Cricket

ମିଚେଲ ମାର୍ଶାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ବେଙ୍ଗାଲୁରୁ ପ୍ୟାନ୍ସ

ବିଶ୍ୱକପ ୨୦୨୩ରେ ଅଷ୍ଟ୍ରେଲିଆର ଆରମ୍ଭ ଭଲ ନାହିଁ । ୫ଥର ବିଶ୍ୱ ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ହାରିଛି । ହେଲେ ବିଶ୍ୱକପରେ ଟିମ୍‌ ଧୀରେ ଧୀରେ କମବ୍ୟାକ୍‌ କରୁଛି । ଅଷ୍ଟ୍ରେଲିଆ ଶୁକ୍ରବାର ଦିନ ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ପାକିସ୍ତାନକୁ ହରାଇଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମର ମିଚେଲ ମାର୍ଶ ଏବଂ ଡେଭିଡ ଓ୍ଵାର୍ଣ୍ଣନର ଶତକୀୟ ପାରି ଖେଳିଥିଲେ । ଆଉ ଏହି ମ୍ୟାଚରେ ବେଙ୍ଗାଲୁରୁର ଜନତା ମାର୍ସଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ।

ବ୍ୟାଟିଂ କରିବା ପରେ ମାର୍ଶ ଯେତେବେଳେ ଫିଲ୍ଡିଂ କରିବାକୁ ଆସିଥିଲେ, ସେତେବେଳେ ଫ୍ୟାନ୍ସ ସେମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ବାଉଣ୍ଡ୍ରିରେ ଫିଲ୍ଡିଂ କରୁଥିବା ବେଳେ ଦର୍ଶକେ ମାର୍ଶଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି, ଦର୍ଶକେ ମାର୍ଶଙ୍କ ପାଇଁ ହାପି ବାର୍ଥ ଡେ ଗୀତ ଗାଉଛନ୍ତି । ଏହା ଦେଖି ମାର୍ଶ ଫ୍ୟାନ୍ସଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଉଛନ୍ତି । ମ୍ୟାଚ ଜିତି ମାର୍ସଙ୍କୁ ଟିମ୍‌ ଉପହାର ଦେଇଛି

Related posts

ଦିଲ୍ଲୀକୁ ହରାଇ ଶୀର୍ଷରେ ଚେନ୍ନାଇ

ବିଶ୍ୱକପ ପାଇଁ ଦଳରେ ସ୍ଥାନ ପାଇବା ପରେ ଅବସର ଘୋଷଣା କଲେ ଡି କକ୍

Odisha Sports Bureau

ଏସୀୟ କ୍ରୀଡା କ୍ରିକେଟରେ ଇତିହାସ ରଚିଲା ନବାଗତ ନେପାଳ

Odisha Sports Bureau