Cricket

ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ

ବଞ୍ଚିଛନ୍ତି ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ ।  ତାଙ୍କ ମୃତ୍ୟୁର  ଖବର ସମ୍ପୂର୍ଣ ଗୁଜବ ଥିଲା  । ଷ୍ଟ୍ରିକ୍ ଜୀବିତ ଅଛନ୍ତି । ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ ନେଇ ତାଙ୍କ ସାଙ୍ଗ ହେନେରୀ ଓଲାଙ୍ଗା କହିଛନ୍ତି । ଷ୍ଟ୍ରିକ ଦୀର୍ଘ ଦିନରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ ।

ଆଜି ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍ ଅଲରାଉଣ୍ଡର  ହିଥ୍ ଷ୍ଟ୍ରିକଙ୍କ  ଦେହାନ୍ତ ହୋଇଯାଇଥିବା କଥା ତାଙ୍କର ବୋଲିଙ୍ଗ୍ ପାର୍ଟନର୍ ହେନ୍ରି ଓଲଙ୍ଗ୍ ‘ଏକ୍ସ୍’ କରି ସୂଚନା ଦେଇଥିଲେ । ଯାହାକି ସମ୍ପୂର୍ଣ ଗୁଜବ ଥିଲା । ଜିମ୍ବାୱେର ପୂର୍ବତନ ଫାଷ୍ଟ୍ ବୋଲର୍ ହେନିର  ଅଲଙ୍ଗ୍ ଶୋକବ୍ୟକ୍ତ ରି ‘ଏକ୍ସ’ (ଟୁଇଟ୍) କରିଛନ୍ତି: ହିଥ୍ ଆରପରିକୁ ଚାଲିଯାଇଛନ୍ତି ବୋଲି ଦୁଃଖଦ ଖବର ଆସିଛି କହିଥିଲେ ।

ତେବେ ଓଲାଙ୍ଗା ପ୍ରଥମ ଟ୍ଵିଟ୍‌ କରି ଷ୍ଟ୍ରିକଙ୍କ ମୃତ୍ୟୁ ହେବା ନେଇ ପୋଷ୍ଟ କରିଥିଲେ । ଏହାପରେ ସେ ଟ୍ଵିଟକୁ ଡିଲିଟ କରି ଷ୍ଟ୍ରିକ୍‌ ଜୀବିତ ଅଛନ୍ତି ବୋଲି କହିଛନ୍ତି । ହିଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ବହୁତ ମାତ୍ରାରେ ପ୍ରଚାରିତ ହେବା ପରେ ମୁଁ ତାଙ୍କ ସହିତ କଥା ହେଲି । ତୃତୀୟ ଅମ୍ପାୟର ତାଙ୍କୁ ପୁଣି ଫେରାଇ ଆଣିଲେ । ସେ ବହୁତ ଭଲ ଏବଂ ବର୍ତ୍ତମାନ ଜୀବିତ ଅଛନ୍ତି ।

Related posts

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର…

Odisha Sports Bureau

ଆଇପିଏଲ ପରେ ସୂର୍ଯ୍ୟଙ୍କୁ ଝଟକା, ଦଳରୁ ପଡିପାରନ୍ତି ବାଦ୍

Odisha Sports Bureau

ଅଷ୍ଟ୍ରେଲୀୟ ଖେଳାଳିଙ୍କ ସାମ୍ନାରେ ନାଚୁଥିବାର ନଜର ଆସିଲେ ନାଚିଲେ କୋହଲି

Odisha Sports Bureau