Cricket

ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ

ନୂଆ ଦିଲ୍ଲୀ: ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ ।ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦି ଦଳ ଭାରତ – ପାକିସ୍ତାନ । ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରେମିଙ୍କ ମନରେ ଉତ୍ସାହ ଭରି ରହିଛି ।କିନ୍ତୁ ଆସନ୍ତା କାଲି ବର୍ଷା ଆସଙ୍କା ଥିବାରୁ ଚିନ୍ତାରେ କ୍ରିକେଟ ପ୍ରେମି । ଆଜି ଓ ଆସନ୍ତକାଲି ଅହମ୍ମଦାବାଦ ସମେତ ମଧ୍ୟ ଓ ଉତ୍ତର ଗୁଜରାଟର କିଛି ଜିଲ୍ଳାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ବିଶ୍ବକପର କୌଣସି ଲିଗ ମ୍ୟାଚ ପାଇଁ ରିଜର୍ଭ ଡେ ରଖାଯାଇ ନାହିଁ । ଗତମାସରେ ଏସିଆ କପରେ ଭାରତ-ପାକ ମ୍ୟାଚ ବର୍ଶା ଯୋଗୁ ବାତିଲ ହୋଇଥିଲା।
ସେହିପରି ଆଜି ଚେନ୍ନାଇରେ ଖେଳା ଯାଇଛି ବିଶ୍ୱକପର ଏକାଦଶ ମ୍ୟାଚ । ମୁହାଁ ମୁହିଁ ହୋଇଚନ୍ତି ନ୍ୟୁଜିଲାଣ୍ଡ – ବାଂଲାଦେଶ । ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଙ୍ଗ କରିବାକୁ ନିଷ୍ପତି ନେଇଥିବା ବେଳେ ବ୍ୟାଟଙ୍ଗ କରୁଚି ବାଂଙ୍ଗଲା ଦେଶ । ସୂଚନା ଅନୁସାରେ, ପ୍ରଥମ ଓଭରରେ ୧ଟି ବଲ୍ ଖେଳି ୧ ୱିକେଟ୍ ହରାଇ ବାଂଲାଦେଶ ୧ ରନ୍ ସଂଗ୍ରହ କରିଛି। ପ୍ରଥମ ବଲ୍ରେ ଲିଟନ୍ ଦାସ ଆଉଟ୍ ହୋଇଯାଇଛନ୍ତି।

Related posts

ଟି -୨୦ ବିଶ୍ୱକପ ଜିତିବା ପରେ ଭାବବିହୋଳ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଦିନେ ବୋହୁଥିଲେ ପାଣି , ଆଜି ସବୁଠାରୁ ଦାମୀ ଖେଳାଳୀ

Odisha Sports Bureau

ରସ ଟେଲର ଦେଶର ସର୍ବାଧିକ ରନ୍ ସ୍କୋରର

Odisha Sports Bureau