Cricket

ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ମହା ମୁକାବିଲା

ମଙ୍ଗଳବାର ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ମ୍ୟାଚ୍ ।ଗତକାଲି ପାକିସ୍ତାନକୁ ୨୨୮ ରନର ବଡ଼ ବ୍ୟବଧାନରେ ହରାଇଛି  ଭାରତ ।  ବିରାଟ କୋହଲି ଓ କେ.ଏଲ ରାହୁଲ ଶତକ ମାରିଥିଲେ  । ଚମତ୍କାର ଇନିଂସ ଖେଳି ପଡୋଶୀ ପାକିସ୍ତାନ ସାମ୍ନାରେ ୩୫୭ ରନର ପାହାଡ଼ ଛିଡା କରିଥିଲେ । ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାବର ବାହିନୀ  କୁଲଦୀପ୍ ଯାଦବଙ୍କ ଘାତକ ବୋଲିଂର ଶିକାର ହୋଇଥିଲା । ଦଳ ସମସ୍ତ ଓ୍ବାକେଟ୍ ହରାଇ ମାତ୍ର ୧୨୮  ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଏହି ବୃହତ ବିଜୟ ସହିତ ଟିମ୍ ଇଣ୍ଡିଆ ସୁପର-୪ ଟେବୁଲ ଟପରେ ରହିଛି । ଆଜିର ମ୍ୟାଚ୍ ଜିତିଲେ ଭାରତର ସିଧା ସିଧା ଫାଇନାଲକୁ ଏଣ୍ଟ୍ରି ମାରିବ ।

ଏସିଆ କପ୍ ସୁପର-୪ ଷ୍ଟେଜରେ ଟିମ୍ ଇଣ୍ଡିଆର ବ୍ୟାକ୍ ଟୁ ବ୍ୟାକ୍ ଫାଇଟ୍ ।  ସୋମବାର ପାକିସ୍ତାନକୁ ଧୂଳି ଚଟାଇଥିବା ଟିମ୍ ଇଣ୍ଡିଆ ଆଜି ଲଙ୍କା ଟିମ୍କୁ ଚେକ୍ ଦେଇଥିବା ଲକ୍ଷ୍ୟରେ ରହିଛି । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଦିନ ୩ଟାରେ ଖେଳାଯିବ ମ୍ୟାଚ୍ ।  ବିଜୟ ଧାରା ବଜାୟ ରଖିବା ସହିତ ଏସିଆ ଚାମ୍ପିଅନ ହେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ । ସେପଟେ ଶ୍ରୀଲଙ୍କା ଦଳ ମଧ୍ୟ ଲଢେଇ ପାଇଁ ପୂରା ପ୍ରସ୍ତୁତ ହୋଇଛି ।

Related posts

ଅଭିନନ୍ଦନଙ୍କୁ ଟିମ୍ ଇଣ୍ଡିଆର ସଲାମ୍

Odisha Sports Bureau

ପାକିସ୍ତାନ ଲେଖା ଜର୍ସି ପିନ୍ଧି ଏସିଆ କପ ଖେଳିବ ଭାରତ

Odisha Sports Bureau

କ୍ରିକେଟର ଯୁବରାଜ ସିଂହଙ୍କ ମାଆଙ୍କୁ ଧମକ ଦେଇ ଟଙ୍କା ନେବା ଉଦ୍ୟମରେ ମହିଳା ଗିରଫ