Uncategorized

ସେପ୍ଟେମ୍ବରରୁ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଟିକେଟ୍ ବୁକିଂ ହେବ

ମୁମ୍ବାଇ: ୫ ଅକ୍ଟୋବରରୁ ଆରମ୍ଭ ହେବ ବିଶ୍ୱକପ୍ ୨୦୨୩ । ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ ପାଇଁ ଆଇସିସି ଦ୍ୱାରା ଟିକେଟ୍ ଯୋଜନା ପ୍ରକାଶ ପାଇଛି। ଅକ୍ଟୋବର ୧୪ ରେ ବିଶ୍ୱକପରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପ୍ରଶଂସକମାନେ ଅଧିକ ଉତ୍ସାହିତ ଅଛନ୍ତି। ମହାମୁକାବିଲା ପାଇଁ ଟିକେଟ୍ ସେପ୍ଟେମ୍ବର ମାସରୁ ବୁକିଂ ଆରମ୍ଭ ହେବ।
ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳ ୮ ଅକ୍ଟୋବର ଦିନ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଟୁର୍ନାମେଣ୍ଟରେ ଖେଳାଯାଇଥିବା ସମସ୍ତ ମ୍ୟାଚ୍ ପାଇଁ ଟିକେଟ୍ ଏକାସାଙ୍ଗରେ ନୁହେଁ ବରଂ ପର୍ୟ୍ୟାୟରେ ଦିଆଯିବ । ଟିକେଟ୍ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ । ଏହି ଟୁର୍ନାମେଣ୍ଟ ପାଇଁ ପ୍ରଥମ ଟିକେଟ୍ ଅଗଷ୍ଟ ୨୫ ରେ ଜାରି କରାଯିବ । ଯେଉଁଥିରେ ଭାରତ ବ୍ୟତୀତ ସମସ୍ତ ଦଳ ପାଇଁ ୱାର୍ମ ଅପ୍ ମ୍ୟାଚ୍ ଅନ୍ତର୍ଭୁକ୍ତ ହେବ ।
ଅନ୍ୟପକ୍ଷରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେଗା ମ୍ୟାଚ୍ ପାଇଁ ଟିକେଟ୍ ବୁକିଂ ୩ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହା ପରେ ୧୫ ସେପ୍ଟେମ୍ବରରେ ଫାଇନାଲ ଏବଂ ସେମିଫାଇନାଲ ପାଇଁ ଟିକେଟ୍ ଦିଆଯିବ । ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏଥି ସହିତ ବିଶ୍ୱକପରେ ଇଂଲଣ୍ଡ ବନାମ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ମ୍ୟାଚ୍ ମଧ୍ୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଭାରତର ମ୍ୟାଚ୍ ପାଇଁ କେବେ ଟିକେଟ୍ ଦିଆଯିବ?
ଭାରତ ବ୍ୟତୀତ ଅଗଷ୍ଟ ୨୫ ରୁ ଅନ୍ୟ ଦଳର ୱାର୍ମ ଅପ୍ ମ୍ୟାଚ୍ ପାଇଁ ଟିକେଟ ବୁକିଂ ଆରମ୍ଭ ହେବ।
ଗୁଆହାଟି ଏବଂ ତ୍ରିଭାନ୍ଦ୍ରମ ଠାରେ ହେବାକୁ ଥିବା ଭାରତର ମ୍ୟାଚ୍ ପାଇଁ ଟିକେଟ୍ ଅଗଷ୍ଟ ୩୦ ରୁ ଜାରି କରାଯିବ।
ଅଗଷ୍ଟ ୩୧ ରୁ ଚେନ୍ନାଇ, ଦିଲ୍ଲୀ ଏବଂ ପୁଣେରେ ଭାରତୀୟ ଦଳର ସମସ୍ତ ମ୍ୟାଚ୍ ପାଇଁ ଟିକେଟ୍ ପ୍ରଦାନ କରାଯିବ।
ସେପ୍ଟେମ୍ବର ୧ ତାରିଖରୁ ଧର୍ମଶାଳା, ଲକ୍ଷେ୍ନø ଏବଂ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ମ୍ୟାଚ୍ ପାଇଁ ଟିକେଟ୍ ଦିଆଯିବ।
ବେଙ୍ଗାଲୁରୁ ଏବଂ କୋଲକାତାରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ମ୍ୟାଚ୍ ପାଇଁ ଟିକେଟ୍ ବୁକିଂ ୨ ସେପ୍ଟେମ୍ବରରୁ ଆରମ୍ଭ ହେବ ।
ଅହମ୍ମଦାବାଦରେ ହେବାକୁ ଥିବା ଭାରତର ମ୍ୟାଚ୍ ପାଇଁ ସେପ୍ଟେମ୍ବର ୩ ରୁ ଟିକେଟ୍ ଜାରି କରାଯିବ।
ସେପ୍ଟେମ୍ବର ୧୫ ରୁ ଟୁର୍ନାମେଣ୍ଟର ସେମିଫାଇନାଲ ଏବଂ ଫାଇନାଲ ପାଇଁ ଟିକେଟ୍ ଦିଆଯିବ।

Related posts

ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନରେ ଭାରତ ଦ୍ୱିତୀୟ

Odisha Sports Bureau

ଦେଶର ୧ନମ୍ବର ଆମେଚର ମହିଳା ଗଲ୍ଫର ଓଡ଼ିଆ ଖେଳାଳି କଶିକା ମିଶ୍ର

ଆସନ୍ତା ୯ରୁ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌

Odisha Sports Bureau