆବଶ୍ୟକତା ରହିଛି।

 

Related posts

ସ୍ଲୋ ଓଭର ପାଇଁ ଶ୍ରେୟସ ଆୟରଙ୍କୁ ବିସିସିଆଇ ଲଗାଇଲେ ଜରିମାନା

Odisha Sports Bureau

ଅଲରାଉଣ୍ଡର ଜାଡେଜାଙ୍କ ନୂଆ ଟାଲେଣ୍ଟ; ଆମେରିକାରେ ଗଳିରେ କରୁଛନ୍ତି ଡ୍ୟାନ୍ସ

Odisha Sports Bureau

ବିରାଟଙ୍କୁ ନେଇ ହରଭଜନଙ୍କ ଚମତ୍କାର ମନ୍ତବ୍ୟ

Odisha Sports Bureau