Cricket

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

ରୋହିତ ଶର୍ମା ଜବରଜସ୍ତ ଫର୍ମରେ ଅଛନ୍ତି । ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ହିଟ ମ୍ୟାନ । ଖାସ କରି କରି ପାୱାରପ୍ଲେରେ ବୋଲରଙ୍କୁ ନିର୍ଘାତ ପିଟୁଛନ୍ତି । ଯାହାଫଳରେ ଖାଲି ପାୱାରପ୍ଲେ ନୁହେଁ ବରଂ ପୁରାମ୍ୟାଚର ଲୟ ବିଗାଡି ଦେଉଛନ୍ତି ରୋହିତ । ୨୦୨୩ ବିଶ୍ୱକପରେ ଏବେ ସୁଦ୍ଧା ରୋହିତ ଶର୍ମା ୩୧୧ରନ ସଂଗ୍ରହ କରିସାରିଲେଣି ।

ବିଶ୍ୱକପ୍‌ ୨୦୨୩ରେ ଭାରତର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା । ଏଥିରେ ରୋହିତ ଶର୍ମା ଖାତା ଖୋଲିପାରିନଥିଲେ । ଏହାପରେ ଆଫଗାନିସ୍ତାନ ବିରୋଧରେ ଥିଲା ୨ୟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଖୁବ୍‌ ଗର୍ଜିଥିଲ ହିଟ୍‌ ମ୍ୟାନ୍‌ଙ୍କ ବ୍ୟାଟ୍‌ । ମାତ୍ର ୮୪ଟି ବଲ୍‌ରେ କରିଥିଲେ ୧୩୧ ରନ୍‌ । ଅକ୍ଟୋବର ୧୪ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋହିତଙ୍କ ଜଲଓ୍ୱା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ରୋହିତ ୬୩ ବଲ୍‌ ଖେଳି କରିଥିଲେ ୮୬ ରନ୍‌ । ଅକ୍ଟୋବର ୧୯ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪୦ ବଲ୍‌ରେ ଖେଳିଥିଲେ ୪୮ ରନ୍‌ । ଆଉ ପଞ୍ଚମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ବି ଥମିନଥିଲା ହିଟ୍‌ ମ୍ୟାନ୍‌ଙ୍କ ବ୍ୟାଟିଂର ଶୈଳୀ । ରବିବାର ଦିନ ଧର୍ମଶାଳାରେ ରୋହିତ ୪୦ ବଲ୍‌ରେ କରିଥିଲେ ୪୬ ରନ୍‌ । ମୋଟ ୫ଟି ମ୍ୟାଚ୍‌ ଖେଳି ୩୧୧ ରନ୍‌ ହାସଲ କରିଛନ୍ତି ରୋହିତ ଶର୍ମା । ବିଶ୍ୱକପ୍‌ ୨୦୨୩ରେ ରୋହିତଙ୍କ ଆକ୍ରାମକ ବ୍ୟାଟିଂ ଲାଗି ଟିମ୍‌କୁ ଯଥେଷ୍ଟ ଫାଇଦା ହେଉଛି ।

ଆଇସିସି ବିଶ୍ୱକପ୍‌ ୨୦୨୩ । ଟୁର୍ଣ୍ଣାମେଣ୍ଟରେ ଟିମ୍‌ ଇଣ୍ଡିଆ ଜବରଦସ୍ତ ଫର୍ମରେ ଚାଲିଛି । ପୁରା ଟିମ୍‌ ଏକଜୁଟ୍‌ ହୋଇ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି ।ଯାହାଫଳରେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ସମସ୍ତ ୫ଟି ମୁକାବିଲାରେ ବିଜୟୀ ହୋଇଛି ।

Related posts

ଗାଡିଭିତରେ ରହି ପୋଜ ଦେଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି

Odisha Sports Bureau

ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଲା ୱେଷ୍ଟଇଣ୍ଡିଜ୍

Odisha Sports Bureau

ରାଜ୍ୟର କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର

Odisha Sports Bureau