Cricket

ଓଲଟିଗଲା ବାଂଲାଦେଶ, ICCକୁ ପୁଣି କଲା ଅନୁରୋଧ

ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡ କପ୍ ୨୦୨୬ କୁ ବୟକଟ୍ କରିବା ନିଷ୍ପତ୍ତି ବାଂଲାଦେଶ ପାଇଁ ଭାରି ପଡ଼ିପାରେ, ଏହା ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ମଧ୍ୟ ଭଲଭାବେ ଜାଣିଛି। ସେଥିପାଇଁ ଟୁର୍ଣ୍ଣାମେଣ୍ଟରେ ଖେଳିବାର ଆଉ ଏକ ଶେଷ ପ୍ରୟାସ କରିଛି BCB । ଏନେ ICC କୁ ଆଉ ଏକ ପତ୍ର ଲେଖିଛି BCB । BCB ଏଥର ICC ର Independent Dispute Resolution Committee (DRC) ଠାରୁ ହସ୍ତକ୍ଷେପ ଆବଶ୍ୟକ ବୋଲି ଦାବି କରିଛି। ପୂର୍ବରୁ ବାଂଲାଦେଶ ଭାରତରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଅସ୍ୱୀକାର କରିଥିବା ବେଳେ, ନିଜ ମ୍ୟାଚ୍‌ଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ICC ନିକଟରେ ଅନୁରୋଧ କରିଥିଲା। କିନ୍ତୁ ସୁରକ୍ଷା ବ୍ୟବସ୍ଥା ଓ ଲଜିଷ୍ଟିକ୍ ସମସ୍ୟା ଦର୍ଶାଇ ICC ସେହି ଅନୁରୋଧକୁ ଖାରଜ କରିଦେଇଥିଲା।

BCB ଦାବି କରୁଛି ଯେ, ICC ଏହି ନିଷ୍ପତ୍ତି ନେବା ସମୟରେ ଭାବି ଚିନ୍ତି ନିଷ୍ପତ୍ତି ନେଇନି । ବହିଷ୍କାର ହେଲେ ବାଂଲାଦେଶ ପ୍ରାୟ ୨୪୦ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବ । ତଥାପି ବୋର୍ଡ ନିଜ ଜିଦରେ ଅତୁଟ ରହିଛି। ଉଲ୍ଲେଖଯୋଗ୍ୟ ଯେ, ବାଂଲାଦେଶ ଟିମ୍‌ର ଆରମ୍ଭିକ ୩ଟି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଓ ଗ୍ରୁପ୍ ଷ୍ଟେଜର ଶେଷ ମ୍ୟାଚ୍ ମୁମ୍ବାଇର ୱାନଖେଡ଼େ ଷ୍ଟାଡିଅମ୍‌ରେ ହେବାକୁ ଥିଲା। DRC ଯଦି BCB ପକ୍ଷରେ ରାୟ ନଦେଉଛି ଏବଂ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ଓହରିଯାଏ, ତେବେ ସ୍କଟଲ୍ୟାଣ୍ଡକୁ ତାଙ୍କ ସ୍ଥାନରେ ସାମିଲ କରାଯିବ।

Related posts

ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚ

Odisha Sports Bureau

ସିଂହ ସହିତ ସେଲଫି ନେଲେ ଶୁବମନ ଗିଲ

Odisha Sports Bureau

ଆଇପିଏଲରେ ନିଲାମ ହେଲେ ମିଚେଲଙ୍କଠୁ ଅଧିକ ଦାମରେ ବିକ୍ରି ହେବେ ବିରାଟ କୋହଲି

Odisha Sports Bureau