Football

ରାଇଜିଙ୍ଗି ଷ୍ଟାର ପୁଟବଲ ଟୁନାର୍ମେଣ୍ଟ ଉଦଯାପିତ

କୋରାପୁଟ : ସେମିଳିଗୁଡ଼ା ବ୍ଲକ  ଦଳେଇଗୁଡା ପଞ୍ଚାୟତ କଣ୍ଟାଗୁଡା ଗ୍ରାମ ନିକଟସ୍ଥିତ  ଫୁଟବଲ ପଡ଼ିଆ ଠାରେ ରାଜିଙ୍ଗି ଷ୍ଟାର ପୁଟବଲ ଟୁନାର୍ମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ସତନ୍ତ୍ର  ଅତିଥି ଭାବେ ଜୟରାମ ପୂଜାରୀ ଯୋଗ ଦେଇଥିଲେ। ତିନି ଦିନ ଧରି ଚାଲିଥିବା ଏହି ଟୁନାର୍ମେଣ୍ଟରେ ୪୮ ଦଳ ଅଂଶ ଗ୍ରହଣ କରିଥିଲେ।ଏହି ଖେଳରେ ଲିଟିଗୁଡା ଏବଂ ବେହେରା ଗୁଡା ଫାଇନାଲରେ ପହଞ୍ଚି ଥିଲେ।ଦୁଇ ଦଳ ମଧ୍ୟରେ କଡା ଟକର ମ୍ୟାଚ ହୋଇଥିଲା। ପରି ଶେଷରେ ଦୁଇ ଦଳ ମଧ୍ୟରେ ପେନାଲଟିକ ଗୋଲରେ  ବେହେରାଗୁଡା ୨ଟି ଗୋଲ ଦେଇଥିବା ବେଳେ ଲିଟିଗୁଡା ୪ଟି ଗୋଲ  ବିଜୟ ଲାଭ କରିଛି।

ବିଜେତା  ଲିଟିଗୁଡା ଦଳକୁ ୨୧ ହଜାର ଟଙ୍କା, ଟ୍ରଫି ଦେଇଥିବା ବେଳେ ରୋନର ଓଫକୁ ୧୫ ହଜାର ଟଙ୍କା, ଏବଂ କୋପ ମୁଖ ଅତିଥି ଦ୍ଵାରା ପ୍ରଦାନ କରିଥିଲେ। ଉତ୍ତମ ଖେଳାଳି ଭାବେ  ଚିତଲଗୁଡା ଗ୍ରାମର ଆପ୍ପାଲ ନାମ ଯୁବକକୁ  ପୁରସ୍କୃତ କରିଥିଲେ। ବେହେରାଗୁଡା ଗ୍ରାମ ଗୋବିନ୍ଦ ନାମ ଯୁବକଙ୍କୁ ଶ୍ରେଷ୍ଠ ଗୋଲ କିପିର ଭାବେ ଘୋଷଣା କରି ସମ୍ମାନିତ କରିଥିଲେ। ସ୍ଵତନ୍ତ୍ର ଅଥିତି ଭାବେ ଯୋଗ ଦେଇଥିବା କୋରାପୁଟ ଜିଲ୍ଲାର ସମାଜସେବୀ ତଥା ଓଏସଏପି ତୃତୀୟ ବାଟାଲିୟନ ସଭାପତି ଜୟରାମ ପୂଜାରୀ ଗରିବ ଶ୍ରେଣୀର ବୟସ ବୃଦ୍ଧା ଓ ବୁଢ଼ୀ ମାନଙ୍କୁ ଛତା ବଣ୍ଟନ କରିଥିଲେ। ଏହି ବଣ୍ଟନକୁ ନେଇ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଏହି କାର୍ୟ୍ୟକ୍ରମରେ ରାଜେଶ କୂଳଦୀପ, ସୁନିଲ କୂଳଦୀପ, ଅମିତ ଖସଲା, ପୂର୍ଣ୍ଣ ତୁରୁକ, ମାର୍କ ବେନିଆ, ଲାଲୁ ରୁଡ଼ି ,ଅଜୟ କସଲା, ଜିଲ୍ଲାର ସମିତି ସଭ୍ୟ ସଭ୍ୟା ମାନଙ୍କ ଜିଲ୍ଲା ସଭାପତି ଜଗନ୍ନାଥ ହନ୍ତାଳ ଶାନ୍ତି ଶୃଙ୍ଖଳା ଭାବେ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ  ମୁଖ୍ୟ ଅତିଥି ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ, ସ୍ୱତନ୍ତ୍ର ଅତିଥି ଜୟରାମ ପୂଜାରୀ ଆଦି ବାସୀ ଢେମ୍ସା ନାଚ ପଡ଼ିଆରେ ନାଚିଥିଲେ।

Related posts

ସାଫ୍ ଚାମ୍ପିଅନସିପ୍: ଫାଇନାଲରେ ଭାରତ-କୁଏତ୍ ମୁକାବିଲା

Odisha Sports Bureau

ଫୁଟବଲ ମ୍ୟାଚ ବେଳେ ଖେଳାଳିଙ୍କ ହୃଦଘାତରେ ମୃତ୍ୟୁ

Odisha Sports Bureau

ଓଡ଼ିଶା ଏଫ୍‌ସିର ନୂଆ କିଟ୍ ଉନ୍ମୋଚିତ

Odisha Sports Bureau