Cricket

ଅଷ୍ଟ୍ରେଲିଆ ସିରିଜ୍ରେ କ୍ୟାପଟେନ୍ସିକୁ ନେଇ ଅସନ୍ତୋଷ

ଅଷ୍ଟ୍ରେଲିଆରେ ହେବାକୁ ଥିବା ୩ ଦିନିଆ ସରିଜ୍ ପାଇଁ ବିସିସିଆଇ ଟିମ୍ ଘୋଷଣା କରିଛି । ଏହି ତାଲିକାରେ କ୍ୟାପଟେନ୍ ରୋହିତ ଶର୍ମା, ଭାଇସ କ୍ୟାପଟେନ୍ ହାର୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କେ ଏଲ ରାହୁଲଙ୍କୁ ଅଧିନାୟକ ଦାଇତ୍ୱ ତୁଲାଇବେ । ଆଉ ଉପ ଅଧିନାୟକ ହୋଇଛନ୍ତି ଦଳର ଭେଟେରାନ ଅଲ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ।

୨୦୧୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ କେ ଏଲ ରାହୁଲ କ୍ରିକେଟରେ ଡେବ୍ୟୁ କରିଥିଲେ । ଜାଡେଜା ଡେବ୍ୟୁ କରିଥିଲେ ୨୦୦୯ ମସିହାରେ । ୨୦୧୪ରେ ପ୍ରଥମେ ପ୍ରଥମେ ଭଲ ପରଫରମାନ୍ସ ଦେଖାଇ ସେ ବିସିସିଆଇର ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ପରବର୍ତୀ ସମୟରେ ତାଙ୍କ ମ୍ୟାଚ ଏତେଟା ଆକର୍ଷଣୀୟ ହୋଇ ନ ଥିଲା । ବିଭିନ୍ନ ମ୍ୟାଚରେ ସେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରାଇଥିଲେ ।

୨୦୨୩ ଆଇପିଏଲରେ କେ ଏଲ ରାହୁଲ ବାଙ୍ଗଲୋର ଓ ଲକ୍ଷେ୍ନø ମ୍ୟାଚ ବେଳେ ତାଙ୍କ ଜଙ୍ଗରେ ଆଘାତ ଲାଗିଥିଲା ତେଣୁ ସେ ଖେଳରୁ ଦୁରରେ ରହିଥିଲେ । ଏହି ସମୟରେ ଋଷଭ ପନ୍ତଙ୍କ ଭଳି ଏକାଧିକ ଖେଳାଳି ଆହତ ହୋଇଥିଲେ । କିନ୍ତୁ କେଏଲ ରାହୁଲ ଏନସିଏରୁ ସିଧା ଟିମକୁ ଆସିଥିଲେ । ଏସିଆ କପରେ ପାକିସ୍ତାନ ବିପକ୍ଷରେ ପୁଣି ଖେଳି ଥିଲେ କେଏଲ୍ ରାହୁଲ । ସେହି ମ୍ୟାଚରେ ରାହୁଲ ଶତକ ମାରିଥିଲେ । ତାଙ୍କର ଗୋଟିଏ ପାଳି ଦେଖି ବିସିସିଆଇ ଯେମିତି କୁତୁକୁତୁ ହୋଇ ଯାଇଥିଲା । ତାଙ୍କୁ ସିଧା ଦଳର କ୍ୟାପଟେନ୍ ଦାୟିତ୍ୱ ଦେଇ ଦେଇଛି । ଆଉ ଜାଡ଼ଜାଙ୍କୁ ଭାଇସ୍ କ୍ୟାପଟେନ୍ ।

କ୍ରିକେଟ ପ୍ରେମୀଙ୍କ ମନରେ ଏବେ ପ୍ରଶ୍ନ ସୃଷ୍ଟି ହେଉଛି ଜାଡେଜାଙ୍କ ପରି ପୁରାତନ ଖୋଳି ଥାଉ ଥାଉ କେ ଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ କାହିଁକି ଦେଇଛି ବିସିସିଆଇ । କେବଳ ଅଧିନାୟକ କାହିଁକି ବିଭିନ୍ନ ସମୟରେ ସେ ଖରାପ ପ୍ରଦର୍ଶନ କରୁଥିଲେ ମଧ୍ୟ ସେ ଦଳରେ ସ୍ଥାନ ପାଇ ଆସୁଛନ୍ତି । ସିଲେକ୍ଟର ଅଜିତ ଅଗର ଓ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ଭୂମିକାକୁ ନେଇ ଅନେକ ଏବେ ପ୍ରଶ୍ନ ଉଠାଇଲେଣି । ଚର୍ଚା ହେଉଛି ରାହୁଲ ଓ କେଏଲ ରାହୁଲ ଦକ୍ଷିଣ ଭାରତୀୟ ହୋଇ ଥିବାରୁ ତାଙ୍କର ଭଲ ବଣ୍ଡିଂ ରହିଛି ।

Related posts

ଭାରତ-ନ୍ୟୁଜଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ ପାଇଁ ଷ୍ଟାଡ଼ିୟମ ନୋ ଫ୍ଲାଇ ଜୋନ

ବିଶ୍ୱକପ ଜିତିଲେ ଟିମ୍ ଇଣ୍ଡିଆକୁ ମିଳିବ କେତେ ଟଙ୍କା?

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଦଳର ଅଂଶ ହେବେନି

Odisha Sports Bureau