Cricket

ଅନଫିଟ ରାହୁଲଙ୍କୁ ଦଳରେ ମିଳିଲା ସ୍ଥାନ, କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ: ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ମୋଟ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି ଭାରତୀୟ ସିନିୟର କ୍ରିକେଟ୍‌ ଚୟନ କମିଟି । ଦୀର୍ଘ ଦିନ ପରେ ଟିମ୍‌କୁ ଫେରିଛନ୍ତି ଶ୍ରେୟସ ଆୟର ଏବଂ କେଏଲ୍‌ ରାହୁଲ୍‌ । ଅଧିନାୟକ ଦାୟିତ୍ବ ରୋହିତ ଶର୍ମା ତୁଲାଇବେ ସେହିପରି ଉପ ଅଧିନାୟକ ଦାୟିତ୍ବ ତୁଲାଇବେ ହାର୍ଦ୍ଦିକ ପାଣ୍ଡ୍ୟା। ଏସିଆ କପ୍‌ ଅଗଷ୍ଟ ମାସ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୭ ଯାଏ ଚାଲିବ।

ନମ୍ବର ୪ର ବ୍ୟାଟର ଶ୍ରେୟସ ଆୟର ସଂପୂର୍ଣ୍ଣ ଫିଟ୍ ଥିବା ଜାତୀୟ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି। ତେବେ କେଏଲ ରାହୁଲଙ୍କୁ ସଂପୂର୍ଣ୍ଣ ଫିଟ୍ ନ ଥିବା ସତ୍ତ୍ଵେ ଦଳରେ କାହିଁକି ସାମିଲ୍ କରାଗଲା ଏହା ପଛର କାରଣ କହିଛନ୍ତି ଅଗରକର।

ଏସିଆ କପ୍ ୨୦୨୩ର ଦଳ ଘୋଷଣା କରିବା ପରେ ସାମ୍ବାଦିକ ସମ୍ମିଳନୀରେ ଅଗରକର କହିଛନ୍ତି, ଏନସିଏରେ କିଛି ଅଭ୍ୟାସ ମ୍ୟାଚ୍‌ରେ କେଏଲ ରାହୁଲଙ୍କ ଫିଟନେସ୍ ଭଲ ଥିବା ଦେଖିବାକୁ ମିଳିଛି। ଆମେ ଆଶା କରୁଛୁ ଏସିଆ କପ୍ ଆରମ୍ଭ ହେଲା ବେଳକୁ ସେ ସଂପୂର୍ଣ୍ଣ ଫିଟ୍ ହୋଇ ସାରିଥିବେ। ସେ ଦଳର ଜଣେ ମହତ୍ଵପୂର୍ଣ୍ଣ ଖେଳାଳି। ଆଶ୍ଵସ୍ତିକର ବିଷୟରେ ତାଙ୍କର ପୁରୁଣା ଆହତଜନିତ ସମସ୍ୟା ଆଉ ନାହିଁ ଏବଂ ସର୍ଜରୀ ସଫଳ ରହିଥିଲା। ତଥାପି ରାହୁଲ ଏସିଆ କପ୍‌ ୨୦୨୩ର ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ଖେଳି ନ ପାରନ୍ତି।

Related posts

ୱାର୍ଲ୍ଡ କପ ପୂର୍ବରୁ ଅବସର ନେଲେ ପାକିସ୍ତାନ ଖେଳାଳି

Odisha Sports Bureau

ନୂଆ ‘ଲୋଗୋ’ ଜାରି କଲା ଗୁଜୁରାଟ ଟାଇଟନ୍ସ, ଉନ୍ମୋଚନ କଲେ ନେହେରା, ପାଣ୍ଡ୍ୟା ଓ ଶୁଭମନ

Odisha Sports Bureau

ଶ୍ରୀଲଙ୍କାର ଶୋଚନୀୟ ପରାଜୟ, ୬୫ ରନରେ ଜିତିଲା ନ୍ୟୁଜିଲାଣ୍ଡ

Odisha Sports Bureau