More Sports

ଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା ତରଫରୁ ବିଷମ କଟକ ଝିଅ ବି.ଭିନିଲାଙ୍କୁ ସମ୍ବର୍ଦ୍ଧନା

ବିଷମ କଟକ/ରବିନ୍ଦ୍ର କୁମାର ସାହୁ:ରାୟଗଡ଼ା ଜିଲ୍ଲା ବିଷମକଟକର ଝିଅ ବି.ଭିନିଲା ଙ୍କୁ ଚଳିତ ମାସ ୨୯ ତାରିଖ ଦିନ ବିଶାଖାପାଟଣା ୟୁନିଭରସିଟି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା  ତରଫରୁ  ମାନପତ୍ର ଓ ମେଡେଲ୍ ସହ ୧୦ ହାଜର ଟଙ୍କାର ଉତ୍ସାହନ ରାଶି ପ୍ରଦାନ କରାଯାଇଛି । ସୁଚନା ଥାଉକି: ବି. ଭିନିଲ। ଚଳିତ ବର୍ଷ ପଶ୍ଚିମବଙ୍ଗ ଡ଼ାର୍ଜେଲିଙ୍ଗ ଠାରେ ଆୟୋଜିତ  ଏକାଦଶ ତମ ଜାତୀୟ ସ୍ଥରରେ ଚେସ୍‌ ବକ୍ସିଙ୍ଗ ସିନିୟର୍ ଟୁର୍ଣ୍ଣାମେଣ୍ଟରେ ୪୮ କିଲୋ ମହିଳା ବର୍ଗରେ ସ୍ଵର୍ଣ ପଦକ ଜିତି ଗୌରବ ଆଣିଥିଲେ । ସେ ବିଷମକଟକ ବାସିନ୍ଦା ପିତା ବି.ବିଶେଶ୍ୱର ରାଓ ଓ ମା ବି.ରମାଦେବୀଙ୍କ ଝିଅ ଅଟନ୍ତି । ସେ ନିଜର ସ୍କୁଲ କ୍ୟାରିୟର ବିଷମକଟକ  ନିୟୁ ଲାଇଫ ଇଂଲିଶ ମିଡ଼ିଅମ୍ ସ୍କୁଲରେ ଅଧ୍ଯୟନ ପରେ ଯୁକ୍ତ ଦୁଇ ବିଶାଖାପାଟଣା ସଂସ୍କୃତି ଗ୍ଲୋବାଲ୍ ବିଦ୍ୟାଳୟ ରେ ଅଧ୍ଯୟନ କରି ସେଠାରୁ ଚେଶ୍ ବକ୍ସିଂ ପାଇଁ କୋଚିଙ୍ଗ ନେଇଥିଲେ । ସେ ୨୦୨୨ ମସିହାର ତୁର୍କୀ ଦେଶର ଆଣ୍ଟଲ୍ୟ। ସହରରେ ଆୟୋଜିତ ଆନ୍ତର୍ଜାତିକ ସ୍ତରର ଚତୁର୍ଥ ୱ।ର୍ଲ୍ଡସ  ଚେସ୍‌ ବକ୍ସିଙ୍ଗ ଟୁର୍ଣ୍ଣାମେଣ୍ଟରେ ଜୁନିୟର 45 କିଲୋ ବର୍ଗରେ ସ୍ଵର୍ଣ ପଦକ ଜିତି ସେ ଗୌରବ ଆଣିଥିଲେ ।

ଚେସ୍ ବକ୍ସିଂ ଭଳି  କ୍ରୀଡ଼ା କ୍ଷେତ୍ରରେ ଆମୋ ରାଜ୍ୟରେ କୌଣସି ଆସୋସିଏସନ୍, କୋଚିଙ୍ଗ କିମ୍ବା କୌଣସି ମୌଳିକ ସୁବିଧା ନଥିବା ବେଳେ ଅନ୍ୟ ରାଜ୍ୟ ରେ ଖେଳି ଗୌରବ ଆଣିଥିବା ଝିଅ କୁ ଅନ୍ୟ ରାଜ୍ୟରେ ସ୍ଵାଗତ ଓ ସମ୍ବର୍ଧନା ସହ ଅଭିନଦନ ଜଣାଉଥିବା ବେଳେ ଆମ ରାଜ୍ୟ,ଜିଲ୍ଲା, ବ୍ଲକ ରେ ଦୃଷ୍ଟି ନ ଦେବା ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗମୀ ଦିନରେ ଏହା ଯୁବପିଢୀ ମାନଙ୍କ କ୍ରୀଡା କ୍ଷେତ୍ର  ଉପରେ ପ୍ରଭାବ ପକାଇବ ତାହାର ତିଳେ ମାତ୍ର ସନ୍ଦେହ ନାହିଁ । ଏମିତି ପ୍ରତିଭାକୁ ନଜର୍ ଅନ୍ଦାଜ୍ କରିବା ରାଜ୍ଯ, ଜିଲ୍ଲା ଓ ବ୍ଲକ୍ ପ୍ରଶାସନର ପ୍ରତିଭା ଚୟନ ପକ୍ରିୟା ଉପରେ ସାଧାରଣ ଜନତା ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

 

Related posts

ଥାଇଲ୍ୟାଣ୍ଡ ଓପନ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଆଶିଷ

ଡୋପିଂ ଟେଷ୍ଟରେ ବିଫଳ ପାଇଁ ଏସୀୟ କ୍ରୀଡା ୨୦୧୪ ପଦକ ବିଜୟୀ ହାମର ଫିଙ୍ଗାଳୀ ମଞ୍ଜୁ ବାଲା ନିଲମ୍ବିତ

Odisha Sports Bureau

 ଭାରୋତ୍ତଳନବିଶ୍ୱ ଚମ୍ପିଆନସିପ୍ ରେ ଭାରତୀୟ ଟିମର ପ୍ରତିନିଧିତ୍ୱ କରିବେ ମୀରାବାଇ

Odisha Sports Bureau