Football

ପୁରୁଷ ଏସୀୟ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ

ବ୍ୟୁରୋ: ଆସନ୍ତା ବର୍ଷ କାତାରରେ ହେବାକୁ ଥିବା ପୁରୁଷ ଏସୀୟ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ। ଗୁରୁବାର ଏପରି ଘୋଷଣା କରିଛି ଏଫ୍ସି । ଯାହା କ୍ରୀଡା କ୍ଷେତ୍ରରେ ଲିଙ୍ଗଗତ ସମାନତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଗତବର୍ଷ ମଧ୍ୟ ଅନୁଷ୍ଠିତ ପୁରୁଷ ବିଶ୍ବକପ୍ରେ ୟୋସିମି ମ୍ୟାଚ୍ ପରିଚାଳନାର ସୁଯୋଗ ପାଇଥିଲେ। ତେବେ ଜାନୁଆରି-ଫେବ୍ରୁଆରିରେ ଖେଳାଯିବାକୁ ଥିବା ଏସୀୟ ପ୍ରତିଯୋଗିତାରେ ମହିଳା ରେଫରି ପଦାର୍ପଣ କରିବେ ବୋଲି ଏସୀୟ ଫୁଟବଲ୍ ମହାସଂଘ  ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ମହିଳା ଫୁଟବଲ୍କୁ ପ୍ରୋତ୍ସାହିତ କରିବା ପାଇଁ ଆସନ୍ତା ବର୍ଷ ଏସୀୟ ମହିଳା ଚାମ୍ପିଅନ୍ସ ଲିଗ୍ ମଧ୍ୟ ଆୟୋଜନ ପାଇଁ ଏଏଫ୍ସି ଲକ୍ଷ୍ୟ ରଖିଛି। ତେବେ ଏହି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଭିଡିଓ ଆସିଷ୍ଟାଣ୍ଟ ରେଫରି ସିଷ୍ଟମ୍ ମଧ୍ୟ ପଦାର୍ପଣ କରିବାକୁ ଯାଉଛି। ଏସୀୟ କପ୍ରେ ୨୪ ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। କାତାର ବିଜେତା ସହିତ ଆୟୋଜକ ଦଳ ଭାବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି।

Related posts

କୋଭିଡ୍-୧୯ ମଧ୍ୟରେ ଜର୍ମାନୀରେ ୬୬ ଦିନ ପରେ ଆଜିଠାରୁ ଫୁଟବଲ୍ ଆରମ୍ଭ

ଜୁନ୍ ୨୧ରୁ ବେଙ୍ଗାଲୁରୁରେ ଆରମ୍ଭ ହେବ ସାଫ କପ୍

Odisha Sports Bureau

ସାଫ୍ ଚାମ୍ପିଅନସିପ୍: ଫାଇନାଲରେ ଭାରତ-କୁଏତ୍ ମୁକାବିଲା

Odisha Sports Bureau