Cricket

ମିଚେଲ ମାର୍ଶାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ବେଙ୍ଗାଲୁରୁ ପ୍ୟାନ୍ସ

ବିଶ୍ୱକପ ୨୦୨୩ରେ ଅଷ୍ଟ୍ରେଲିଆର ଆରମ୍ଭ ଭଲ ନାହିଁ । ୫ଥର ବିଶ୍ୱ ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ହାରିଛି । ହେଲେ ବିଶ୍ୱକପରେ ଟିମ୍‌ ଧୀରେ ଧୀରେ କମବ୍ୟାକ୍‌ କରୁଛି । ଅଷ୍ଟ୍ରେଲିଆ ଶୁକ୍ରବାର ଦିନ ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ପାକିସ୍ତାନକୁ ହରାଇଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମର ମିଚେଲ ମାର୍ଶ ଏବଂ ଡେଭିଡ ଓ୍ଵାର୍ଣ୍ଣନର ଶତକୀୟ ପାରି ଖେଳିଥିଲେ । ଆଉ ଏହି ମ୍ୟାଚରେ ବେଙ୍ଗାଲୁରୁର ଜନତା ମାର୍ସଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ।

ବ୍ୟାଟିଂ କରିବା ପରେ ମାର୍ଶ ଯେତେବେଳେ ଫିଲ୍ଡିଂ କରିବାକୁ ଆସିଥିଲେ, ସେତେବେଳେ ଫ୍ୟାନ୍ସ ସେମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ବାଉଣ୍ଡ୍ରିରେ ଫିଲ୍ଡିଂ କରୁଥିବା ବେଳେ ଦର୍ଶକେ ମାର୍ଶଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି, ଦର୍ଶକେ ମାର୍ଶଙ୍କ ପାଇଁ ହାପି ବାର୍ଥ ଡେ ଗୀତ ଗାଉଛନ୍ତି । ଏହା ଦେଖି ମାର୍ଶ ଫ୍ୟାନ୍ସଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଉଛନ୍ତି । ମ୍ୟାଚ ଜିତି ମାର୍ସଙ୍କୁ ଟିମ୍‌ ଉପହାର ଦେଇଛି

Related posts

ମୁମ୍ବାଇରେ ସଫଳ ହେଲା ଋୁଷଭ ପନ୍ତଙ୍କ ଅସ୍ତ୍ରପ୍ରଚାର

Odisha Sports Bureau

ଶ୍ରୀଲଙ୍କାର ଶୋଚନୀୟ ପରାଜୟ, ୬୫ ରନରେ ଜିତିଲା ନ୍ୟୁଜିଲାଣ୍ଡ

Odisha Sports Bureau

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: ଖେଳାଳିଙ୍କ ପାଇଁ ନୂଆ ଡ୍ରେସିଂ ରୁମ୍