Cricket

୫ ମାସରେ ନାଡା ସଂଗ୍ରହ କରିଛି ୫୮ ନମୁନା , ଜାଦେଜା ସର୍ବାଧିକ ପରୀକ୍ଷିତ କ୍ରିକେଟର

ନୂଆଦିଲ୍ଲୀ: ରବିନ୍ଦ୍ର ଜାଦେଜା ହେଉଛନ୍ତି ସର୍ବାଧିକ ପରୀକ୍ଷିତ ଭାରତିୟ କ୍ରିକେଟର । ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ସର୍ବଧିକ ଥର ପରୀକ୍ଷିତ ହୋଇଛନ୍ତି ଜାଦେଜା । ୨୦୨୩ ର ପ୍ରଥମ ୫ ମାସରେ ୩ଟି ନମୁନା ପରିକ୍ଷା ହୋଇଛି । ଏହି ୫ ମାସ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବର୍ଗରୁ ୫୫ ଜଣ କ୍ରିକେଟରଙ୍କ ୫୮ ନମୁନା ପରୀକ୍ଷା ହୋଇଥିବା ନାଡା ୱେବସାଇଟ୍ରେ ପ୍ରକାଶ କରିଛି । ଏଥିପୂର୍ବରୁ କ୍ରିକେଟର୍ମାନଙ୍କଠୁ ୨୦୨୧ରେ ୫୪ ଓ ୨୦୨୨ରେ ୬୦ ନମୁନା ପରୀକ୍ଷା ପାଇଁ ସଂଗୃହୀତ ହୋଇଥିଲା।ନାଡା ତାହାର ୱେବସାଇଟ୍ରେ ପ୍ରକାଶ କରିଛି। ଚଳିତ ବର୍ଷର ପ୍ରଥମ ୫ ମାସ ମଧ୍ୟରେ ଦୁଇ ତାରକା ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନମୁନା ଆଦୌ ପରୀକ୍ଷା ହୋଇନଥିବା ଦେଖିବାକୁ ମିଳିଛି। ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ମାତ୍ର ଥରେ ମୂତ୍ର ନମୁନା ପରୀକ୍ଷା ହୋଇଛି। ୨୦୨୧ ଓ ୨୦୨୨ରେ ରୋହିତ ସର୍ବାଧିକ ପରୀକ୍ଷିତ କ୍ରିକେଟର୍ ହୋଇଥିଲେ।

ଚଳିତ ବର୍ଷ ପ୍ରଥମ ୫ ମାସରେ ମାତ୍ର ଦୁଇ ଜଣ ମହିଳା କ୍ରିକେଟର ହର୍ମନପ୍ରୀତ୍ କୌର ଓ ସ୍ମୃତି ମନ୍ଧାନାଙ୍କର ଥରେ ଲେଖାଏଁ ନମୁନା ପରୀକ୍ଷା ପାଇଁ ଯାଇଛି। ମୋଟ ୫୮ ନମୁନା ମଧ୍ୟରୁ ୭ଟି ରକ୍ତ ନମୁନା ରହିଥିଲା ବେଳେ ଅନ୍ୟ ସବୁ ମୂତ୍ର ନମୁନା ଥିଲା। ଜାଦେଜାଙ୍କ ସମସ୍ତ ତିନି ନମୁନା ମୂତ୍ରରୁ ସଂଗୃହୀତ ହୋଇଥିଲା ବେଳେ ଦ୍ରୁତ ବୋଲର ଟି ନଟରାଜନ୍ ଥରେ ମୂତ୍ର ଓ ଥରେ ରକ୍ତ ନମୁନା ପରୀକ୍ଷା ପାଇଁ ଦେଇଥିଲେ।

Related posts

AFC ମହିଳା ଏସିଆନ କପ-୨୦୨୨ ଆରମ୍ଭ

Odisha Sports Bureau

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପିସିବିର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ; କୋଚ୍ରୁ ଅଧିନାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ବଦଳାଇଲା

Odisha Sports Bureau

ଟିମ ଇଣ୍ଡିଆର ପ୍ରାକ୍ଟିସ ଜର୍ସି ରଙ୍ଗକୁ ଦେଖି ରାଗିଲେ ମମତା ବାନାର୍ଜୀ

Odisha Sports Bureau