Cricket

ଦିନିକିଆ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବାକୁ ନିଜେ ଘୋଷଣା କରିଛନ୍ତି ନବୀନ୍‌ ଉଲ୍‌-ହକ୍‌

ଆଫଗାନିସ୍ତାନ କ୍ରିକେଟର ବଡ଼ ଘୋଷଣା । ଆଫଗାନିସ୍ତାନ ଯୁବ ପେସ୍‌ ବୋଲର ନବୀନ ଉଲ୍‌-ହକ୍‌ ଦିନିକିଆ କ୍ରିକେଟ୍‌କୁ ବାଏ ବାଏ ଘୋଷଣା କରିଛନ୍ତି । ଆଗାମୀ ଦିନିକିଆ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେବାକୁ ନିଜେ ଘୋଷଣା କରିଛନ୍ତି ନବୀନ୍‌ ଉଲ୍‌-ହକ୍‌ ।ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଆଇପିଏଲ-୨୦୨୩ର ସବୁଠାରୁ ବଡ଼ ବିବାଦର ସାମିଲ ହୋଇଥିଲେ ନବୀନ । ବିରାଟ କୋହଲିଙ୍କ ସହ ମତଭେଦ ପରେ ଏହି ବାକ୍ ଯୁଦ୍ଧ ଖୁବ ଆଗକୁ ବଢି ଯାଇଥିଲା । ତେବେ ଏହି ବିବାଦ ତାଙ୍କ କ୍ରିକେଟ କ୍ୟାରିୟର ଉପରେ ଖୁବ ମହଙ୍ଗା ପଡ଼ିଛି । ଆସନ୍ତା ଦିନିକିଆ ବିଶ୍ୱକପ ପରେ ଦିନିକିଆ କ୍ରିକେଟରୁ ବିଦାୟ ନେବା ନେଇ ଘୋଷଣା କରିଛନ୍ତି ନବୀନ ଉଲ୍ ହକ୍ । ଏ ନେଇ ସେ ନିଜେ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଯେ, ଦେଶର ପ୍ରତିନିଧିତ୍ୱ କରିବା ସମ୍ମାନର କଥା । ତେବେ ବିଶ୍ୱକପ ୨୦୨୩ ପରେ ଦିନିକିଆ କ୍ରିକେଟରୁ ଅବସର ଗ୍ରହଣ କରିବି ବୋଲି ସେ ଏହି ପୋଷ୍ଟରେ ଲେଖିଛନ୍ତି । କିନ୍ତୁ ଆଫଗାନିସ୍ତାନ ପକ୍ଷରୁ ଟି-୨୦ ଖେଳିବା ଜାରି ରଖିବେ ବୋଲି ପୋଷ୍ଟରେ ସୂଚନା ଦେଇଛନ୍ତି ନବୀନ । ଏହାପରେ ସେ ଲେଖିଛନ୍ତି ଯେ, ଏହି ବୟସରେ ଏଭଳି ନିଷ୍ପତ୍ତି ନେବା ସହଜ ନୁହେଁ, କିନ୍ତୁ ନିଜ କ୍ୟାରିୟର ଲମ୍ବା କରିବା ପାଇଁ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡ଼ିଲା । ଏହାପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏବଂ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଷ୍ଟାର ବୋଲର ନବୀନ-ଉଲ୍-ହକ୍ ।ଗତ ଆଇପିଏଲ-୨୦୨୩ରେ ସେ ଲକ୍ଷେ୍ନø ସୁପର ଜିଆଣ୍ଟସ ତରଫରୁ ଖେଳୁଥିଲେ ।

ତେବେ ଆରସିବି ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କ ସହ ପାଟିତୁଣ୍ଡ କରି ବିବାଦ ଘେରକୁ ଆସିଥିଲେ ନବୀନ । କେବଳ ମ୍ୟାଚ ନୁହେଁ, ଖେଳ ସରିବା ପରେ ମଧ୍ୟ ହାତ ମିଳାଇବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ବେଳେ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଯଦିଓ ଏହି ବିବାଦରେ ଦଳର ମେଣ୍ଟର ଗୌତମ ଗମ୍ଭୀର ନବୀନଙ୍କୁ ସମର୍ଥନ କରିଥିଲେ, କିନ୍ତୁ ଆୟୋଜକ କୋହଲି ଏବଂ ନବୀନଙ୍କ ଉପରେ ଜରିମାନା ଲାଗୁ କରିଥିଲେ ।

Related posts

ବିଜୟ ହଜାରେ ଟ୍ରଫିରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି ରିଙ୍କୁ ସିଂହ

Odisha Sports Bureau

ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି  

Odisha Sports Bureau

ଟିମ୍ ଇଣ୍ଡିଆକୁ ଚେତାବନୀ ଦେଇଛି ପାକିସ୍ତାନ

Odisha Sports Bureau