Cricket

ଭୁବନେଶ୍ୱରରେ ୩୯ ତମ ସବୁ ଜୁନିଅର ଏବଂ ୪୯ତମ ଜୁନିଅର ନେସନାଲ ଆକ୍ୱାଟିକା ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ୩୯ ତମ ସବୁ ଜୁନିଅର ଏବଂ ୪୯ତମ ଜୁନିଅର ନେସନାଲ ଆକ୍ୱାଟିକା ପ୍ରତିଯୋଗିତା ଆରମ୍ଭ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଆକ୍ୱାଟିକା ସେଣ୍ଟରରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି । ତେବେ ଆଜି ଜାତୀୟ ଆକ୍ୱାଟିକ ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ଯାଏଁ ଚାଲିବ। ସାରା ଦେଶରୁ ୨୫ ଟି ରାଜ୍ୟରୁ ୯୦୦ ଜଣ ବଛା ବଛା ସନ୍ତରଣକାରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି।

ଏହି ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ଫିଲିଫାଇନ୍ସରେ ହେବାକୁ ଥିବା ଏସିଆନ ଏଜ ଗ୍ରୁପ ପ୍ରତିଯୋଗିତା ଓ ଅଲିମ୍ପିକ କ୍ୱାଲିଫାଇଙ୍ଗ ମିଟ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିବେ। ତେବେ ଓଡିଶା କ୍ରୀଡ଼ା ଭିତିଭୂମିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସୁଇମିଙ୍ଗ ଫେଡ଼ରେସନ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ମୋନାଲ ଚୋସକି। କଳିଙ୍ଗ ଷ୍ଟାଡିଅମ ପରିସରରେ ନବ ନିର୍ମିତ ଆକ୍ଵାଟିକ ସେଣ୍ଟର ଏକ ସାନ୍ଦାର ଷ୍ଟାଡିୟମ। ଏଭଳି ଆକ୍ଵାଟିକ ସେଣ୍ଟର ସାରା ଭାରତରେ ଅନ୍ୟ କୌଣସି ସ୍ଥାନରେ ନାହିଁ ।କଳିଙ୍ଗ ଷ୍ଟାଡିଅମରେ ନିର୍ମିତ ଏହା ଭାରତର ପ୍ରଥମ ଆକ୍ଵାଟିକ ସେଣ୍ଟର ଯେଉଁଠି ଶୀତତାପ ନିୟନ୍ତ୍ରଣ ଇଣ୍ଡୋର ଆକ୍ଵାଟିକ ସେଣ୍ଟରରେ ସ୍ବିମରମାନେ ପ୍ରଦର୍ଶନ କରୁଛନ୍ତି। ଏଠି ଦର୍ଶକମାନଙ୍କ ପାଇଁ ଏସିରେ ବସି ଖେଳ ଦେଖିବାର ସୁବିଧା ମଧ୍ୟ ରହିଛି।

Related posts

ଅଷ୍ଟ୍ରେଲୀୟ ଖେଳାଳିଙ୍କ ଲଜ୍ଜାଜନକ କାର୍ଯ୍ୟ ଦଳ ପତନର କାରଣ ; ଯାହା ଏତେ ଭୟଙ୍କର ହୋଇଗଲା

Odisha Sports Bureau

ସଞ୍ଜୁ ସାମସନଙ୍କ ଧୂଆଁଧାର ବ୍ୟାଟିଂରେ ସେମିଫାଇନାଲରେ ଭାରତର ୨୫୩ ରନର ପାହାଡ଼

ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ମୋହସିନ ନକଭିଙ୍କ ରାଗ ଭୀଷଣ, ଦଳକୁ ସମାଲୋଚନା

Odisha Sports Bureau