Cricket

ଏସିଆନ ଗେମ୍ସ: ମହିଳା କ୍ରିକେଟ ସେମିରେ ଭାରତ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ ସେମିଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଶୀର୍ଷ ର‌୍ୟାଙ୍କିଙ୍ଗ ଭାରତକୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବା ପାଇଁ ସୁଯୋଗ ମିଳିଥିଲା । ମାଲେସିଆ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨ ୱିକେଟ ବିନିମୟରେ ୧୭୩ ରନ କରିଥିଲା । ଶେଫାଳୀ ବର୍ମା ୩୯ ବଲରେ ୬୭ ଓ ଜେମିମା ରୋଡ୍ରିଗ୍ୟୁଜ ୪୭ ରନ କରି ଅପରାଜିତ ରହିଥିଲେ । ବର୍ଷା ଯୋଗୁ ମ୍ୟାଚକୁ ୧୫ ଓଭର କରାଯାଇଥିଲା ।

ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ ମାଲେସିଆ ସମ୍ମୁଖରେ ୧୭୭ ରନର ବିଜୟ ଲକ୍ଷ୍ୟ ରଖା ଯାଇଥିଲା । ମାଲେସିଆ ୨ଟି ବଲରେ ୧ ରନ କରିଥିବା ବେଳେ ପୁନର୍ବାର ବର୍ଷା ହୋଇଥିଲା । ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ଆଧାରରେ ଭାରତକୁ ବିଜୟୀ ଘୋଷିତ କରାଯାଇଥିଲା । ୨୪ରେ ଭାରତ ସେମିଫାଇନାଲ ମ୍ୟାଚ ଖେଳିବ ।

Related posts

ଅର୍ଶଦୀପ ସିଂଙ୍କ ବଲ୍ରେ ଭାଙ୍ଗିଲା ଷ୍ଟମ୍ପ, ଯାହାର ମୂଲ୍ୟ ୩୨ ରୁ ୪୧ ଲକ୍ଷ ଟଙ୍କା

Odisha Sports Bureau

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଟେଷ୍ଟ୍ କ୍ରିକେଟରେ ଅଗ୍ନି ପରୀକ୍ଷା ଦେବେ ଅଷ୍ଟ୍ରେଲିଆର ୫ ନବାଗତ ଖେଳାଳି

Odisha Sports Bureau

ମୃତକଙ୍କ ପିଲାଙ୍କୁ ପାଠ ପଡାଇବେ ସେହୱାଗ