Cricket

ପାକିସ୍ତାନ ଟିମକୁ ମିଳିଛି ଭିସା, ଆସନ୍ତା କାଲି ପହଞ୍ଚିବେ ବାବର ବାହିନୀ

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩କୁ ଆଉ ମାତ୍ର 8 ଦିନ ବାକି  ରହିଛି। ଏଥିପାଇଁ ପାକିସ୍ତାନ ଦଳ ଆସନ୍ତା କାଲି  ଭାରତ ଗସ୍ତ କରିବ। ବାବର ବାହିନୀଙ୍କୁ ବହୁ ଅପେକ୍ଷା ପରେ ଦଳକୁ ଭାରତ ସରକାରଙ୍କଠୁ ଭିସା ମିଳିଛି। ଆସନ୍ତାକଲି ଭାରତ ପହଁଚିବେ ପାକିସ୍ତାନ ଖେଳାଳି ।

ପାକିସ୍ତାନ ଦଳ ସେପ୍ଟେମ୍ବର ୨୭ ତାରିଖରେ ହାଇଦ୍ରାବାଦ ପହଞ୍ଚିବ। ଦଳକୁ ଭାରତ ଆସିବା ପାଇଁ ସୋମବାର ଭିସା ମିଳି ଯାଇଛି। ଭିସା ମିଳିବାରେ ବିଳମ୍ବ କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) କ୍ଷୋଭ ପ୍ରକାଶ କରିଥିଲା।  ବିଳମ୍ବ କାରଣରୁ ଆଇସିସି ନିକଟରେ କ୍ରୋଧ ଜାହିର କରିବା ସହ ଅଭିଯୋଗ କରିଥିଲା। ଭିସାରେ ବିଳମ୍ବତା ପାକିସ୍ତାନ ଦଳର ପ୍ରସ୍ତୁତିରେ ପ୍ରଭାବ ପକାଇବ ବୋଲି ପିସିବି ଅଭିଯୋଗ କରିଥିଲା।

ଏବେ ପାକିସ୍ତାନ ଦଳ ବୁଧବାର ହାଇଦ୍ରାବାଦ ପହଞ୍ଚିବ। ଦଳ ଏଠାରେ ସେପ୍ଟେମ୍ବର ୨୯ ତାରିଖରେ ପ୍ରଥମ ଅଭ୍ୟାସ୍ ମ୍ୟାଚ୍ ଖେଳିବ। ବିଶ୍ଵକପ୍‌ରେ ପାକିସ୍ତାନ ଦଳ ନିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ ତାରିଖରେ ନେଦରଲାଣ୍ଡ୍‌ସ ବିପକ୍ଷରେ ଖେଳିବ। ଏହି ମୁକାବିଲାରେ ହାଇଦ୍ରାବାଦରେ ଖେଳାଯିବ।

Related posts

ଟସ୍ ଜିତିଲା USA, ପ୍ରଥମେ କରିବ ବୋଲିଂ

Odisha Sports Bureau

ପାକିସ୍ତାନ ଦଳରେ ବଡ ପରିବର୍ତ୍ତନ; ଉମର ଗୁଲ-ସଇଦ ଅଜମଲଙ୍କୁ ବୋଲିଂ କୋଚ ଭାବେ ନିଯୁକ୍ତି

Odisha Sports Bureau

ଇଣ୍ଡିଜ ସିରିଜରୁ ବାଦ ପଡ଼ିଲେ ଧାୱନ

Odisha Sports Bureau