Cricket

ବର୍ଷା ବିଗାଡି ଦେଲା ଭାରତ ଓ ଆୟର୍ଲାଣ୍ଡ ମାଧ୍ୟରେ ଥିବା ତୃତୀୟ T- ୨୦ ମ୍ୟାଚ

ବ୍ୟୁରୋ: ବର୍ଷା ବିଗାଡି ଦେଲା ଭାରତ ଓ ଆୟର୍ଲାଣ୍ଡ ମାଧ୍ୟରେ ଥିôବା ତୃତୀୟ ଟ୍ୱେଣ୍ଟି- ୨୦ ମ୍ୟାଚ । ଗତ କାଲି ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବର୍ଷା କାରଣରୁ ବାତିଲ କରାଯାଇଛି । ଦିନସାରା ବର୍ଷା ଲାଗିରହିଥିବାରୁ ପିଚରୁ କଭର ହଟାଯାଇପାରିନଥିଲା ଫଳରେ ମ୍ୟାଚ ଟିକୁ ସ୍ତଗିତ କରାଯାଇଥିଲା । ପରବର୍ତ୍ତି ସମୟରେ ଅମ୍ପାୟାର ପଡିଆ ସ୍ଥିତି ଯାଞ୍ଚ କରିବା ପରେ ମ୍ୟାଚ ଟିକୁ ବାତିଲ ଘୋଷଣା କରିଥିଲେ । ଏହି ଟ୍ୱେଣ୍ଟି-୨୦ ମ୍ୟାଚରେ ଭାରତ ପ୍ରଥମ ୨ଟି ମ୍ୟାଚ ଜିତି ଆଗୁଆ ଶୃଙ୍ଖଳା ଜିତି ସାରିଥିଲା । ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍କୁ ୨ ରନ୍ରେ ଜିତିଥିଲା ବେଳେ ଦ୍ବିତୀୟକୁ ଭାରତ ୩୩ ରନ୍ରେ ବିଜୟୀ ହୋଇଥିଲା। ଏହାଫଳରେ ପ୍ରଥମ ଥର ଦଳର ନେତୃତ୍ବ ନେଉଥିବା ତଥା ଆହତରୁ ଫେରିଥିବା ଯଶପ୍ରୀତ୍ ବୁମ୍ରାଙ୍କ ପାଇଁ ଏହା ପ୍ରଥମ ଶୃଙ୍ଖଳା ବିଜୟ ହୋଇପାରିଛି। ବୁମରା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହାପରଠୁ ଭାରତୀୟ ଦଳ ୩୦ ତାରିଖରୁ ଶ୍ରୀଲଙ୍କାରେ ଏସିଆ କପ୍ ଅଭିଯାନ ଆରମ୍ଭ କରିବ ବୋଲି କୁହାଯାଉଛି ।

Related posts

ଦଳକୁ ଫେରିପାରନ୍ତି ସୂର୍ଯ୍ୟକୁମାର , କିନ୍ତୁ କ୍ରିକେଟ୍ ବୋର୍ଡ ରଖିଛି ସର୍ତ୍ତ…

ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବ ଆଇପିଏଲର ୩୦ ତମ ମ୍ୟାଚ

Odisha Sports Bureau

ଧୂଳିସାତ୍ ହେଲା ଅଷ୍ଟ୍ରେଲିଆ ସ୍ଵପ୍ନ, ୧୭ ବର୍ଷ ପରେ ଗ୍ରୁପ୍ ପର୍ଯ୍ୟାୟରୁ ବିଦା

Odisha Sports Bureau