Cricket

ରୋହିତଙ୍କ ସୁପର କ୍ୟାଚ ଦେଖି କୁଣ୍ଢାଇଲେ କୋହଲି

ଏସିଆ କପ ସୁପର-୪ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚରେ ରୋହିତ ଶର୍ମା ଏଭଳି ଏକ କ୍ୟାଚ ଧରିଥିଲେ, ଯାହା ପରେ ବିରାଟ କୋହଲି ଦୌଡି ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ । ଯାହାର ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ପ୍ରଶଂସା କରିବାରେ ଲାଗିଛନ୍ତି । ୨୧.୧ ଓଭରରେ ଶ୍ରୀଲଙ୍କା ଟିମର ଅଧିନାୟକ ଦସୁନା ଶନାକା ରବିନ୍ଦ୍ର ଜାଡେଜାଙ୍କ ବଲକୁ ଖେଳି ସ୍ଲିପରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ରୋହିତ ଏହି କ୍ୟାଚ୍‌କୁ ଧରିଥିଲେ । ଆଉ ଏଭଳି କ୍ୟାଚ୍‌ ରୋହିତ ଧରିବା ଦେଖି ବିରାଟ ତାଙ୍କୁ କୁଣ୍ଢାଇ ପକାଇଥିଲେ । ଫ୍ୟାନ୍ସ ମଧ୍ୟ ଏହି ଭିଡିଓ ଦେଖିବା ପରେ ବହୁତ ଖୁସି ହୋଇଯାଇଛନ୍ତି । ଏହାର ଫଟୋ ଏବଂ ଭିଡିଓ ଭାଇରଲ ହେବାରେ ଲାଗିଛି ।

ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ମ୍ୟାଚକୁ ସବୁବେଳ ପାଇଁ ସ୍ମରଣୀୟ କରି ରଖିବେ ରୋହିତ ଶର୍ମା । ଭାରତ ତରଫରୁ ରୋହିତ ଶର୍ମା ୪୮ ବଲରେ ୫୩ ରନ୍‌ କରିଛନ୍ତି । ରୋହିତ ୭ଟି ୪ ଏବଂ ଦୁଇଟି ଛକା ମାରିଛନ୍ତି ।  ଏହି ଇନିଂସ ଖେଳି ରୋହିତ ଶର୍ମା ଦିନିକିଆ ଇଣ୍ଟରନ୍ୟାସନାଲରେ ୧୦,୦୦୦ ରନ୍‌ ପୂରଣ କରିଛନ୍ତି । ଆଉ ଏଥିପାଇଁ ରୋହିତଙ୍କର ପ୍ରଶଂସା ହେଉଛି । କେବଳ ବ୍ୟାଟିଂ ନୁହେଁ ଫିଲ୍ଡିଂ କରିବା ସମୟରେ ରୋହିତଙ୍କ ପ୍ରଦର୍ଶନ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି । ଭାରତ ୪୧ ରନରେ ମ୍ୟାଚ୍‌ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କରିଛି। ଅବଶ୍ୟ ୧୫ ତାରିଖରେ ଦଳ ବାଂଲାଦେଶକୁ ସୁପର ୪ର ଶେଷ ମ୍ୟାଚରେ ଭେଟିବ। କିନ୍ତୁ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ଭାରତ ୧୭ ତାରିଖ ଫାଇନାଲ ପାଇଁ ଟିକେଟ ହାସଲ କରି ନେଇଛି।

Related posts

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ

ଟ୍ରାକକୁ ଫେରୁଛି ଚେନ୍ନାଇ ଏକ୍ସପ୍ରେସ

Odisha Sports Bureau

ଶ୍ରୀଲଙ୍କାର ଶୋଚନୀୟ ପରାଜୟ, ୬୫ ରନରେ ଜିତିଲା ନ୍ୟୁଜିଲାଣ୍ଡ

Odisha Sports Bureau