Uncategorized

ଜାତୀୟ କ୍ରୀଡ଼ାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ

ଭୁବନେଶ୍ୱର: ଜାତୀୟ କ୍ରୀଡାରେ ସଫଳତା ପାଇଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ । ଏହି ସଫଳତା ପାଇଁ ୨୩ ଲକ୍ଷ ଟଙ୍କା ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରତି ଯୋଗିତାରେ ୪ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି ପ୍ରଣତୀ। ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ପ୍ରଣତୀ। ସେହିପରି ରାଜ୍ୟ ଜିମ୍ନାଷ୍ଟିମ୍ ଟିମର ପ୍ରଦର୍ଶନ ପାଇଁ କୋଚ୍ ଅଶୋକ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଣତୀଙ୍କୁ ଭବିଷ୍ୟତରେ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଫାଇଭ୍-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହି ପ୍ରଣତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଭଳି ଖେଳାଳି ଓ କୋଚଙ୍କ ଉତ୍ସର୍ଗୀକୃତ ମନୋଭାବ ରାଜ୍ୟ କ୍ରୀଡ଼ା ରୂପାନ୍ତରଣ ପାଇଁ ପ୍ରେରଣା ବୋଲି ପାଣ୍ଡିଆନ୍ କହିଛନ୍ତି ।

Related posts

ବିଶ୍ବ ଜାଭଲିନ୍‌ ଥ୍ରୋ ମାନ୍ୟତାରେ ନଂ ୱାନ୍‌କୁ ଉନ୍ନୀତ ହେଲେ ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା

ଫିଫା ର଼୍ୟାଙ୍କିଙ୍ଗ୍ରେ ୧୦୧ ତମ ସ୍ଥାନକୁ ଉଠିଲା ଭାରତ

Odisha Sports Bureau

ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ

Odisha Sports Bureau