Uncategorized

ଏସିଆନ୍ ରିଲେ ଚାମ୍ପିଅନସିପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଦଳ

ବ୍ୟାଙ୍କକ୍: ବ୍ୟାଙ୍କକରେ ଅନୁଷ୍ଠିତ ଏସିଆନ୍ ରିଲେ ଚାମ୍ପିଅନସିପରେ ଭାରତୀୟ ପୁରୁଷ ଓ ମହିଳା ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ୟାରିସ୍‌ ଅଲିମ୍ପିକ୍ସ ଟିକେଟ୍‌ କରାୟତ୍ତ କରିସାରିଥିବା ଭାରତର ୪ଗୁଣା୪୦୦ ମିଟର ରିଲେ ଦଳ ମଙ୍ଗଳବାର ଏହି ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନରେ ରହିଥିଲା। ଭିଥ୍ୟା ରାମରାଜ, ଏମ୍‌ଆର୍‌ ପୂଭାମ୍ମା, ପ୍ରାଚୀ ଚୌଧୁରୀ ଓ ରୁପାଲ ଚୌଧୁରୀଙ୍କୁ ନେଇ ଗଠିତ ମହିଳା ଦଳ ୩ ମିନିଟ୍‌ ୩୩.୫୫ ସେକେଣ୍ଡରେ ରେସ୍‌ ଶେଷ କରିଥିଲା। ଭିଏତନାମ (୩:୩୦.୮୧) ସ୍ବର୍ଣ୍ଣ ଜିତିଥିଲା ବେଳେ ଜାପାନ (୩:୩୫.୪୫) କାଂସ୍ୟ ପାଇଥି‌ଲା।

ବାହାମାସରେ ଆୟୋଜିତ ବିଶ୍ବ ଦୌଡ଼କୁଦ ‌ରିଲେକୁ ୩ ମିନିଟ୍‌ ୨୯.୩୫ ସେକେଣ୍ଡରେ ଶେଷ କରି ପ୍ୟାରିସ୍‌ ଅଲିମ୍ପିକ୍ସ ଟିକେଟ୍‌ ଅର୍ଜନ କରିଥିବା ଭାରତୀୟ ଦଳରେ ଭିଥ୍ୟା ଓ ରୁପାଲ ନଥିଲେ। ସେହି ଦଳରେ ପୂଭାମ୍ମା ଓ ରୁପାଲଙ୍କ ସହ ଜ୍ୟୋତିକା ଶ୍ରୀଦଣ୍ଡି ଓ ଶୁଭା ଭେଙ୍କଟେସନ ଥିଲେ। ସେହିଭଳି ମହମ୍ମଦ ଆନସ ୟାହିୟା, ସନ୍ତୋଷ କୁମାର, ମିଜୋ ଚାକୋ କୁରିଆନ୍‌ ଓ ଆରୋକିଆ ରାଜୀବ ୩ ମିନିଟ୍‌ ୦୫.୭୬ ସେକେଣ୍ଡ୍‌ରେ ରେସ୍‌ ଶେଷ କରି ଶୀର୍ଷ ସ୍ଥାନ ଦଖଲ କରିବାରେ ବିଫଳ ହୋଇଥିଲେ। ଶ୍ରୀଲଙ୍କା (୩:୦୪.୪୮) ସ୍ବର୍ଣ୍ଣ ପାଇଥିଲା ବେଳେ ଭିଏତନାମ (୩:୦୭.୩୭) କାଂସ୍ୟ ଜିତିଥିଲା।

ସନ୍ତୋଷ ଓ ଚାକୋ ୩ ମିନିଟ୍‌ ୩.୨୩ ସେକେଣ୍ଡ ସମୟ ସହ ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍‌ ହାତେଇଥିବା ଦଳରେ ନଥିଲେ। ୟାହିଆ ଓ ରାଜୀବଙ୍କ ସହ ଏହି ଦଳରେ ମହମ୍ମଦ ଅଜମଲ ଓ ଆମୋଜ ଜାକବ ରହିଥିଲେ। ସୋମବାର ଭାରତୀୟ ମିଶ୍ରିତ ଦଳ ଏଠାରେ ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଥିଲା। ମହମ୍ମଦ ଆଜମଲ, ଜ୍ୟୋତିକା ଶ୍ରୀ, ଅମୋଜ ଜ୍ୟାକବ ଓ ଶୁଭ ଭେଙ୍କଟେଶଙ୍କୁ ନେଇ ଗଠିତ ଭାରତୀୟ ଦଳ ୩ ମିନିଟ୍ ୧୪.୧୨ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ।

Related posts

ଅଧିନାୟକଙ୍କ ଦମଦାର୍ ପ୍ରଦର୍ଶନ, ବାକି ସବୁ ରହିଗଲେ ପଛରେ, ଆମେରିକା ଆଗରେ ୧୬୨ ଟାର୍ଗେଟ୍

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ଦମଦାର ବିଜୟ

Odisha Sports Bureau

ଭାରତ ପାଇଁ ରୌପ୍ୟ ଆଣିଲେ ଝିଲି

Odisha Sports Bureau