Cricket

ପୂଜାରେ ଟ୍ରାଡିସନାଲ ଲୁକରେ ନଜର ଆସିଲେ ବିରାଟ ଅନୁଷ୍କା

ସାରା ଦେଶରେ ମଙ୍ଗଳବାର ପାଳିତ ହୋଇଛି ଗଣେଶ ପୂଜା । ଗଣେଶ ପୂଜାର ଝଲକ ବଳଇୁଡ ସେଲିବ୍ରିଟିଙ୍କ ଘରେ ଦେଖିବାକୁ ମିଳିଛି । ଅନେକ ତାରକା ବାପ୍ପାଙ୍କୁ ନିଜ ଘରେ ସ୍ୱାଗତ କରିଛନ୍ତି । ଏହିମଧ୍ୟରେ ବିରାଟ ଓ ଅନୁଷ୍କା ମଧ୍ୟ ଅଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ବାପ୍ପାଙ୍କୁ ସ୍ୱାଗତ କରିଛନ୍ତି । ପ୍ରତିବର୍ଷ ପରି ଏଇ ବର୍ଷ ମଧ୍ୟ ଗଣେଶ ଉତ୍ସବରେ କୌଣସି ପ୍ରକାରର ଉପାୟ ଛାଡି ନଥିଲେ। ଗଣପତି ବାପ୍ପାଙ୍କ ସ୍ଵାଗତ ସୁନ୍ଦର ଢଙ୍ଗରେ କରିଥିଲେ। ଅନୁଷ୍କା ଗଣେଶଙ୍କୁ ଅଭିନନ୍ଦନ ଜଣାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଫଟୋ ସେୟାର କରିଥିଲେ। ଫଟୋରେ ସେ ଏବଂ ବିରାଟ କୋହଲି ଘରେ ବାପ୍ପାଙ୍କୁ ପୂଜା କରୁଥିବା ନଜର ଆସିଛନ୍ତି। ଏହି କପଲ ନିଜ ମନ୍ଦିରକୁ ଫୁଲରେ ସଜାଇଛନ୍ତି, ଯାହା ବହୁତ ସୁନ୍ଦର ଦେଖାଯାଉଥିଲା । ଏହି ସମୟରେ ବିରାଟ ଧଳା କୁର୍ତ୍ତ ପାଇଜାମା ସହ ଅନୁଷ୍କା ବନାରସୀ ଶାଢୀରେ ଖୁବ୍‌ ସୁନ୍ଦର ଆଟ୍ରାକ୍‌ଟିଭ୍‌ ଲାଗୁଥିଲେ।

ପୂଜା ସମୟରେ ତାଙ୍କ ଝିଅ ଭାମିକା ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ତାଙ୍କ ଚେହେରା ଦେଖାଯାଇ ନଥିଲା। ଫଟୋ ସେୟାର କରିବାବେଳେ ଅନୁଷ୍କା ପ୍ରଶଂସକମାନଙ୍କୁ ଗଣେଶ ଚତୁର୍ଥୀର ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟରେ ସାମନ୍ଥା, କରିସ୍ମା କପୁର, କରଣ ୱାହିଙ୍କ ସମେତ ତାରକା ଏବଂ ଅନ୍ୟମାନେ ବି କମେଣ୍ଟ କରିଛନ୍ତି ।

Related posts

ମ୍ୟାଚ ରଦ୍ଦ ପରେ ରାଗିଗଲେ ସିଇଓ

Odisha Sports Bureau

ଓଲଟିଗଲା ବାଂଲାଦେଶ, ICCକୁ ପୁଣି କଲା ଅନୁରୋଧ

Odisha Sports Bureau

Rajasthan Royalsକୁ କିଣିଲେ ଲକ୍ଷ୍ମୀ ମିତ୍ତଲ…

Odisha Sports Bureau