Uncategorized

ଇଣ୍ଡିଆନ୍‌ ଗ୍ରାଁ ପ୍ରି ୫ ରେ କିଶୋର, ଶ୍ରାବଣୀ ପ୍ରଥମ

ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ରବିବାରଠୁ ଆରମ୍ଭ ହୋଇଛି ଇଣ୍ଡିଆନ୍‌ ଗ୍ରାଁ ପ୍ରି-୫। ପୁରୁଷ ଜାଭଲିନ୍‌ରେ ଓଡ଼ିଶାର କିଶୋର କୁମାର ଜେନା ୮୨.୫୩ ମିଟର ଜାଭଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉତ୍ତରପ୍ରଦେଶର ବିକାଶ ଯାଦବ (୭୨.୮୮) ଓ ରାଜସ୍ଥାନର ହରିଶ କୁମାର (୭୧.୭୮) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ମହିଳା ୧୦୦ ମିଟର ଦୌଡ଼ରେ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ (୧୧.୭୭ ସେକେଣ୍ଡ) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତେବେ ଭାରତର ଦ୍ରୁତତମ ଧାବକ ଓଡ଼ିଶାର ଅମିୟ କୁମାର ମଲ୍ଲିକ ପଛରେ ପଡ଼ି ଯାଇଛନ୍ତି। ୧୦୦ ମିଟର ଦୌଡ଼କୁ ସେ ୧୦.୭୫ ସେକେଣ୍ଡରେ ଶେ‌ଷ କରି ପଞ୍ଚମ ସ୍ଥାନରେ ରହିଥିଲେ। ହରଜିତ ସିଂହ (୧୦.୫୫ ସେକେଣ୍ଡ) ପ୍ରଥମ ଓ ଅମ୍ଳାନ ବଡ଼ଗୋହାଇଁ (୧୦.୫୭) ଯଥାକ୍ରମେ ପ୍ରଥମ ଦୁଇ ସ୍ଥାନ ଅଧିକାର କରିଛନ୍ତି।

Related posts

ଆଡିଲେଡ ଟେଷ୍ଟରେ ଭାରତର ଲଜ୍ଜାଜନକ ବ୍ୟାଟିଂ, ୩୬ରେ ଅଲଆଉଟ

Odisha Sports Bureau

ଏସିଆନ୍ ରିଲେ ଚାମ୍ପିଅନସିପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଦଳ

ପଡିଆରେ ମାହିଙ୍କ ପୁରୁଣା ଅନ୍ଦାଜ

Odisha Sports Bureau