Cricket

ବିଶ୍ୱକପ ପାଇଁ ଟିକେଟ ଦର ଆକାଶଛୁଆଁ , ୧୯ ଲକ୍ଷରୁ ଅଧିକ

ବିଶ୍ୱକପ ୨୦୨୩ର ଅପେକ୍ଷା ଫ୍ୟାନ ମାନେ ଅପେକ୍ଷା କରି ରହିଛନ୍ତି । ଚଳିତ ବର୍ଷ ଭାରତରେ ମ୍ୟାଚ ଖେଳାଯିବ । ହାଇଭେଲଟେଜ ମ୍ୟାଚ ପାଇଁ ଲୋକ ଟିକେଟ କିଣୁଛନ୍ତି ।କିଛି ମ୍ୟାଚ ପାଇଁ ଟିକେଟ ଦାମ ଲକ୍ଷେ ଟଙ୍କାରୁ ଅଧିକ ରହିଛି ।

ଅହମଦାବାଦରେ ହେବାକୁ ଥିବା ଭାରତ ବନାମ ପାକିସ୍ତାନ ୨୦୨୩ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ସାଉଥ ପ୍ରମିୟମ ୱେଷ୍ଟ ୱେ ଟିକେଟର ଦାମ୍‌ ୧୯,୫୧,୫୮୦ ଟଙ୍କା ରହିଥିବା ଭାଏଗୋଗୋ ସାଇଟରେ ଦେଖିବାକୁ ମିଳିଛି । ଭାରତ  ପାକିସ୍ତାନ ମ୍ୟାଚ୍‌ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି ।

 ସାଉଥ ପ୍ରିମିୟମ ୱେଷ୍ଟ ୱେ ପାଇଁ କେବଳ ୬ ହଜାର ଟଙ୍କା ରହିଛି । ଏଠାରେ ୧,୦୦୦, ୧,୫୦୦, ୨,୦୦୦ ଏବଂ ୩,୦୦୦ ଟଙ୍କା ଶସ୍ତାରେ ମଧ୍ୟ ଅପସନ ରହିଛି ।

ଭାଏଗୋଗୋରେ ଟିକେଟ ଦାମ୍‌ ୬୬,୦୦୦ରୁ ଆରମ୍ଭ ହୋଇ ୧୯,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାଛଡା ଲକ୍ଷ୍ମୌରେ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ମ୍ୟାଚ୍‌ର ଟିକେଟ ଦାମ୍‌ ୨,୩୪,୬୩୨ ଟଙ୍କା ରହିଛି ।

ଇଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ ଦାମ୍‌ ୩୮,୮୭୭ ଟଙ୍କା ରହିଛି । ଯାହା କ୍ଲାସ ୧ ପାଇଁ ବଢି ୨, ୩୪,୬୨୨ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଚେନ୍ନାଇରେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍‌ ପାଇଁ ଟିକେଟ ଦାମ୍‌ ୩୧,୩୪୦ରୁ ଆରମ୍ଭ କରି ୯,୩୧, ୨୯୫ ଟଙ୍କା ପର୍ଯ୍ୟନ୍ତ ରହିଛି ।

Related posts

ରାଗି ଗଲେ ୟୁଜଭେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ; କଲେ ଏମିତି ପ୍ରଶ୍ନ

Odisha Sports Bureau

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ : ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ

Odisha Sports Bureau

ପୂର୍ବତନ କ୍ରିକେଟର ଡିନ ଜୋନ୍ସଙ୍କ ମୃତ୍ୟୁ

Odisha Sports Bureau