Cricket

ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ

ନୂଆ ଦିଲ୍ଲୀ: ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ ।ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦି ଦଳ ଭାରତ – ପାକିସ୍ତାନ । ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରେମିଙ୍କ ମନରେ ଉତ୍ସାହ ଭରି ରହିଛି ।କିନ୍ତୁ ଆସନ୍ତା କାଲି ବର୍ଷା ଆସଙ୍କା ଥିବାରୁ ଚିନ୍ତାରେ କ୍ରିକେଟ ପ୍ରେମି । ଆଜି ଓ ଆସନ୍ତକାଲି ଅହମ୍ମଦାବାଦ ସମେତ ମଧ୍ୟ ଓ ଉତ୍ତର ଗୁଜରାଟର କିଛି ଜିଲ୍ଳାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ବିଶ୍ବକପର କୌଣସି ଲିଗ ମ୍ୟାଚ ପାଇଁ ରିଜର୍ଭ ଡେ ରଖାଯାଇ ନାହିଁ । ଗତମାସରେ ଏସିଆ କପରେ ଭାରତ-ପାକ ମ୍ୟାଚ ବର୍ଶା ଯୋଗୁ ବାତିଲ ହୋଇଥିଲା।
ସେହିପରି ଆଜି ଚେନ୍ନାଇରେ ଖେଳା ଯାଇଛି ବିଶ୍ୱକପର ଏକାଦଶ ମ୍ୟାଚ । ମୁହାଁ ମୁହିଁ ହୋଇଚନ୍ତି ନ୍ୟୁଜିଲାଣ୍ଡ – ବାଂଲାଦେଶ । ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଙ୍ଗ କରିବାକୁ ନିଷ୍ପତି ନେଇଥିବା ବେଳେ ବ୍ୟାଟଙ୍ଗ କରୁଚି ବାଂଙ୍ଗଲା ଦେଶ । ସୂଚନା ଅନୁସାରେ, ପ୍ରଥମ ଓଭରରେ ୧ଟି ବଲ୍ ଖେଳି ୧ ୱିକେଟ୍ ହରାଇ ବାଂଲାଦେଶ ୧ ରନ୍ ସଂଗ୍ରହ କରିଛି। ପ୍ରଥମ ବଲ୍ରେ ଲିଟନ୍ ଦାସ ଆଉଟ୍ ହୋଇଯାଇଛନ୍ତି।

Related posts

ଟି୨୦ ବିଶ୍ୱକପ୍ ପରେ ଅର୍ଶଦୀପଙ୍କୁ ଲାଗିଲା ଝଟକା

Odisha Sports Bureau

ପୁଲୱାମା ସହିଦ ପରିବାରଙ୍କୁ ପାରିଶ୍ରମିକ ଦେବେ ସିଏସକେ

Odisha Sports Bureau

ବର୍ଷା ବିଗାଡି ଦେଲା ଭାରତ ଓ ଆୟର୍ଲାଣ୍ଡ ମାଧ୍ୟରେ ଥିବା ତୃତୀୟ T- ୨୦ ମ୍ୟାଚ

Odisha Sports Bureau